୨୦୯ ଛାତ୍ରୀଙ୍କୁ ମାଲାବାର ଛାତ୍ରବୃତ୍ତି

ଭୁବନେଶ୍ୱର,୨୧।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ସାମାଜିକ ସଂସ୍ଥା ମାଲାବାର ଫାଉଣ୍ଡେଶନ ପକ୍ଷରୁ କଟକ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୨୦୯ ଜଣ ଛାତ୍ରୀଙ୍କୁ ପ୍ରାୟ ୧୭,୨୪,୦୦୦ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର କ୍ୟାମ୍ପସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ମେୟର ସୁବାସ ଚନ୍ଦ୍ର ସିଂହ,ଓ୍ବାର୍ଡ ନମ୍ବର […] The post ୨୦୯ ଛାତ୍ରୀଙ୍କୁ ମାଲାବାର ଛାତ୍ରବୃତ୍ତି appeared first on Dharitri Odia News.

୨୦୯ ଛାତ୍ରୀଙ୍କୁ ମାଲାବାର ଛାତ୍ରବୃତ୍ତି

ଭୁବନେଶ୍ୱର,୨୧।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ସାମାଜିକ ସଂସ୍ଥା ମାଲାବାର ଫାଉଣ୍ଡେଶନ ପକ୍ଷରୁ କଟକ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୨୦୯ ଜଣ ଛାତ୍ରୀଙ୍କୁ ପ୍ରାୟ ୧୭,୨୪,୦୦୦ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର କ୍ୟାମ୍ପସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ମେୟର ସୁବାସ ଚନ୍ଦ୍ର ସିଂହ,ଓ୍ବାର୍ଡ ନମ୍ବର ୭ର କର୍ପୋରେଟର ମମତା ନାୟକଙ୍କ ସମେତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବନ୍ଦିତା ଦାସ, ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ଜିବିର ସଭାପତି ବିଭୂତି ଭୂଷଣ ନାୟକ ଏବଂ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର କଟକ ଷ୍ଟୋର ହେଡ୍‌ ମଦନମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର କର୍ପୋରେଟ ସୋସିଆଲ ରେସ୍‌ପନସିବିଲିଟି (ସିଏସ୍‌ଆର୍‌) ପ୍ରୋଗ୍ରାମ ଅଧୀନରେ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏପରିକି ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ କାରବାର ସମ୍ପର୍କିତ ଲାଭର ୫% ଦାନ ଅର୍ଥରେ ବିଭିନ୍ନ ସାମାଜିକ ଓ ଧାର୍ମିକ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥାଏ।

The post ୨୦୯ ଛାତ୍ରୀଙ୍କୁ ମାଲାବାର ଛାତ୍ରବୃତ୍ତି appeared first on Dharitri Odia News.