ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଶିବସେନା(ୟୁବିଟି) ପୋଲିଂ ବୁଥ ଏଜେଣ୍ଟ ମନୋହର ନଲଗେ(୬୨)। ମୁମ୍ବାଇର ଏନ୍‌ଏମ୍‌ ଯୋଶୀମାର୍‌ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ କେଉଁ ପରିସ୍ଥିତିରେ ମନୋହରଙ୍କ ମୃତ୍ୟୁ ଘଟିଲା ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ମିଳିଥିବା […] The post ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ appeared first on Dharitri Odia News.

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଶିବସେନା(ୟୁବିଟି) ପୋଲିଂ ବୁଥ ଏଜେଣ୍ଟ ମନୋହର ନଲଗେ(୬୨)। ମୁମ୍ବାଇର ଏନ୍‌ଏମ୍‌ ଯୋଶୀମାର୍‌ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ କେଉଁ ପରିସ୍ଥିତିରେ ମନୋହରଙ୍କ ମୃତ୍ୟୁ ଘଟିଲା ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମନୋହର ଡଲିସରୋଡ, ମୁମ୍ବାଇ-୧୩ର ବାସିନ୍ଦା। ସୋମବାର ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ଟି ଆସନରେ ମତଦାନ ହୋଇଥିଲା। ହେଲେ ସହରର ବିଭିନ୍ନ ମତଦାନ କେନ୍ଦ୍ରରେ ଉପଯୁକ୍ତ ସୁବିଧା ଯୋଗାଇ ଦିଆଯାଇ ନ ଥିବା ଶିବସେନା(ୟୁବିଟି) କର୍ମୀ ମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି।

The post ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ appeared first on Dharitri Odia News.