ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ

କଟକ,୬ା୪(କାର୍ତ୍ତିକ ସାହୁ): କଟକର ନୂଆ ଜିଲାପାଳ ଭାବେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅରିନ୍ଦମ ଡାକୁଆ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ନୂତନ ଜିଲାପାଳଙ୍କୁ ସ୍ବାଗତ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଆୟୋଜିତ ବୈଠକରେ ନୂତନ ଜିଲାପାଳ ଡାକୁଆ ଚଳିତ ଲୋକ ସଭା ଓ ବିଧାନସଭା ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଏଥିସହ ଜିଲାରେ ବିକାଶମୂଳକ ତଥା ଜନକଲ୍ୟାଣକର […] The post ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ appeared first on Dharitri Odia News.

ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ

କଟକ,୬ା୪(କାର୍ତ୍ତିକ ସାହୁ): କଟକର ନୂଆ ଜିଲାପାଳ ଭାବେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅରିନ୍ଦମ ଡାକୁଆ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ନୂତନ ଜିଲାପାଳଙ୍କୁ ସ୍ବାଗତ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଆୟୋଜିତ ବୈଠକରେ ନୂତନ ଜିଲାପାଳ ଡାକୁଆ ଚଳିତ ଲୋକ ସଭା ଓ ବିଧାନସଭା ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଏଥିସହ ଜିଲାରେ ବିକାଶମୂଳକ ତଥା ଜନକଲ୍ୟାଣକର କାର୍ଯ୍ୟର ଧାରାକୁ ଆଗେଇ ନେବା ପାଇଁ ସେ ଆହ୍ବାନ ଦେଇଥିଲେ। ଜନସାଧାରଣଙ୍କ ନିକଟରେ ସରକାରଙ୍କ ସେବା ପହଞ୍ଚାଇବା ପ୍ରଶାସନର ପ୍ରାଥମିକତା। ଆଧୁନିକ ଜ୍ଞାନକୌଶଳ ସହ ତାଳ ଦେଇ ନିଜକୁ ଅଧୁନାତନ କରିବା ଏବଂ ତ୍ୱରିତ ବେଗରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ନୂତନ ଜିଲାପାଳ ଡାକୁଆ ପରାମର୍ଶ ଦେଇଥିଲେ।
ଅତିରିକ୍ତ ଜିଲାପାଳ ରାଜସ୍ବ ଉମାକାନ୍ତ ରାଜ, ଅତିରିକ୍ତ ଜିଲାପାଳ ସାଧାରଣ ଶିବ ଟପୋ, ଅତିରିକ୍ତ ଜିଲାପାଳ ପ୍ରଶାସନ ଡ. ଦିବ୍ୟଲୋଚନ ମହାନ୍ତ, ଉପଜିଲାପାଳ କଟକ ସଦର ଜ୍ୟୋତିଶଙ୍କର ରାୟ, ଉପଜିଲାପାଳ ବାଙ୍କୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲାପାଳ ଆଠଗଡ଼ ପ୍ରଶାନ୍ତ କୁମାର ତରାଇ, ଅତିରିକ୍ତ ଉପଜିଲାପାଳ କଟକ ସଦର ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ଜିଲାରେ ସ୍ବଳ୍ପ ସମୟର ଅବଧି ମଧ୍ୟରେ ସମସ୍ତଙ୍କର ସହଯୋଗ ମିଳିଥିବାରୁ ଧନ୍ୟବାଦ ଜଣାଇଥିଲେ। ନୂତନ ଜିଲାପାଳଙ୍କ କାର୍ଯ୍ୟଭାର ଗ୍ରହଣ ଅବସରରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ଷ୍ଟାଫ୍‌ କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା, ଜିଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନୂତନ ଜିଲାପାଳଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି।

The post ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ appeared first on Dharitri Odia News.