ଏମିତି କ’ଣ କହିଦେଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଖୁସି ହୋଇଗଲା କଂଗ୍ରେସ; ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୭: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ପ୍ରମୁଖ ମୋହନ ଭାଗବତ ଗୁରୁବାର ଝାଡ଼ଖଣ୍ଡରେ ଆୟୋଜିତ ଗ୍ରାମସ୍ତରୀୟ କର୍ମକର୍ତ୍ତା ବୈଠକରେ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଏଭଳି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ କଂଗ୍ରେସ ଖୁସି ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରୁଛି। ମୋହନ ଭାଗବତ କହିଥିଲେ ଯେ,ପ୍ରଗତିର କୌଣସି ଅନ୍ତ ନାହିଁ। ଯେତେବେଳେ ଆମେ ନିଜର ଲକ୍ଷ୍ୟରେ ପହଞ୍ଚିଥାଏ, ଆମେ ଦେଖୁ ଯେ ଆହୁରି ଅନେକ କିଛି କରିବା ବାକି ଅଛି। ଲୋକେ […] The post ଏମିତି କ’ଣ କହିଦେଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଖୁସି ହୋଇଗଲା କଂଗ୍ରେସ; ଜାଣନ୍ତୁ… appeared first on Dharitri Odia News.

ଏମିତି କ’ଣ କହିଦେଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଖୁସି ହୋଇଗଲା କଂଗ୍ରେସ; ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୭: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ପ୍ରମୁଖ ମୋହନ ଭାଗବତ ଗୁରୁବାର ଝାଡ଼ଖଣ୍ଡରେ ଆୟୋଜିତ ଗ୍ରାମସ୍ତରୀୟ କର୍ମକର୍ତ୍ତା ବୈଠକରେ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଏଭଳି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ କଂଗ୍ରେସ ଖୁସି ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରୁଛି।

ମୋହନ ଭାଗବତ କହିଥିଲେ ଯେ,ପ୍ରଗତିର କୌଣସି ଅନ୍ତ ନାହିଁ। ଯେତେବେଳେ ଆମେ ନିଜର ଲକ୍ଷ୍ୟରେ ପହଞ୍ଚିଥାଏ, ଆମେ ଦେଖୁ ଯେ ଆହୁରି ଅନେକ କିଛି କରିବା ବାକି ଅଛି। ଲୋକେ ସୁପରମ୍ୟାନ୍‌,ତା’ପରେ ଦେବତା ଏବଂ ପୁଣି ଭଗବାନ ହେବାକୁ ଚାହୁଁଛନ୍ତି। ହେଲେ ଭଗବାନ କୁହନ୍ତି ଯେ ସେ ବିଶ୍ୱସ୍ବରୂପ। ତା’ଠାରୁ ବଡ଼ କିଛି ଅଛି ବୋଲି କେହି ଜାଣିନାହାନ୍ତି। ଉଭୟ ଆଭ୍ୟନ୍ତରିଣ ଏବଂ ବାହ୍ୟ ବିକାଶର କୌଣସି ଅନ୍ତ ନାହିଁ। ଏହା ଏକ ନିରନ୍ତର ପ୍ରକ୍ରିୟା। ବହୁତ କିଛି କରାଯାଇଛି, ତଥାପି ବହୁତ କିଛି ବାକି ଅଛି। ଲୋକଙ୍କୁ ମାନବଜାତିର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ, କାରଣ ବିକାଶ ଏବଂ ମାନବୀୟ ଅଭିଳାଷର ଅନ୍ତ ନାହିଁ।

ଏହି ବୟାନ ଉପରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମୁଁ ନିଶ୍ଚିତ ଯେ ଆତ୍ମଘୋଷିତ ନନ୍‌-ବାୟୋଲୋଜିକାଲ ପ୍ରଧାନମନ୍ତ୍ରୀଙ୍କୁ ଏହି ତାଜା ଅଗ୍ନି ମିସାଇଲର ଖବର ମିଳିଥିବ, ଯାହାକୁ ନାଗପୁର ଝାଡ଼ଖଣ୍ଡରୁ ଲୋକ କଲ୍ୟାଣ ମାର୍ଗକୁ ଟାର୍ଗେଟ କରି ମିସାଇଲ ଛଡ଼ାଯାଇଛି।

The post ଏମିତି କ’ଣ କହିଦେଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଖୁସି ହୋଇଗଲା କଂଗ୍ରେସ; ଜାଣନ୍ତୁ… appeared first on Dharitri Odia News.