ସୁନିତା କେଜରିଓ୍ବାଲ ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ!

ନୁଆଦିଲ୍ଲୀ,୨।୪: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲକୁ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି। ଘଟଣା ହେଉଛି ବିଧାୟକମାନେ ମଙ୍ଗଳବାର ତାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ, ଯାହା ଏହି କଳ୍ପନାଜଳ୍ପନାକୁ ଶକ୍ତି ପ୍ରଦାନ କରିଥିଲା। ସୂଚନାଯୋଗ୍ୟ,ଏକ୍ସାଇଜ ପଲିସି ମାମଲାରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଦ୍ୱାରା ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। […] The post ସୁନିତା କେଜରିଓ୍ବାଲ ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ! appeared first on Dharitri Odia News.

ସୁନିତା କେଜରିଓ୍ବାଲ ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ!

ନୁଆଦିଲ୍ଲୀ,୨।୪: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲକୁ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି। ଘଟଣା ହେଉଛି ବିଧାୟକମାନେ ମଙ୍ଗଳବାର ତାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ, ଯାହା ଏହି କଳ୍ପନାଜଳ୍ପନାକୁ ଶକ୍ତି ପ୍ରଦାନ କରିଥିଲା।

ସୂଚନାଯୋଗ୍ୟ,ଏକ୍ସାଇଜ ପଲିସି ମାମଲାରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଦ୍ୱାରା ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଥିଲା ଯେ ସେ କିପରି ଜେଲରୁ ସରକାର ଚଳାଇବେ। ଏଭଳି ପରିସ୍ଥିତିରେ ଆସନ୍ତା ଦିନରେ ଏଏପିର ଜାତୀୟ ସଂଯୋଜକଙ୍କ ପତ୍ନୀ ସୁନୀତା କେଜରିୱାଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। ସେ ରବିବାରଏଠାରେ ରାମଲିଲା ମଇଦାନରେ ‘ସେଭ ଡେମୋକ୍ରାସି’ ରାଲିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିଲେ।

ସୂଚନାନୁସାରେ, ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ ମନ୍ତ୍ରୀ ଅତିଶୀ, ସୌରଭ ଭରଦ୍ୱାଜ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ମାନ ଏବଂ ଏଏପିର ଦିଲ୍ଲୀ ୟୁନିଟ ମୁଖ୍ୟ ଗୋପାଳ ରାୟଙ୍କ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି।
ଏହାପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ନେତାମାନେ ଦାବି କରିଛନ୍ତି ଯେ କେଜରିୱାଲ ଯେତେ ଦିନ ଜେଲରେ ରହିବାକୁ ପଡିବ ନା କାହିଁକି ସରକାରଙ୍କ ନେତୃତ୍ୱ ନେବେ। ଯଦିଓ ବିଶେଷଜ୍ଞମାନେ କହିଛନ୍ତି ଯେ କେଜରିୱାଲଙ୍କ ଅନୁପସ୍ଥିତି ଦିଲ୍ଲୀର ଶାସନ ଉପରେ ତୁରନ୍ତ ପ୍ରଭାବ ପକାଇବ ନାହିଁ, ଯଦି ଲୋକ ସଭା ନିର୍ବାଚନ ପରେ ମଡେଲ ଆଚରଣ ବିଧି ହଟାଯାଏ ତେବେ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ।

The post ସୁନିତା କେଜରିଓ୍ବାଲ ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ! appeared first on Dharitri Odia News.