ଆଉ ଏକ ଟ୍ରେନ୍ ଦୁର୍ଘଟଣା, ମୁହାଁ ମୁହିଁ ହେଲେ ଦୁଇ ଟ୍ରେନ୍
ହାଓଡା,୨୬।୧: ହାୱଡାର ସନ୍ତରାଗାଛି ଏବଂ ଶାଲିମାର ଷ୍ଟେଶନ ମଧ୍ୟରେ ଦୁଇଟି ଟ୍ରେନ ଧକ୍କା ହୋଇଛି। ସନ୍ତରାଗାଛିି-ତିରୁପତି ଏକ୍ସପ୍ରେସ (ଖାଲି) ସନ୍ତରାଗାଛିରୁ ଶାଲିମାର ଯାଉଥିଲା, ଏକ ଇଞ୍ଜିନ ପାର୍ଶ ଲାଇନରେ ଦୁଇଟି ବଗିକୁ ଟାଣି ନେଉଥିଲା। ଉଭୟ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହା ଫଳରେ ମୋଟ ୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣା ଯୋଗୁଁ ସାଲିମାର-ସନ୍ତରାଗାଛି ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଦୁଇଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ତିରୁପତି ଏକ୍ସପ୍ରେସର […] The post ଆଉ ଏକ ଟ୍ରେନ୍ ଦୁର୍ଘଟଣା, ମୁହାଁ ମୁହିଁ ହେଲେ ଦୁଇ ଟ୍ରେନ୍ appeared first on Dharitri Odia News.
ହାଓଡା,୨୬।୧: ହାୱଡାର ସନ୍ତରାଗାଛି ଏବଂ ଶାଲିମାର ଷ୍ଟେଶନ ମଧ୍ୟରେ ଦୁଇଟି ଟ୍ରେନ ଧକ୍କା ହୋଇଛି। ସନ୍ତରାଗାଛିି-ତିରୁପତି ଏକ୍ସପ୍ରେସ (ଖାଲି) ସନ୍ତରାଗାଛିରୁ ଶାଲିମାର ଯାଉଥିଲା, ଏକ ଇଞ୍ଜିନ ପାର୍ଶ ଲାଇନରେ ଦୁଇଟି ବଗିକୁ ଟାଣି ନେଉଥିଲା। ଉଭୟ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହା ଫଳରେ ମୋଟ ୩ଟି ବଗି ଲାଇନଚ୍ୟୁତ ହୋଇଥିଲା।
ଏହି ଦୁର୍ଘଟଣା ଯୋଗୁଁ ସାଲିମାର-ସନ୍ତରାଗାଛି ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଦୁଇଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ତିରୁପତି ଏକ୍ସପ୍ରେସର ଦୁଇଟି ବଗି ଏବଂ ଅନ୍ୟ ଏକ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଲାଇନଚ୍ୟୁତ ବଗିଗୁଡ଼ିକୁ ହଟାଇବା କାମ ଆରମ୍ଭ ହୋଇଛି। ରେଳବାଇ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଶୀଘ୍ର ଟ୍ରେନ ଚଳାଚଳ ସ୍ବାଭାବିକ କରିବା ପାଇଁ ପ୍ରୟାସ କରାଯାଉଛି।
The post ଆଉ ଏକ ଟ୍ରେନ୍ ଦୁର୍ଘଟଣା, ମୁହାଁ ମୁହିଁ ହେଲେ ଦୁଇ ଟ୍ରେନ୍ appeared first on Dharitri Odia News.