ଗୁରୁବାର ରାଶିଫଳ (୧୨-୦୯-୨୦୨୪)

ମେଷ: ନୂତନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଭଲ ସମୟ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କଠାରୁ ଉପହାର ପାଇବେ। ବୃଷ: ବ୍ୟବସାୟ ପାଇଁ ଦୂରସ୍ଥାନ ଯାତ୍ରା କରିପାରନ୍ତି। ଅଫିସ୍‌ରେ ଅଧିକ ଲୋକସମ୍ପର୍କ ବୃଦ୍ଧି ପାଇବ। ଅଚାନକ ଅଫିସରେ ନୂତନ ଦାୟିତ୍ବ ମିଳିପାରେ। ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ। ମିଥୁନ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜ ବଜେଟ୍‌ ଅନୁସାରେ ଖର୍ଚ୍ଚ କରିବା ଭଲ। ମହିଳାମାନେ […]

ଗୁରୁବାର ରାଶିଫଳ (୧୨-୦୯-୨୦୨୪)
thursday-horoscope

ମେଷ: ନୂତନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଭଲ ସମୟ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କଠାରୁ ଉପହାର ପାଇବେ।

ବୃଷ: ବ୍ୟବସାୟ ପାଇଁ ଦୂରସ୍ଥାନ ଯାତ୍ରା କରିପାରନ୍ତି। ଅଫିସ୍‌ରେ ଅଧିକ ଲୋକସମ୍ପର୍କ ବୃଦ୍ଧି ପାଇବ। ଅଚାନକ ଅଫିସରେ ନୂତନ ଦାୟିତ୍ବ ମିଳିପାରେ। ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ।

ମିଥୁନ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜ ବଜେଟ୍‌ ଅନୁସାରେ ଖର୍ଚ୍ଚ କରିବା ଭଲ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।

କର୍କଟ: ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ରହିବ। ଅଟକି ଥିବା କାର୍ଯ୍ୟ ପୂରା ହେବ। ମହିଳାମାନେ ଅଳଙ୍କାର ଓ ବସ୍ତ୍ର କିଣିବେ।

ସିଂହ: ପରିବାର ଲୋକଙ୍କ ସହ ଦୂରଯାତ୍ରା କରିପାରନ୍ତି। ନୂତନ ବ୍ୟବସାୟ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରୁ ବିଜୟ ଲାଭ କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହେବ।

କନ୍ୟା: ବ୍ୟକ୍ତିଗତ ସମ୍ପର୍କରେ ଅନ୍ୟମାନଙ୍କ ଆଗେ ପରିପ୍ରକାଶ କରନ୍ତୁ ନାହିଁ। ମହିଳାମାନଙ୍କ ଠାରେ ଆଣ୍ଠୁଗଣ୍ଠି ସମସ୍ୟା ସୃଷ୍ଟି ହେବ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ନିଜ ଲୋକଙ୍କ ପାଇଁ ଅସୁବିଧାରେ ପଡ଼ିପାରନ୍ତି।

ତୁଳା: ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ। ନିଜ ଉପରେ ଭରସା ରଖନ୍ତୁ। ତରବରିଆ ଭାବେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ହଠାତ୍‌ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଅଫିସ୍‌ରେ ବରିଷ୍ଠ ଲୋକ ଆପଣଙ୍କ କାମକୁ ପ୍ରଶଂସା କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ। ଜମି କ୍ରୟ ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

ମକର: ଦିନଟି ବ୍ୟସ୍ତତା ଭିତରେ କଟିବ। ଗୋଟିଏ ସମୟରେ ଅନେକ କାମ ପାଇଁ ଆପଣଙ୍କୁ ସମୟ ଦେବାକୁ ପଡ଼ିବ। ଅଫିସରେ ସମସ୍ତଙ୍କ ସହ ଭଲ ବ୍ୟବହାର ଦେଖାନ୍ତୁ। ମାନସିକ ଚିନ୍ତା ଦୂର ହେବ।

କୁମ୍ଭ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଆର୍ଥିକ ସଫଳତା ମିଳିବ। ଉଧାର ଦେଇଥିବା ଟଙ୍କା ଫେରିପାଇବେ। ନୂତନ ଯାନବାହନ କ୍ରୟ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମୀନ: ଅପେକ୍ଷାର ଅନ୍ତ ଘଟିବ। ଧାର୍ମିକ ଏବଂ ଆଧ୍ୟାତ୍ମିକ ଉନ୍ନତି ଘଟିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ । ପିଲାମାନଙ୍କ ସଫଳତାରେ ଅଭିଭାବକ ଖୁସି ଅନୁଭବ କରିବେ ।