ଭୋକରେ ହିତାହିତ ଜ୍ଞାନ ଭୁଲିଗଲେ ଯୁବକ, ଖାଇଲେ ବିଲେଇର କଞ୍ଚା ମାଂସ

କଟ୍ଟିପୁରମ,୫।୨: ଭୋକରେ ମଣିଷ ନିଜ ବିବେକ ହରାଇ ବସେ। କେତେବେଳେ କଣ କରୁଛି ସେ ନିଜେ ବି ଜାଣିପାରେନି। ଏହିପରି ଅନେକ ଉଦାହରଣ ଆମେ ସମାଜରେ ଦେଖି ଆସିଛୁ। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଉତ୍ତର କେରଳର କଟ୍ଟିପୁରମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ବହୁତ ଦିନ ଧରି ଭୋକରେ ଥିବାରୁ ବିଲେଇର କଞ୍ଚାମାଂସ ଖାଇଛନ୍ତି। କଟ୍ଟିପୁରମର ବ୍ୟସ୍ତବହୁଳ ବସ୍‌ […] The post ଭୋକରେ ହିତାହିତ ଜ୍ଞାନ ଭୁଲିଗଲେ ଯୁବକ, ଖାଇଲେ ବିଲେଇର କଞ୍ଚା ମାଂସ appeared first on Dharitri Odia News.

ଭୋକରେ ହିତାହିତ ଜ୍ଞାନ ଭୁଲିଗଲେ ଯୁବକ, ଖାଇଲେ ବିଲେଇର କଞ୍ଚା ମାଂସ

କଟ୍ଟିପୁରମ,୫।୨: ଭୋକରେ ମଣିଷ ନିଜ ବିବେକ ହରାଇ ବସେ। କେତେବେଳେ କଣ କରୁଛି ସେ ନିଜେ ବି ଜାଣିପାରେନି। ଏହିପରି ଅନେକ ଉଦାହରଣ ଆମେ ସମାଜରେ ଦେଖି ଆସିଛୁ। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ଉତ୍ତର କେରଳର କଟ୍ଟିପୁରମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ବହୁତ ଦିନ ଧରି ଭୋକରେ ଥିବାରୁ ବିଲେଇର କଞ୍ଚାମାଂସ ଖାଇଛନ୍ତି। କଟ୍ଟିପୁରମର ବ୍ୟସ୍ତବହୁଳ ବସ୍‌ ଆଡ୍ଡାରେ ସଂଧ୍ୟା ସମୟରେ କଞ୍ଚାମାଂସ ଖାଉଥିବାବେଳେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏହାପରେ ଲୋକେ ପୋଲିସକୁ ଖବର ଦେଖିଥିଲେ। ତଦନ୍ତରେ ପୋଲିସ କହିଛି, ଯୁବକଜଣକ ଆସାମର ଧୁବରୀ ଜିଲାର ବାସିନ୍ଦା। ଯୁବକଜଣକ ପୂର୍ବତ୍ତୋର ରାଜ୍ୟର ଏକ କଲେଜର ଜଣେ ଚାତ୍ର ଅଟନ୍ତି। ପରିବାରକୁ ନ କହି ସେ ଗତବର୍ଷ ଡିସେମ୍ବରରେ କେରଳକୁ ଆସିଥିଲେ। ସେ ପାଞ୍ଚଦିନ ହେଲା କିଛି ଖାଇ ନ ଥିଲେ। ପରେ ଭୋକର ଜ୍ୱାଳା ସହି ନ ପାରି ଏପରି କାଣ୍ଡ ଭିଆଇଥିଲେ।

The post ଭୋକରେ ହିତାହିତ ଜ୍ଞାନ ଭୁଲିଗଲେ ଯୁବକ, ଖାଇଲେ ବିଲେଇର କଞ୍ଚା ମାଂସ appeared first on Dharitri Odia News.