ଭବାନୀପାଟଣାରୁ ବିଶାଖାପାଟଣାକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍
ଭବାନୀପାଟଣା,୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ୍ ଭଲ୍ବୋ ବସ୍ ସେବାର ଶୁଭାରମ୍ଭ ହୋଇଛି। ବୁଧବାର ଅପରାହ୍ନରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶ। ଏହି ଅତ୍ୟାଧୁନିକ ବସ୍ରେ ଶୀତତାପ ନିୟନ୍ତ୍ରିତ ଓ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଆରାମଦାୟକ ବ୍ୟବସ୍ଥା ରହିଛି। ଏହି ବସ୍ ଭବାନୀପାଟଣାରୁ ଅପରାହ୍ନ ସାଢ଼େ ୬ଟାରେ ଯାତ୍ରା ଆରମ୍ଭ କରି ବିଶାଖାପାଟଣାରେ ଭୋର୍ ୫ଟା ବେଳେ ପହଞ୍ଚିବ। […] The post ଭବାନୀପାଟଣାରୁ ବିଶାଖାପାଟଣାକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍ appeared first on Dharitri Odia News.
ଭବାନୀପାଟଣା,୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ୍ ଭଲ୍ବୋ ବସ୍ ସେବାର ଶୁଭାରମ୍ଭ ହୋଇଛି। ବୁଧବାର ଅପରାହ୍ନରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶ। ଏହି ଅତ୍ୟାଧୁନିକ ବସ୍ରେ ଶୀତତାପ ନିୟନ୍ତ୍ରିତ ଓ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଆରାମଦାୟକ ବ୍ୟବସ୍ଥା ରହିଛି। ଏହି ବସ୍ ଭବାନୀପାଟଣାରୁ ଅପରାହ୍ନ ସାଢ଼େ ୬ଟାରେ ଯାତ୍ରା ଆରମ୍ଭ କରି ବିଶାଖାପାଟଣାରେ ଭୋର୍ ୫ଟା ବେଳେ ପହଞ୍ଚିବ।
ସେହିପରି ବିଶାଖାପାଟଣାରୁ ରାତି ୮ଟାରେ ବାହାରି ଭବାନୀପାଟଣାଠାରେ ସକାଳ ୬ଟାରେ ପହଞ୍ଚିବ। ଏହା ଦ୍ୱାରା ସାଧାରଣ ଜନତା ଓ ବିଶେଷ କରି ସ୍ବାସ୍ଥ୍ୟକ୍ଷେତ୍ରରେ ବିଶାଖାପାଟଣା ଉପରେ ନିର୍ଭର କରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଉପକୃତ ହେବେ ବୋଲି ଓ ଏସ୍ଆର୍ଟିସି ତରଫରୁ ଜିଲା ପରିଚାଳକ ସ୍ବଦେଶ କୁମାର ପାତ୍ର ସୂଚନା ଦେଇଥିଲେ। ଉଦ୍ଘାଟନୀ ଉତ୍ସବରେ ଏମ୍ପି ପ୍ରତିନିଧି ଜୟଶଙ୍କର ନାଏକ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ସହକାରୀ ଜିଲାପାଳ ଶରତ ଚନ୍ଦ୍ର ସାହୁ, (ଏଷ୍ଟାବ୍ଲିସ୍ମେଣ୍ଟ) ସହକାରୀ ଜିଲାପାଳ ମମତା ଦାଶ (ଜୁଡିସିଆଲ) ଓ ସହକାରୀ ଜିଲାପାଳ ସୌଦାମିନୀ ମାଝୀ (ଏମାରଜେନସି) ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲଷ୍ଟର ହେଡ୍ ବିଶ୍ୱଜିତ୍ ପଣ୍ଡା, ଅଭିଜିତ ଦାସ, ଗିରିଧାରୀ ବାଗ୍, ରାଜେଶ ଦାସ, ଆଶିଷ କୁମାର ନାୟକ, ଅରବିନ୍ଦ ସାହା,ଭଗବାନ ନିଆଲ, ପାର୍ବନ ମିଶ୍ର, ଦୀପକ ନିଆଲ, ଶିଶିର ବାଗ ଓ ଜ୍ୟୋତିଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post ଭବାନୀପାଟଣାରୁ ବିଶାଖାପାଟଣାକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍ appeared first on Dharitri Odia News.