ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା
ପ୍ରୀତିପୁର,୧୫ା୪(ସୁଶାନ୍ତ ବେହୁରିଆ): ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଜନକଲ୍ୟାଣକାରୀ ସରକାରଙ୍କ ମୂଳ ଲକ୍ଷ୍ୟ ଓ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ମାତ୍ର କେତେକ କ୍ଷେତ୍ରରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ତାଳମେଳର ଅଭାବ ଓ କେତେଜଣ ସରକାରୀ କର୍ମଚାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ସାଧାରଣଜନତା ଅସୁବିଧାରେ ସମ୍ମୁଖୀନ ହେବା ସାର ହେଉଛି। ଯାହାର ଉଦାହରଣ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ଦେଖାଯାଇଛି। ବିଞ୍ଝାରପୁର ବ୍ଲକ ଛକଠାରୁ ରସିକ ଛକ, ରସିକ ଛକଠାରୁ କପିଳା […] The post ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା appeared first on Dharitri Odia News.
ପ୍ରୀତିପୁର,୧୫ା୪(ସୁଶାନ୍ତ ବେହୁରିଆ): ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଜନକଲ୍ୟାଣକାରୀ ସରକାରଙ୍କ ମୂଳ ଲକ୍ଷ୍ୟ ଓ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ମାତ୍ର କେତେକ କ୍ଷେତ୍ରରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ତାଳମେଳର ଅଭାବ ଓ କେତେଜଣ ସରକାରୀ କର୍ମଚାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ସାଧାରଣଜନତା ଅସୁବିଧାରେ ସମ୍ମୁଖୀନ ହେବା ସାର ହେଉଛି। ଯାହାର ଉଦାହରଣ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ଦେଖାଯାଇଛି। ବିଞ୍ଝାରପୁର ବ୍ଲକ ଛକଠାରୁ ରସିକ ଛକ, ରସିକ ଛକଠାରୁ କପିଳା ଛକ ଏବଂ ସଇଦପୁର ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଦିନରାତି ଖରସ୍ରୋତା ନଦୀ ବାଲିଘାଟରୁ ବାଲି ବୋଝେଇ ହାଇୱା ଯାତାୟାତ କରୁଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବାଲି ଜମା ହୋଇ ଯାତାୟାତରେ ଅସୁବିଧା ସୃଷ୍ଟି କରୁଛି। ଏପରିକି ବ୍ଲକ ସମ୍ମୁଖ ରାସ୍ତାରେ ୨/୩ ଇଞ୍ଚର ବାଲି ଜମା ହେବା ଫଳରେ ଏକାଧିକ ଦୁର୍ଘଟଣା ଘଟୁଛି। ରାସ୍ତା ମଧ୍ୟ ଭାଙ୍ଗି ନଷ୍ଟ ହେଉଛି। ସେହିପରି ଖରାଦିନରେ ସାମାନ୍ୟ ପବନରେ ବାଲି ଉଡ଼ି ଲୋକଙ୍କ ଆଖି ଓ କାନରେ ପଶୁଛି। ଏହାବ୍ୟତୀତ ଅନୁମତିଠାରୁ ୨ ଗୁଣା ଅଧିକ ବାଲି ପରିବହନ କରୁଥିବା ହାଇୱାଗୁଡ଼ିକ ଯୋଗୁ ରାସ୍ତା ମଧ୍ୟ ବହୁ ଜାଗାରେ ଦବି ଯାଇଥିବା ଦେଖାଯାଇଛି।
ପୂର୍ତ୍ତ ବିଭାଗ ଅଧୀନରେ ଆସୁଥିବା ଏହି ରାସ୍ତାରେ ୨୫ ଟନ ଭାର ସହିବାର କ୍ଷମତା ରହିଛି। ମାତ୍ର ଏହି ରାସ୍ତାରେ ୫୦ଟନ ଓଜନର ବାଲି ବୋଝେଇ ହାଇୱା ଯାତାୟାତ କରୁଛି। ଯଦ୍ଦ୍ବାରା ରାସ୍ତା ଅବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଉପଡୁଛି। ଅପରପକ୍ଷରେ ବାଲି ଘାଟ ନିଲାମ ଓ ଏହାକୁ ତଦାରଖ ଦାୟିତ୍ୱ ସରକାର ତହସିଲଦାରଠାରୁ କାଢ଼ି ଖୁଦ୍ର ଖଣିଜ ଦ୍ରବ୍ୟ ପରିଚାଳନା ବିଭାଗକୁ ହସ୍ତାନ୍ତରିତ କରିବା ପରେ ବାଲି ଲିଜଧାରୀ ଲିଜ୍ ପରିମାଣଠାରୁ ବହୁ ଅଧିକ ବାଲି ଉତ୍ତୋଳନ ଓ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଧର୍ଯ୍ୟ ଅଞ୍ଚଳଠାରୁ ଅଧିକ ବାଲି ଉତ୍ତୋଳନ ଫଳରେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେବା ସହିତ ନଦୀର ଗତିପଥ ମଧ୍ୟ ପରିବର୍ତ୍ତନର ଆଶଙ୍କା ରହିଛି। ଯାହା ଏହି ବ୍ଲକ ଅଧୀନ ବାଲିଘାଟଗୁଡ଼ିକୁ ଲକ୍ଷ୍ୟକଲେ ଜଣାଯିବ।
ଅଧିକ ପରିମାଣରେ ବାଲି ପରିବହନ ସମ୍ପର୍କରେ ତହସିଲଦାର କୈଳାସ ଚନ୍ଦ୍ର ମହାଳିକଙ୍କୁ ପଚାରିବାରେ ସେ କହିଛନ୍ତି, ବର୍ତ୍ତମାନ ବାଲିଘାଟ ପରିଚାଳନା ଖଣି ବିଭାଗକୁ ହସ୍ତାନ୍ତର ହୋଇଥିବାରୁ ତାଙ୍କର କିଛି ଭୂମିକାନାହିଁ। ସେହିପରି ରାସ୍ତାରେ ବାଲି ଜମି ରହିବା ଓ ରାସ୍ତା ଜରାଜୀର୍ଣ୍ଣ ହେବା ସମ୍ପର୍କରେ ପୂର୍ତ୍ତ ବିଭାଗ ଏସ୍ଡିଓ ରାମଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଓଭର ଲୋଡିଂ ଗାଡ଼ି ଯାତାୟାତ ଯୋଗୁ ଏଭଳି ସମସ୍ୟା ହେଉଛି। ଏହାକୁ ନିୟନ୍ତ୍ରଣ କରିବା ପୂର୍ତ୍ତ ବିଭାଗର କାର୍ଯ୍ୟ ନୁହେଁ। ତେଣୁ ଜିଲା ପ୍ରଶାସନ ରାସ୍ତାରେ ଜମିରହିଥିବା ବାଲି ସଫା କରିବା ସହିତ ନିର୍ଦ୍ଧାରିତ ପରିମାଣରେ ବାଲି ପରିବହନ ହେଉଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରିବାକୁ ଦାବି ହୋଇଛି।
The post ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା appeared first on Dharitri Odia News.