ଯଶସ୍ବୀଙ୍କୁ ରୋହିତଙ୍କ ଠାରୁ ମିଳିଲା ଖାସ୍ ଆଡଭାଇସ୍, କହିଲେ ଏଭଳି ସିନିୟର ଥିଲେ…
ନୂଆଦିଲ୍ଲୀ,୧୫।୧: ଭାରତୀୟ ଖେଳାଳି ଯଶସ୍ବୀ ଜସୱାଲଙ୍କ ପ୍ରତିଭା କାହାଠାରୁ ଲୁଚି ନାହିଁ। ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ୨୦୦ ଷ୍ଟ୍ରାଇକ ହାରରେ ଯୁବ ଭାରତୀୟ ଓପନର୍ ବ୍ୟାଟିଂ କରିଥିଲେ ଏବଂ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଲିଭାଇଥିଲେ। ସେ ୩୪ ବଲରେ ୫ ଚୌକା ଓ ୬ ଛକା ସହାୟତାରେ ୬୮ ରନ୍ର ଇନିଂସ ଖେଳିଥିଲେ। ଉଜ୍ଜ୍ୱଳ ଇନିଂସ ପରେ ଜସୱାଲ ଅଧିନାୟକ ରୋହିତ ଶର୍ମା ଦେଇଥିବା ଖାସ୍ ଆଡଭାଇସ୍କୁ ଖୁଲାସା କରିଥିଲେ। ରୋହିତ […] The post ଯଶସ୍ବୀଙ୍କୁ ରୋହିତଙ୍କ ଠାରୁ ମିଳିଲା ଖାସ୍ ଆଡଭାଇସ୍, କହିଲେ ଏଭଳି ସିନିୟର ଥିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: ଭାରତୀୟ ଖେଳାଳି ଯଶସ୍ବୀ ଜସୱାଲଙ୍କ ପ୍ରତିଭା କାହାଠାରୁ ଲୁଚି ନାହିଁ। ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ୨୦୦ ଷ୍ଟ୍ରାଇକ ହାରରେ ଯୁବ ଭାରତୀୟ ଓପନର୍ ବ୍ୟାଟିଂ କରିଥିଲେ ଏବଂ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଲିଭାଇଥିଲେ। ସେ ୩୪ ବଲରେ ୫ ଚୌକା ଓ ୬ ଛକା ସହାୟତାରେ ୬୮ ରନ୍ର ଇନିଂସ ଖେଳିଥିଲେ। ଉଜ୍ଜ୍ୱଳ ଇନିଂସ ପରେ ଜସୱାଲ ଅଧିନାୟକ ରୋହିତ ଶର୍ମା ଦେଇଥିବା ଖାସ୍ ଆଡଭାଇସ୍କୁ ଖୁଲାସା କରିଥିଲେ।
ରୋହିତ ଶର୍ମାଙ୍କ ପରାମର୍ଶ ବିଷୟରେ ବିସିସିଆଇ ଟିଭି ସହ କଥାବାର୍ତ୍ତା କରି ଜସୱାଲ କହିଛନ୍ତି, ରୋହିତ ତାଙ୍କୁ ମ୍ୟାଚ ପୂର୍ବରୁ କହିଥିଲେ, ଯା’ ଆଉ ବିନ୍ଦାସ ଖେଳ। ଜସୱାଲ ଆହୁରି କହିଛନ୍ତି, ସେ ଆମର ଯତ୍ନ ନେବା ପାଇଁ ସର୍ବଦା ଥାଆନ୍ତି। ଯେତେବେଳେ ତାଙ୍କ ପରି ସିନିୟର ଥାଆନ୍ତି, ସେତେବେଳେ ଏହା ବହୁତ ଭଲ ହୋଇଥାଏ।
ଭାରତୀୟ ଓପନର୍ କହିଛନ୍ତି,ଉଇକେଟ୍ ବହୁତ ଭଲ ଥିଲା, ତେଣୁ ବ୍ୟାଟିଂ କରିବା ମଜା ଲାଗୁଥିଲା। ଆମ ପାଖରେ ଚେଜ୍ କରିବା ପାଇଁ ଭଲ ଲକ୍ଷ୍ୟ ଥିଲା, ମୋର ମନରେ ଥିଲା ଯେ ମୁଁ ଭଲ ଆରମ୍ଭ କରିବାକୁ ଚାହୁଁଛି।
The post ଯଶସ୍ବୀଙ୍କୁ ରୋହିତଙ୍କ ଠାରୁ ମିଳିଲା ଖାସ୍ ଆଡଭାଇସ୍, କହିଲେ ଏଭଳି ସିନିୟର ଥିଲେ… appeared first on Dharitri Odia News.