ଯୁବକଙ୍କୁ ଜଘନ୍ୟ ହତ୍ୟା, ମୟୁରଭଞ୍ଜରୁ ଆଣି ନୀଳଗିରି ଜଙ୍ଗଲରେ ମାରିଦେଲେ

ନୀଳଗିରି ୨୮।୪: ବାଲେଶ୍ଵର ଜିଲ୍ଲା ନୀଳଗିରି ଝରଣାଘାଟି ରାସ୍ତା ତିନିକୋଶିଆ ଜଙ୍ଗଲରେ ଜଣେ ଯୁବକଙ୍କୁ ଜଘନ୍ୟ ହତ୍ୟା କରାଯାଇଛି । ଘରଭଡାରେ ରହୁଥିବା ଜଣେ ଯୁବକ ଓ ଯୁବତୀଙ୍କ ପରକିୟାପ୍ରୀତି ଦେଖିବା ହେଲା କାଳ । ସୁଦୁର ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅସକୁଟି ଅଞ୍ଚଳରୁ ନୀଳଗିରି ଅଞ୍ଚଳକୁ ଆଣି ଏଭଳି ହତ୍ୟା କରାଯାଇଛି ।ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅସକୁଟି କଟୁରିଆ ଗ୍ରାମର ଶ୍ରୀରାମ ସିଂଙ୍କ ଘରେ ଅଶୋକ ସେଠୀ ନାମକ ଯୁବକ ଘର ଭଡାରେ ରହିଥିଲେ । ଅନ୍ୟ ଜଣେ ମହିଳା ମଧ୍ୟ ଭଡ଼ାରେ ରହୁଥିବା ବେଳେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଘର ମାଲିକ ଶ୍ରୀରାମ ଏହା ଦେଖି ମହିଳାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଗତ ୨୫ ତାରିଖ ଦିନ ଅଶୋକ ସେଠୀ ସାଣଦେଇ ଗ୍ରାମର ଅଶୋକ ମହାନ୍ତିଙ୍କ ଦ୍ୱାରା ରାତି ୧୨ଟା ସମୟରେ ଘରୁ ଡାକିଆଣି ଏକ ବାଇକରେ ବସାଇ ବୁଲିବାକୁ କହି ନୀଳଗିରି ତିନିକୋଶିଆ ଜଙ୍ଗଲ ନିକଟକୁ ଆଣିଥିଲେ । ପୂର୍ବ ଯୋଜନା ଅନୁସାରେ ଅଶୋକକୁ ମାରଣାସ୍ତ୍ରରେ ହାଣି ଜଙ୍ଗଲ ମଝିରେ ଶବକୁ ଫିଙ୍ଗି ପଳାଇ ଯାଇଥିଲେ । ପରେ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସମସ୍ତ ଘଟଣା ମାନିଥିଲେ । ହତ୍ୟା ଦୁଇ ଦିନ ପୂର୍ବରୁ ହୋଇଥିବାରୁ ଶବଟି ଗଳିତ ହୋଇଯାଇଛି । ଶରତ ପୋଲିସ ବରମପୁର ପୋଲିସ ସହାୟତାରେ ସାଇଣ୍ଟିଫିକ ଟିମ ଆଣି ତଦନ୍ତ କରି ଶବ ଜବତ କରିଛି । ମ

ଯୁବକଙ୍କୁ ଜଘନ୍ୟ ହତ୍ୟା, ମୟୁରଭଞ୍ଜରୁ ଆଣି ନୀଳଗିରି ଜଙ୍ଗଲରେ ମାରିଦେଲେ

ନୀଳଗିରି ୨୮।୪: ବାଲେଶ୍ଵର ଜିଲ୍ଲା ନୀଳଗିରି ଝରଣାଘାଟି ରାସ୍ତା ତିନିକୋଶିଆ ଜଙ୍ଗଲରେ ଜଣେ ଯୁବକଙ୍କୁ ଜଘନ୍ୟ ହତ୍ୟା କରାଯାଇଛି । ଘରଭଡାରେ ରହୁଥିବା ଜଣେ ଯୁବକ ଓ ଯୁବତୀଙ୍କ ପରକିୟାପ୍ରୀତି ଦେଖିବା ହେଲା କାଳ । ସୁଦୁର ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅସକୁଟି ଅଞ୍ଚଳରୁ ନୀଳଗିରି ଅଞ୍ଚଳକୁ ଆଣି ଏଭଳି ହତ୍ୟା କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅସକୁଟି କଟୁରିଆ ଗ୍ରାମର ଶ୍ରୀରାମ ସିଂଙ୍କ ଘରେ ଅଶୋକ ସେଠୀ ନାମକ ଯୁବକ ଘର ଭଡାରେ ରହିଥିଲେ । ଅନ୍ୟ ଜଣେ ମହିଳା ମଧ୍ୟ ଭଡ଼ାରେ ରହୁଥିବା ବେଳେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଘର ମାଲିକ ଶ୍ରୀରାମ ଏହା ଦେଖି ମହିଳାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଗତ ୨୫ ତାରିଖ ଦିନ ଅଶୋକ ସେଠୀ ସାଣଦେଇ ଗ୍ରାମର ଅଶୋକ ମହାନ୍ତିଙ୍କ ଦ୍ୱାରା ରାତି ୧୨ଟା ସମୟରେ ଘରୁ ଡାକିଆଣି ଏକ ବାଇକରେ ବସାଇ ବୁଲିବାକୁ କହି ନୀଳଗିରି ତିନିକୋଶିଆ ଜଙ୍ଗଲ ନିକଟକୁ ଆଣିଥିଲେ । ପୂର୍ବ ଯୋଜନା ଅନୁସାରେ ଅଶୋକକୁ ମାରଣାସ୍ତ୍ରରେ ହାଣି ଜଙ୍ଗଲ ମଝିରେ ଶବକୁ ଫିଙ୍ଗି ପଳାଇ ଯାଇଥିଲେ । ପରେ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସମସ୍ତ ଘଟଣା ମାନିଥିଲେ । ହତ୍ୟା ଦୁଇ ଦିନ ପୂର୍ବରୁ ହୋଇଥିବାରୁ ଶବଟି ଗଳିତ ହୋଇଯାଇଛି । ଶରତ ପୋଲିସ ବରମପୁର ପୋଲିସ ସହାୟତାରେ ସାଇଣ୍ଟିଫିକ ଟିମ ଆଣି ତଦନ୍ତ କରି ଶବ ଜବତ କରିଛି । ମୃତକଙ୍କ ପରିବାର ଓ ଗ୍ରାମବାସୀ ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

You Can Read :

 ଭୁବନେଶ୍ୱରରେ ପହଞ୍ଚିଲେ ଜେ.ପି. ନଡ୍ଡା, ଆମ୍ବପୁଆ ସାଧାରଣ ସଭାରେ ଦେବେ ଯୋଗ