ହୋଇଗଲା ଫାଇନାଲ! କୋହଲି ନୁହେଁ ଏହି ହେବେ ଆରସିବିର ଅଧିନାୟକ, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୧।୧୨: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୫ ର ୧୮ ତମ ସିଜନ୍‌ ପାଇଁ ବିଗୁଲ ବାଜିଛି। ସମସ୍ତ ଦଳ ଆଗାମୀ ସିଜନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ତଥାପି, ଏପରି କିଛି ଦଳ ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଆଇପିଏଲ ୨୦୨୫ ପାଇଁ ଅଧିନାୟକ ଘୋଷଣା କରିନାହାଁନ୍ତି । ଆଇପିଏଲର ସବୁଠାରୁ ଲୋକପ୍ରିୟ ଦଳ, ଆରସିବି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ବିରାଟ କୋହଲି ପୁଣି […] The post ହୋଇଗଲା ଫାଇନାଲ! କୋହଲି ନୁହେଁ ଏହି ହେବେ ଆରସିବିର ଅଧିନାୟକ, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.

ହୋଇଗଲା ଫାଇନାଲ! କୋହଲି ନୁହେଁ ଏହି ହେବେ ଆରସିବିର ଅଧିନାୟକ, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୧।୧୨: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୫ ର ୧୮ ତମ ସିଜନ୍‌ ପାଇଁ ବିଗୁଲ ବାଜିଛି। ସମସ୍ତ ଦଳ ଆଗାମୀ ସିଜନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ତଥାପି, ଏପରି କିଛି ଦଳ ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଆଇପିଏଲ ୨୦୨୫ ପାଇଁ ଅଧିନାୟକ ଘୋଷଣା କରିନାହାଁନ୍ତି । ଆଇପିଏଲର ସବୁଠାରୁ ଲୋକପ୍ରିୟ ଦଳ, ଆରସିବି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ବିରାଟ କୋହଲି ପୁଣି ଥରେ ଆଇପିଏଲ ୨୦୨୫ରେ ଅଧିନାୟକତ୍ୱ ଗ୍ରହଣ କରିବେ। ଏହା ମଧ୍ୟ କୁହାଯାଉଥିଲା ଯେ ରଜତ ପାଟିଦାର ଆରସିବିର କମାଣ୍ଡ ପାଇବେ, କିନ୍ତୁ ବର୍ତ୍ତମାନ ଅଧିନାୟକଙ୍କ ବିଷୟରେ ଏକ ନୂଆ ଅପଡେଟ ଆସିଛି।

ଆରସିବି ଅଧିନାୟକଙ୍କ ବିଷୟରେ ଅନେକ ଦାବି କରାଯାଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ବିରାଟ କୋହଲି ପୁଣି ଥରେ ଦଳର ଦାୟିତ୍ୱ ତୁଲାଇବେ। ସେ ଆଇପିଏଲ ୨୦୨୫ରେ ଦଳର ଅଧିନାୟକ ହେବେ, କିନ୍ତୁ ଫ୍ରାଞ୍ଚାଇଜ କିମ୍ବା ବିରାଟ କୋହଲି ଏ ବିଷୟରେ କିଛି କହି ନାହାଁନ୍ତି। ତା’ପରେ କିଛି ଦିନ ପରେ ନୂଆ ରିପୋର୍ଟରେ ଦାବି କରାଯାଇଥିଲା ଯେ ଯୁବ ବ୍ୟାଟ୍ସମ୍ୟାନ ରାଜତ ପାଟିଦାର ଆଇପିଏଲ ୨୦୨୫ରେ ଆରସିବିର ଅଧିନାୟକ ହେବେ । ରଜତ ପାଟିଦାର ମଧ୍ୟପ୍ରଦେଶର ସୟଦ ମୁସ୍ତାକ ଅଲି ଟି -୨୦ ଟ୍ରଫିରେ ଅଧିନାୟକ ଥିଲେ। ତାଙ୍କ ଦଳ ମଧ୍ୟ ଫାଇନାଲରେ ପ୍ରବେଶ କରିଛି।

ବର୍ତ୍ତମାନ ଆରସିବି ଅଧିନାୟକଙ୍କ ବିଷୟରେ ଏକ ନୂଆ ଅପଡେଟ୍‌ ଆସିଛି। ସର୍ବଶେଷ ରିପୋର୍ଟରେ କୁହାଯାଇଛି ଯେ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଆରସିବିର ନୂତନ ଅଧିନାୟକ ହେବେ। ତେବେ ଏଥର ମଧ୍ୟ ଫ୍ରାଞ୍ଚାଇଜ କୌଣସି ଅଫିସିଆଲ ବିବୃତ୍ତି ଦେଇନାହିଁ। ଏହି ରିପୋର୍ଟ ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଅଧିନାୟକ ଦୌଡରେ ଅଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା କେଉଁ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜ ବିଶ୍ୱାସ କରୁଛି।

 

 

The post ହୋଇଗଲା ଫାଇନାଲ! କୋହଲି ନୁହେଁ ଏହି ହେବେ ଆରସିବିର ଅଧିନାୟକ, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.