ସୁଟ୍କେଶ୍ କାର୍
ବାହାରକୁ ବୁଲିବାକୁ ଗଲାବେଳେ ବସ୍, ଟ୍ରେନ ଅବା ଫ୍ଲାଇଟ୍ରେ ଯାଇଥାଉ। ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପରେ ସେଠାରେ କ୍ୟାବ କରି ବିଭିନ୍ନ ସ୍ଥାନ ବୁଲିବାକୁ ହୁଏ। ଯେଉଁଥିପାଇଁ ମୋଟା ଅଙ୍କର ଖର୍ଚ୍ଚ ବି କରିବାକୁ ହୁଏ। ହେଲେ ଏବେ ଆଉ ଏମିତି କରିବାକୁ ପଡ଼ିବ ନାହିଁ। କାରଣ ଆସି ଯାଇଛି ସୁଟ୍କେଶ୍ କାର୍। ଭାବୁଥିବେ ଇଏ ପୁଣି କ’ଣ। ପ୍ରକୃତ କଥା ହେଲା ଏହା ଦେଖିବାକୁ ପୂରାପୂରି ଏକ ସୁଟ୍କେଶ୍ ପରି, ଯାହାକୁ ସହଜରେ ସାଙ୍ଗରେ ନେଇ ହେବ। […] The post ସୁଟ୍କେଶ୍ କାର୍ appeared first on Dharitri Odia News.
ବାହାରକୁ ବୁଲିବାକୁ ଗଲାବେଳେ ବସ୍, ଟ୍ରେନ ଅବା ଫ୍ଲାଇଟ୍ରେ ଯାଇଥାଉ। ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପରେ ସେଠାରେ କ୍ୟାବ କରି ବିଭିନ୍ନ ସ୍ଥାନ ବୁଲିବାକୁ ହୁଏ। ଯେଉଁଥିପାଇଁ ମୋଟା ଅଙ୍କର ଖର୍ଚ୍ଚ ବି କରିବାକୁ ହୁଏ। ହେଲେ ଏବେ ଆଉ ଏମିତି କରିବାକୁ ପଡ଼ିବ ନାହିଁ। କାରଣ ଆସି ଯାଇଛି ସୁଟ୍କେଶ୍ କାର୍। ଭାବୁଥିବେ ଇଏ ପୁଣି କ’ଣ। ପ୍ରକୃତ କଥା ହେଲା ଏହା ଦେଖିବାକୁ ପୂରାପୂରି ଏକ ସୁଟ୍କେଶ୍ ପରି, ଯାହାକୁ ସହଜରେ ସାଙ୍ଗରେ ନେଇ ହେବ। ଆଉ ଯେଉଁଠି ଦରକାର ତାକୁ ଖୋଲିଦେଲେ ତାହା ଏକ ପୋର୍ଟେବଲ ମିନିଏଚର୍ କାର୍ରେ ପରିଣତ ହୋଇଯିବ, ଯାହାକୁ ଚଲାଇ ଯେଉଁଆଡ଼େ ଚାହିଁବେ ଯାଇପାରିବେ। ମାଜ୍ଦା ଦ୍ୱାରା ଡିଜାଇନ୍ ହୋଇଥିବା ଏହି କାର୍ ଜେମ୍ସ ବଣ୍ଡ ଫିଲ୍ମର ଏକ ଅଜବ ଗ୍ୟାଜେଟ୍ ପରି। ୫୭ ସେ.ମି. ପ୍ରସ୍ଥ, ୭୫ ସେ.ମି. ଦୈର୍ଘ୍ୟବିଶିଷ୍ଟ ଏହି ସୁଟ୍କେଶ୍ର ଓଜନ ୩୨ କି.ଗ୍ରା.। ଏଥିରେ ୧.୭ ଏଚପି, ୩୩.୬ ସିସି ଇଞ୍ଜିନ ଅଛି, ଯାହା ଏହି କାର୍କୁ ଘଣ୍ଟା ପ୍ରତି ୩୦ କି.ମି. ବେଗରେ ଗତି କରିବାରେ ସାହାଯ୍ୟ କରିଥାଏ। ଏଥିରେ ହ୍ୟାଣ୍ଡେଲ ବାର,ଡିସ୍କ ବ୍ରେକ୍, ହେଡ ଲାଇଟ୍ସ ବି ଅଛି। ତେବେ ଏହାକୁ କେବଳ ମଜା ପାଇଁ ତିଆରି ହୋଇଥିବା ମାଜ୍ଦା କାମ୍ପାନୀ କହିଛି।
The post ସୁଟ୍କେଶ୍ କାର୍ appeared first on Dharitri Odia News.