ରୋଗୀଙ୍କୁ ବଳାତ୍କାର, ଡାକ୍ତର ଗିରଫ

କଟକ,୧୪ା୮(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ସିବି ମେଡିକାଲର କାର୍ଡିଓଲୋଜି ବିଭାଗକୁ ଗତ ଶୁକ୍ରବାର ଦୁଇ ମହିଳା ରୋଗୀ ହୃଦ୍‌ଜନିତ ଚିକିତ୍ସା ପାଇଁ ଆସିଥିଲେ। ଉକ୍ତ ୨ମହିଳା ରୋଗୀ ଗୋଟିଏ ପରିବାରର ହୋଇଥିବାବେଳେ ଏସ୍‌ସିବି ମେଡିକାଲର ଜଣେ ଡାକ୍ତରୀ ଛାତ୍ରଙ୍କ ସମ୍ପର୍କୀୟ ମଧ୍ୟ। ରବିବାର ସମସ୍ତ ପରୀକ୍ଷା ସମେତ ଇକୋ ପରୀକ୍ଷା କରାଇବା ନେଇ ୨ ମହିଳାଙ୍କୁ ଡାକ୍ତର ଠାକୁର ବିଲ୍‌ବାଗ ସିଂ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ରବିବାର ଉଭୟ ମହିଳା କାର୍ଡିଓଲୋଜି ବିଭାଗରେ ପହଞ୍ଚତ୍ଥିଲେ। ଡାକ୍ତର ଠାକୁର ଜଣଙ୍କ ପରେ […] The post ରୋଗୀଙ୍କୁ ବଳାତ୍କାର, ଡାକ୍ତର ଗିରଫ appeared first on Dharitri Odia News.

ରୋଗୀଙ୍କୁ ବଳାତ୍କାର, ଡାକ୍ତର ଗିରଫ

କଟକ,୧୪ା୮(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ସିବି ମେଡିକାଲର କାର୍ଡିଓଲୋଜି ବିଭାଗକୁ ଗତ ଶୁକ୍ରବାର ଦୁଇ ମହିଳା ରୋଗୀ ହୃଦ୍‌ଜନିତ ଚିକିତ୍ସା ପାଇଁ ଆସିଥିଲେ। ଉକ୍ତ ୨ମହିଳା ରୋଗୀ ଗୋଟିଏ ପରିବାରର ହୋଇଥିବାବେଳେ ଏସ୍‌ସିବି ମେଡିକାଲର ଜଣେ ଡାକ୍ତରୀ ଛାତ୍ରଙ୍କ ସମ୍ପର୍କୀୟ ମଧ୍ୟ। ରବିବାର ସମସ୍ତ ପରୀକ୍ଷା ସମେତ ଇକୋ ପରୀକ୍ଷା କରାଇବା ନେଇ ୨ ମହିଳାଙ୍କୁ ଡାକ୍ତର ଠାକୁର ବିଲ୍‌ବାଗ ସିଂ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ରବିବାର ଉଭୟ ମହିଳା କାର୍ଡିଓଲୋଜି ବିଭାଗରେ ପହଞ୍ଚତ୍ଥିଲେ। ଡାକ୍ତର ଠାକୁର ଜଣଙ୍କ ପରେ ଜଣଙ୍କର ଇକୋ ପରୀକ୍ଷା ଆରମ୍ଭ କରିଥିଲେ। ଡାକ୍ତର ଠାକୁର୍‌ ଉଭୟ ମହିଳାଙ୍କ ଇକୋ କରାଇବା ସମୟରେ ସେମାନଙ୍କ ସମ୍ପର୍କୀୟ ଏବଂ ଅନ୍ୟ ମହିଳା ଡାକ୍ତରଙ୍କୁ ଉକ୍ତ ପରିସରରୁ ବିଦା କରି ଦେଇଥିଲେ। ଇକୋ କରିବା ସମୟରେ ଡାକ୍ତରଙ୍କ କାର୍ଯ୍ୟକୁ ମହିଳାଦ୍ୱୟ ଅସ୍ବାଭାବିକ ଅନୁଭବ କରିଥିଲେ। ସେମାନଙ୍କୁ ଡାକ୍ତର ବଳାତ୍କାର ଉଦ୍ୟମ କରିଥିବା ନେଇ ସମ୍ପର୍କୀୟଙ୍କୁ କହିଥିଲେ। ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଡାକ୍ତର ଠାକୁରଙ୍କୁ ସଂଘବଦ୍ଧ ଭାବେ ମହିଳାଙ୍କ ସମ୍ପର୍କୀୟ ଏବଂ କନିଷ୍ଠ ଡାକ୍ତର ମାଡ଼ ମାରିଥିଲେ। ଆକ୍ରମଣରେ ଡାକ୍ତର ଠାକୁର୍‌ ଗୁରୁତର ହେବାରୁ ତାଙ୍କୁ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଉକ୍ତ ଘଟଣା ନେଇ ମଙ୍ଗଳାବାଗ ଥାନାରେ ଗତ ରବିବାର ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିଥିବାବେଳେ ପୋଲିସ ବଳାତ୍କାର ମାମଲା ରୁଜୁ କରି
ମେଡିକାଲର ଉକ୍ତ ବିଭାଗରେ ପୋଲିସ ପକ୍ଷରୁ ଛାନଭିନ କରାଯାଇଥିଲା। ଏଥିସହ ଉଭୟ ମହିଳାଙ୍କ ବୟାନ ରେକର୍ଡ କରାଯାଇ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡାକ୍ତରୀମାଇନା ପରୀକ୍ଷା କରାଯାଇଛି। ଅନ୍ୟପଟେ ଡାକ୍ତର ଠାକୁର୍‌ଙ୍କ ପରିବାର ଲୋକ ମଙ୍ଗଳବାର ମଙ୍ଗଳାବାଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତର ଠାକୁରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇ ଗୁରୁତର କରାଯାଇଥିବାନେଇ ଏତଲାରେ ଦର୍ଶାଇଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି। ଅନ୍ୟପକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଅଭିଯୁକ୍ତ ଡାକ୍ତର ଠାକୁର୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, ପୀଡ଼ିତା ମହିଳାଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିଛନ୍ତି। ଏହା ସଙ୍ଗିନ ଘଟଣା ରହିଥିବାବେଳେ ଉକ୍ତ ଘଟଣାକୁ ବହୁ ଗୁରୁତର ସହ ଗ୍ରହଣ କରିଛୁ। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ଏବଂ ସମସ୍ତ ପରୀକ୍ଷା ଓ ବୟାନ ରେକର୍ଡ କରାଯାଇଛି। ମହିଳା ରୋଗୀଙ୍କୁ ଚିକିତ୍ସା ସମ୍ବନ୍ଧିତ ପରୀକ୍ଷା କରାଯିବା ସମୟରେ ଜଣେ ମହିଳା ଡାକ୍ତରଙ୍କ ଉପସ୍ଥିତି ଜରୁରୀ। ହେଲେ ଏହି ଘଟଣାରେ ସମ୍ପୃକ୍ତ ଏସ୍‌ଓପି ପାଳନ କରାଯାଇନାହିଁ। ତେଣୁ ଡାକ୍ତର ଠାକୁରଙ୍କ ବିରୋଧରେ ବିଏନ୍‌ଏସ୍‌ର ଦଫା ୬୪(୨)(ଇ)ରେ ମାମଲା ରୁଜୁ କରାଯାଇଛି ବୋଲି ମିଶ୍ର କହିଛନ୍ତି। ତେବେ ଏଭଳି ଏକ ସଙ୍ଗିନ ଘଟଣାରେ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି। ଏପରିକି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତିକ୍ରିୟା ପାଇ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

The post ରୋଗୀଙ୍କୁ ବଳାତ୍କାର, ଡାକ୍ତର ଗିରଫ appeared first on Dharitri Odia News.