ସାମାଜିକ କର୍ମୀ ମିନତୀ ମହାନ୍ତିଙ୍କ ପରଲୋକ

କଟକ,୧୦।୬(କାର୍ତ୍ତିକ ସାହୁ): ଓଡ଼ିଶା ନାରୀ ସେବା ସଂଘର ଆଜୀବନ ସଦସ୍ୟା ତଥା ବିଶିଷ୍ଟ ସାମାଜିକ କର୍ମୀ ମିନତୀ ମହାନ୍ତି(୯୭)ଙ୍କ ସୋମବାର ପରଲୋକ ହୋଇଯାଇଛି। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମିଶନ୍‌ରୋଡ୍‌ସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ। ଗତ ଜାନୁଆରୀ ମାସରେ ଶ୍ୱାସକ୍ରିୟା ସମସ୍ୟା ହେତୁ ମେଡିକାଲରେ ଭର୍ତ୍ତି ହୋଇ ମାସେ କାଳ ଚିକିତ୍ସିତ ହୋଇଥିଲେ। ପରେ ତାଙ୍କୁ ଘରେ ରଖି ନିୟମିତ […] The post ସାମାଜିକ କର୍ମୀ ମିନତୀ ମହାନ୍ତିଙ୍କ ପରଲୋକ appeared first on Dharitri Odia News.

ସାମାଜିକ କର୍ମୀ ମିନତୀ ମହାନ୍ତିଙ୍କ ପରଲୋକ
କଟକ,୧୦।୬(କାର୍ତ୍ତିକ ସାହୁ): ଓଡ଼ିଶା ନାରୀ ସେବା ସଂଘର ଆଜୀବନ ସଦସ୍ୟା ତଥା ବିଶିଷ୍ଟ ସାମାଜିକ କର୍ମୀ ମିନତୀ ମହାନ୍ତି(୯୭)ଙ୍କ ସୋମବାର ପରଲୋକ ହୋଇଯାଇଛି। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମିଶନ୍‌ରୋଡ୍‌ସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ। ଗତ ଜାନୁଆରୀ ମାସରେ ଶ୍ୱାସକ୍ରିୟା ସମସ୍ୟା ହେତୁ ମେଡିକାଲରେ ଭର୍ତ୍ତି ହୋଇ ମାସେ କାଳ ଚିକିତ୍ସିତ ହୋଇଥିଲେ। ପରେ ତାଙ୍କୁ ଘରେ ରଖି ନିୟମିତ ଭାବେ ଅକ୍ସିଜେନ୍‌ ଦିଆଯାଇ ଚିକିତ୍ସା କରାଯାଉଥିଲା। ସକାଳେ ସେ ନିସ୍ତେଜ ହେବା ଦେଖି ଡାକ୍ତରଙ୍କୁ ଡକାଯାଇଥିଲା। ଡାକ୍ତର ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ସୁବ୍ରତ ମହାନ୍ତି ମୁଖାଗ୍ନି ଦେଇଥିଲେ। ତାଙ୍କର ସାନ ପୁଅ ଦେବବ୍ରତ, କନ୍ୟା କିଶୋରୀ ପଟ୍ଟନାୟକ, ଟିଟା ପଟ୍ଟନାୟକ ଓ ସୁସ୍ମିତା ପଟ୍ଟନାୟକ ଅଛନ୍ତି। ସେ ହେଉଛନ୍ତି ପୂର୍ତ୍ତ ବିଭାଗର ଚିଫ୍‌ ଇଞ୍ଜିନିୟର ସ୍ବର୍ଗତ ଆର୍ତ୍ତବନ୍ଧୁ ମହାନ୍ତିଙ୍କ ସ୍ତ୍ରୀ। ସେ ମଧ୍ୟ ଇନରହୁଇଲ୍‌ କ୍ଲବର ସଭାନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
ସ୍ବର୍ଗତା ମହାନ୍ତି, ଅସହାୟଙ୍କୁ ସେବା, ସହାୟତା ଯୋଗାଇ ଦେବାରେ ସର୍ବଦା ବ୍ୟସ୍ତ ଥାନ୍ତି। ତାଙ୍କର ସମ୍ପର୍କୀୟ ପିଉସୀ ମା’ ରମାଦେବୀ ଚୌଧୁରୀଙ୍କ ସହ ବିଭିନ୍ନ ସମୟରେ ବହୁ ସେବା କାର୍ଯ୍ୟ କରିଛନ୍ତି। କଟକ ବାଙ୍କାବଜାରର ଦେବେନ୍ଦ୍ର କିଶୋର ଦାସ ଓ ସୁରପ୍ରିୟା ଦେଇ କନ୍ୟା ଭାବେ ସେ ୧୯୨୭ ଡିସେମ୍ବର ୩୧ ତାରିଖରେ ଜନ୍ମ ହୋଇଥିଲେ। ରେଭେନ୍ସା ବାଳିକା ବିଦ୍ୟାଳୟରୁ ବିଦ୍ୟାଳୟ ଶିକ୍ଷା କରିଥିଲେ। ମହିଳାଙ୍କୁ ସ୍ବାବଲମ୍ବୀ କରିବା, ଶିଶୁଙ୍କୁ ଶିକ୍ଷାଦାନ, ସାମାଜିକ, ସାଂସ୍କୃତିକ ବିକାଶ ତଥା ପ୍ରଦୂଷଣମୁକ୍ତ ପ୍ରାକୃତିକ ପରିବେଶ ଦିଗରେ ସେ କାର୍ଯ୍ୟ କରି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।

The post ସାମାଜିକ କର୍ମୀ ମିନତୀ ମହାନ୍ତିଙ୍କ ପରଲୋକ appeared first on Dharitri Odia News.