ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope
ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ। ଶୁକ୍ରଙ୍କ ସୁପ୍ରଭାବରୁ ଅର୍ଥ ସମ୍ପର୍କିତ କ୍ଷେତରେ ଅଗ୍ରଗତି ହେବ। ସନ୍ତାନଙ୍କ ଉନ୍ନତି, ଶିକ୍ଷାରେ ପ୍ରଗତି ଓ ପରୀକ୍ଷାଦିରେ ସଫଳତା ଅବଶ୍ୟମ୍ଭାବି। ବୃଷ ଅନୁକୂଳ ଗ୍ରହ ସମ୍ପର୍କରୁ ଶାରୀରିକ ସୁସ୍ଥତା ଓ ମାନସିକ ପ୍ରଫୁଲ୍ଲତା ସହ ଆତ୍ମୀୟଙ୍କ ସହଯୋଗିତା ପାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବନ୍ଧୁଙ୍କ ସହ ଆଲୋଚନା କରନ୍ତୁ। […]
The post ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope appeared first on Dharitri Odia News.
ମେଷ

ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ। ଶୁକ୍ରଙ୍କ ସୁପ୍ରଭାବରୁ ଅର୍ଥ ସମ୍ପର୍କିତ କ୍ଷେତରେ ଅଗ୍ରଗତି ହେବ। ସନ୍ତାନଙ୍କ ଉନ୍ନତି, ଶିକ୍ଷାରେ ପ୍ରଗତି ଓ ପରୀକ୍ଷାଦିରେ ସଫଳତା ଅବଶ୍ୟମ୍ଭାବି।
ବୃଷ

ଅନୁକୂଳ ଗ୍ରହ ସମ୍ପର୍କରୁ ଶାରୀରିକ ସୁସ୍ଥତା ଓ ମାନସିକ ପ୍ରଫୁଲ୍ଲତା ସହ ଆତ୍ମୀୟଙ୍କ ସହଯୋଗିତା ପାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବନ୍ଧୁଙ୍କ ସହ ଆଲୋଚନା କରନ୍ତୁ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
ମିଥୁନ

ଏକାଦଶସ୍ଥ ରବି ଓ ଶୁକ୍ରଙ୍କ ଯୋଗରୁ ବଡ଼ଲୋକଙ୍କ ସହାୟତାରେ ଅସମ୍ଭବକୁ ସମ୍ଭବ କରିବାର ମାର୍ଗ ଖୋଲିଯିବ। ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋ଼ଣ ପରିଶୋଧର ମାର୍ଗ ଉନ୍ମୁକ୍ତ ହୋଇପାରିବ ନାହିଁ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନିକ ସ୍ତରରେ ଏପରିକି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ

ଧନ ଚତୁର୍ଥାଧିପ ଏକତ୍ର କର୍ମସ୍ଥ ଯୋଗୁ କର୍ମକ୍ଷେତ୍ରରେ ଗୌରବ ସହ ପ୍ରଶାସନିକ, ରାଜନୈତିକ, ସାମାଜିକ କ୍ଷେତ୍ର ଭଲ ରହିବ। ସହକର୍ମୀଙ୍କ ଶ୍ଳେଷାତ୍ମକ କଥା ଶୁଣି ଆପଣ ବନ୍ଧୁଙ୍କ ନିକଟରୁ ମୁହଁ ଫେରାଇ ନେଇପାରନ୍ତି। କଳା, ସାହିତ୍ୟ ତଥା ଗବେଷଣାଦି କାର୍ଯ୍ୟରେ ଅଗ୍ରଗତି ଘଟିବ। ଭୁଲ୍ ବୁଝାମଣାରୁ ପାରିବାରିିକ ସମସ୍ୟା ଗୁରୁତର ହୋଇପାରେ।
ସି˚ହ

ଭାଗ୍ୟସ୍ଥ ରାଶ୍ୟାଧିପ ଯୋଗୁ ସମସ୍ୟା ସୁଧୁରିବାର ଲକ୍ଷ୍ୟ କରିବେ। ମାତ୍ର ବିଭିନ୍ନ ବାଟରେ ଅପବ୍ୟୟର ସୀମା ଟପିଯିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ। ଅନ୍ୟମାନଙ୍କର ସାହାଯ୍ୟ ନେଇ ଯେତେ ଯାହା କଲେ ମଧ୍ୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା

ରାଶିରେ କେତୁ ହେତୁ ବିଭିନ୍ନ ଦୁଶ୍ଚିନ୍ତାରେ ମନ ଉଦ୍ବିଗ୍ନ ରହିବ। ଦିନସାରା ନିଜ ଘର ଓ ପରିବାର ପାଇଁ ସମୟ ଦେଇ ଅନ୍ୟାନ୍ୟ କାମକୁ ପଛକୁ ରଖିପାରନ୍ତି। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ରହିପାରନ୍ତି। ଆଇନ ଅଦାଲତର ରାୟ ସପକ୍ଷରେ ଯିବା ସହ ସମସ୍ୟା ସମାଧାନ ହୋଇଯିବ।
ତୁଳା

କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ଅନୁକମ୍ପା ଏବଂ ଘରେ ଘରଣୀଙ୍କ ଆନୁଗତ୍ୟ ଜୀବନଚର୍ଯ୍ୟାକୁ ପ୍ରୀତିବନ୍ତ କରାଇବ। ସପ୍ତମକେନ୍ଦ୍ରସ୍ଥ ଲାଭାଧିପ ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ସଫଳତା ଦେବ। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରରୁ ସୁନାମ ଅର୍ଜନ କରିବେ। ଅସ୍ତଗତ ଶୁକ୍ରଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା

ଉଚ୍ଚସ୍ଥ ରବିଙ୍କ ଯୋଗୁ ନୂତନ ମୈତ୍ରୀ, ବନ୍ଧୁ ପ୍ରୀତି, ଆର୍ଥିକ ଉନ୍ନତି ଓ କାର୍ଯ୍ୟସିଦ୍ଧିଜନିତ ମାନସିକ ପ୍ରସନ୍ନତା ଅନୁଭବ କରିବେ। ଚନ୍ଦ୍ର ଯୁକ୍ତ ଶନିଙ୍କ କୁପ୍ରଭାବରୁ ହାତ ମୁଠାରୁ ସୁ୍ଯୋଗ ଖସିଯାଇପାରେ। ଜୀବନର କେତେକ ବ୍ୟତିକ୍ରମ ଓ ଅବଦମିତ ଇଚ୍ଛା ମନରେ ଆଲୋଡ଼ନ ସୃଷ୍ଟି କରିବ। ବନ୍ଧୁମିଳନ ସହ ଭ୍ରମଣ ଇଚ୍ଛା ଜାଗ୍ରତ ହେବ।
ଧନୁ

ଦୂରାଗତ ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ପାଣି ମରିଯିବ ପଛକେ ଦେଖା ମିଳିବ ନାହିଁ। ଚତୁର୍ଥସ୍ଥ ପାପଗ୍ରହ ପ୍ରଭାବରୁ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ। ବନ୍ଧୁଗହଣରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍ ରୋଗରେ କଷ୍ଟ ପାଇପାରନ୍ତି।
ମକର

ଶନି ସହ ଚନ୍ଦ୍ରଙ୍କ ସମ୍ପୃକ୍ତିରୁ ଆଜି ପ୍ରତିକୂଳ ମତମନ୍ତବ୍ୟ ବିବାଦୀୟ ସ୍ଥିତି ଉପତ୍ନ୍ନ କରିପାରେ। ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟା କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଥିବାର ଅନୁଭବ କରିବେ। ଆନୁଷ୍ଠାନିକ କାମ, ସଂଗଠନ, ରାଜନୈତିକ ସଭାସମିତି କ୍ଷେତ୍ରରେ ସୁଫଳ ପାଇବେ। ଯାତ୍ରା, ବ୍ୟବସାୟ,ନୂତନ କର୍ମାରମ୍ଭ ପାଇଁ ଦିନଟି ଭଲ ରହିବ।
କୁମ୍ଭ

ପାରିବାରିକ ଜୀବନ ଓ ସାମାଜିକ ସ୍ଥିତି ଭଲ ଥିଲେ ମଧ୍ୟ କାଳ୍ପନିକ ଚିନ୍ତାଧାରା ବିବ୍ରତ କରାଇବ। ସ୍ବାସ୍ଥ୍ୟ ସମସ୍ୟା ନେଇ କୌଣସି କାମରେ ମନ ଲାଗିବ ନାହିଁ। ଶୁକ୍ରଙ୍କ ସୁପ୍ରଭାବରୁ କଳା ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ବନ୍ଧୁମାନଙ୍କ ଆତ୍ମୀୟତା ଊଣା ନ ଥିଲେ ମଧ୍ୟ ଅଯଥା ସନ୍ଦେହ ଜାଲରେ ଛନ୍ଦି ହୋଇପାରନ୍ତି।
ମୀନ
ଭାଗ୍ୟସ୍ଥାନ ଗୁରୁଦୃଷ୍ଟ ଯୋଗୁ ସାମଗ୍ରିକ ଦିଗରୁ ଦିନଟି ପ୍ରୀତିପ୍ରଦ ରହିବ। କିନ୍ତୁ ପରକଥାକୁ କାନ ଦେଇ ପାରିବାରିକ ଜୀବନରେ ଝଡ ସୃଷ୍ଟି କରିପାରନ୍ତି। ହଜି ଯାଇଥିବା ଜିନିଷର ଖୋଜ ଖବର ପାଇବେ ଏବଂ ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ। ସତ୍ସଙ୍ଗ, ଆଧ୍ୟାତ୍ମିକତା, ପର୍ଯ୍ୟଟନ, ନୂତନ ସମ୍ପର୍କ ସ୍ଥାପନ ପାଇଁ ସୁଯୋଗ ଲାଭ କରିବେ।
The post ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope appeared first on Dharitri Odia News.