ପ୍ରକଳ୍ପ ଅଚଳ ଯୋଗୁ ସପ୍ତାହେ ହେଲା ଜଳଯୋଗାଣ ବ୍ୟାହତ

ଲୋଇସିଂହା,୧୫।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କଦଳିପାଲି ଗ୍ରାମରେ ଜଳଯୋଗାଣ ପ୍ରକଳ୍ପର ଷ୍ଟାଟର ଅଚଳ ହୋଇପଡିଛି। ଏହା ସଜଡ଼ା ଯାଉ ନାହିଁ। ଏଣୁ ସପ୍ତାହେ ହେଲା ଗ୍ରାମରେ ପାଇପ ଜଳ ଯୋଗାଣ ବନ୍ଦ ରହିଥିବାରୁ ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ କଦଳିପାଲି ଗାଁ ୧ ୱାର୍ଡ ବିଶିଷ୍ଟ ହୋଇଥିବା ବେଳେ ପ୍ରାୟ ୧୪୦ ପରିବାର ବସବାସ କରୁଛନ୍ତି। ଗ୍ରାମର ନଳକୂପରୁ ବାହାରୁ ଥିବା ଫ୍ଲୋରାଇଡ ଯୁକ୍ତ ପାଣି ପିଇ ଗ୍ରାମର […] The post ପ୍ରକଳ୍ପ ଅଚଳ ଯୋଗୁ ସପ୍ତାହେ ହେଲା ଜଳଯୋଗାଣ ବ୍ୟାହତ appeared first on Dharitri Odia News.

ପ୍ରକଳ୍ପ ଅଚଳ ଯୋଗୁ ସପ୍ତାହେ ହେଲା ଜଳଯୋଗାଣ ବ୍ୟାହତ

ଲୋଇସିଂହା,୧୫।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କଦଳିପାଲି ଗ୍ରାମରେ ଜଳଯୋଗାଣ ପ୍ରକଳ୍ପର ଷ୍ଟାଟର ଅଚଳ ହୋଇପଡିଛି। ଏହା ସଜଡ଼ା ଯାଉ ନାହିଁ। ଏଣୁ ସପ୍ତାହେ ହେଲା ଗ୍ରାମରେ ପାଇପ ଜଳ ଯୋଗାଣ ବନ୍ଦ ରହିଥିବାରୁ ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ କଦଳିପାଲି ଗାଁ ୧ ୱାର୍ଡ ବିଶିଷ୍ଟ ହୋଇଥିବା ବେଳେ ପ୍ରାୟ ୧୪୦ ପରିବାର ବସବାସ କରୁଛନ୍ତି। ଗ୍ରାମର ନଳକୂପରୁ ବାହାରୁ ଥିବା ଫ୍ଲୋରାଇଡ ଯୁକ୍ତ ପାଣି ପିଇ ଗ୍ରାମର କେତେକ ବ୍ୟକ୍ତି କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏପରି କି କେହି ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାବ୍ୟତୀତ ଗ୍ରାମରେ ଖରା ଦିନରେ ପାନୀୟ ଜଳ ସମସ୍ୟା ଲାଗି ରହୁଛି। ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲା ପ୍ରଶାସନର ଚେତା ପଶିଥିଲା। ଚଳିତବର୍ଷ ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ତାହା ଅଚଳ ହେବାରୁ ପାଣି ସମସ୍ୟା ଲାଗି ରହିଛି ା ଏହା ପୂର୍ବରୁ ମଧ୍ୟ କିଛି ଦିନ ପ୍ରକଳ୍ପ ବନ୍ଦ ରହିଥିଲା। ପ୍ରକଳ୍ପ ବାରମ୍ବାର ଅଚଳ ହେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

The post ପ୍ରକଳ୍ପ ଅଚଳ ଯୋଗୁ ସପ୍ତାହେ ହେଲା ଜଳଯୋଗାଣ ବ୍ୟାହତ appeared first on Dharitri Odia News.