ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ ଏକ ରୋମାଞ୍ଚକର ବିଜୟ ପଞ୍ଜିକରଣ କରିଥିଲା। ମୁକାବିଲା ବ୍ୟତୀତ ବିରାଟ କୋହଲିଙ୍କ ନୋ-ବଲ ବିବାଦ କାରଣରୁ ଏହି ମ୍ୟାଚ ମଧ୍ୟ ଚର୍ଚ୍ଚାରେ ଅଛି। ମ୍ୟାଚ ସମୟରେ କ୍ରୋଧ କରିବା କାରଣରୁ ବିସିସିଆଇ ତାଙ୍କୁ ଆଚରଣ ବିଧି ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ କରିଛି। ଏହି କାରଣରୁ କୋହଲିଙ୍କୁ ତାଙ୍କ ମ୍ୟାଚ […] The post ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ ଏକ ରୋମାଞ୍ଚକର ବିଜୟ ପଞ୍ଜିକରଣ କରିଥିଲା। ମୁକାବିଲା ବ୍ୟତୀତ ବିରାଟ କୋହଲିଙ୍କ ନୋ-ବଲ ବିବାଦ କାରଣରୁ ଏହି ମ୍ୟାଚ ମଧ୍ୟ ଚର୍ଚ୍ଚାରେ ଅଛି। ମ୍ୟାଚ ସମୟରେ କ୍ରୋଧ କରିବା କାରଣରୁ ବିସିସିଆଇ ତାଙ୍କୁ ଆଚରଣ ବିଧି ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ କରିଛି। ଏହି କାରଣରୁ କୋହଲିଙ୍କୁ ତାଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି।

କେକେଆର ୨୨୨ରନ୍‌ର ଏକ ବଡ଼ ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ବିରାଟ କୋହଲି ଓପନିଙ୍ଗ୍‌ ବେଳେ ୭ ବଲରେ ୧୮ ରନ୍‌ ସଂଗ୍ରହ କରିଥିଲେ। ତୃତୀୟ ଓଭରରେ ହର୍ଷିତ ରାଣା ବୋଲିଂ କରୁଥିଲେ, କିନ୍ତୁ ସେ ଓଭରର ପ୍ରଥମ ବଲରେ ଫୁଲ ଟସ ବୋଲିଂ କରିଥିଲେ। ହେଲେ କୋହଲି ନୋ-ବଲ ବୋଲି ଭାବି ଆଗକୁ ଖେଳିଥିଲେ। କିନ୍ତୁ କ୍ୟାଚ ଆଉଟ ହୋଇଥିଲେ। କୋହଲି ତୁରନ୍ତ ଡିଆର୍‌ଏସ ଅପିଲ କରିଥିଲେ। କୋହଲି ତୁରନ୍ତ ଡିଆର୍‌ଏସ ଅପିଲ କରିଥିଲେ। କିନ୍ତୁ ଯେତେବେଳେ ଗ୍ରାଫିକ୍ସରେ ଦେଖାଗଲା, ବଲର ଉଚ୍ଚତା ନୋ-ବଲ ଲାଇନ ତଳେ ଥିଲା। ଏସବୁ ଦେଖି କୋହଲି ପଡ଼ିଆରେ ଉପସ୍ଥିତ ଅମ୍ପାୟାରଙ୍କ ସହ ଅନେକ ଯୁକ୍ତିତର୍କ କରିଥିଲେ। ରାଗିକି ପାଭିଲିୟନ୍‌କୁ ଫେରିଥିଲେ।

The post ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.