ଦୁର୍ଘଟଣାଗସ୍ତ ପିକଅପ ଭ୍ୟାନରୁ କାଠ ଜବତ: ଚାଳକ ଫେରାର
ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଡେଙ୍ଗା ଓସ୍ତା – ପଳାସପୁର ମୁଖ୍ୟରାସ୍ତାର ନୂଆଗଡ ଗ୍ରାମ ନିକଟରେ ଦୁର୍ଘଟଣାଗସ୍ତ ନମ୍ବର ବିହୀନ ପିକଅପ ଭ୍ୟାନରୁ ପାଟପୁର ବନବିଭାଗ କର୍ମଚାରୀ ୩୦ ଘନଫୁଟ ଶାଗୁଆନ କାଠ ଜବତ କରିଛନ୍ତି। ଭ୍ୟାନ ଚାଳକ ଫେରାର ଥିବା ଜଣାପଡିଛି। ଚୋରା ଚାଲାଣ ବେଳେ ବୁଧବାର ସକାଳେ କାଠ ବୋଝେଇ ଭ୍ୟାନଟି ଦୁର୍ଘଟଣାଗସ୍ତ ହୋଇଥିଲା। ଖବରପାଇ ପାଟପୁର ବନବିଭାଗ ସେକ୍ସନ ବନପାଳ ପ୍ରମୋଦ କୁମାର ନାୟକ,ମନୋରଞ୍ଜନ ଗୌଡ଼, ମନୋଜ ସେଠୀ […] The post ଦୁର୍ଘଟଣାଗସ୍ତ ପିକଅପ ଭ୍ୟାନରୁ କାଠ ଜବତ: ଚାଳକ ଫେରାର appeared first on Dharitri Odia News.
ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଡେଙ୍ଗା ଓସ୍ତା – ପଳାସପୁର ମୁଖ୍ୟରାସ୍ତାର ନୂଆଗଡ ଗ୍ରାମ ନିକଟରେ ଦୁର୍ଘଟଣାଗସ୍ତ ନମ୍ବର ବିହୀନ ପିକଅପ ଭ୍ୟାନରୁ ପାଟପୁର ବନବିଭାଗ କର୍ମଚାରୀ ୩୦ ଘନଫୁଟ ଶାଗୁଆନ କାଠ ଜବତ କରିଛନ୍ତି। ଭ୍ୟାନ ଚାଳକ ଫେରାର ଥିବା ଜଣାପଡିଛି। ଚୋରା ଚାଲାଣ ବେଳେ ବୁଧବାର ସକାଳେ କାଠ ବୋଝେଇ ଭ୍ୟାନଟି ଦୁର୍ଘଟଣାଗସ୍ତ ହୋଇଥିଲା।
ଖବରପାଇ ପାଟପୁର ବନବିଭାଗ ସେକ୍ସନ ବନପାଳ ପ୍ରମୋଦ କୁମାର ନାୟକ,ମନୋରଞ୍ଜନ ଗୌଡ଼, ମନୋଜ ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସେଠାରେ ରକ୍ତ ଛିଟା ପଡ଼ିଥିବାରୁ କାଠ ଚୋରାଚାଲାଣରେ ସମ୍ପୃକ୍ତ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସନ୍ଦେହ କରିଥିଲେ। ପରେ କାଠ ସହ ଭ୍ୟାନକୁ ଜବତ କରି ପାଟପୁର ବନବିଭାଗ ସେକ୍ସନ କାର୍ଯ୍ୟାଳୟକୁ ନେଇଥିଲେ। ପାଟପୁର ବନପାଳଙ୍କ ଏତଲା କ୍ରମେ ଦିଗପହଣ୍ଡି ବନବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ୟୁ. ଡ଼ିି – ମାମଲା ନଂ.୧୮/୨୪-୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଖୁବଶୀଘ୍ର କାଠ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ରେଞ୍ଜର କହିଛନ୍ତି।
The post ଦୁର୍ଘଟଣାଗସ୍ତ ପିକଅପ ଭ୍ୟାନରୁ କାଠ ଜବତ: ଚାଳକ ଫେରାର appeared first on Dharitri Odia News.