‘ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରତିବାଦ କର’
ତୁମୁଡିବନ୍ଧ,୮।୩(ଦୀପକ କୁମାର ପରାସେଠ)-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭା ଗୃହରେ ଶନିବାର ପୂର୍ବାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ଉକ୍ତ ସଭାକୁ ତୁମୁଡିବନ୍ଧ ବ୍ଳକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଘ୍ନେଶ୍ବର ଦିଗାଲ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ,ସମ୍ମାନୀତ ଅତିଥି ଭାବେ ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପଡରା ,ମହିଳା ସଭା ନେତ୍ରୀ ରେଣୁବାଳା ମହାନ୍ତି, ତୁମୁଡିବନ୍ଧ ଓଏଲ୍ଏମ୍ବିପିଏମ୍ ଅକ୍ଷୟ କୁମାର ପ୍ରଧାନ, ତୁମୁଡିବନ୍ଧ […] The post ‘ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରତିବାଦ କର’ appeared first on Dharitri Odia News.
ତୁମୁଡିବନ୍ଧ,୮।୩(ଦୀପକ କୁମାର ପରାସେଠ)-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭା ଗୃହରେ ଶନିବାର ପୂର୍ବାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ଉକ୍ତ ସଭାକୁ ତୁମୁଡିବନ୍ଧ ବ୍ଳକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଘ୍ନେଶ୍ବର ଦିଗାଲ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ,ସମ୍ମାନୀତ ଅତିଥି ଭାବେ ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପଡରା ,ମହିଳା ସଭା ନେତ୍ରୀ ରେଣୁବାଳା ମହାନ୍ତି, ତୁମୁଡିବନ୍ଧ ଓଏଲ୍ଏମ୍ବିପିଏମ୍ ଅକ୍ଷୟ କୁମାର ପ୍ରଧାନ, ତୁମୁଡିବନ୍ଧ ବ୍ଳକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ସ୍ନେହ ଲତା ପ୍ରଧାନ ଓ ବିଆର୍ସି ସ୍ବପ୍ନାମୟୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ବ୍ଲକ୍ ଅଧ୍ୟକ୍ଷା ମାଝି ଆଜିର ଦିନରେ ମହିଳା ମାନେ ମୁଖ୍ୟ ସ୍ରୋତକୁ ଆସିବାକୁ ପଡ଼ିବ। ସମାଜରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରତିବାଦ କରିବାକୁ ହେବ। ବିଶେଷକରି ପୁରୁଷମାନେ ମଦ୍ୟପାନ କରି ମହିଳାଙ୍କୁ ଉପରେ ଅତ୍ୟାଚାର କରୁଛନ୍ତି। ବିଗତ ଦିନରେ ଆମ ତୁମୁଡିବନ୍ଧ ଅଞ୍ଚଳରେ ଏପରି ଘଟଣା ଘଟିଛି। ତେଣୁ ମହିଳାମାନେ ସବୁ କ୍ଷେତ୍ରରେ ପାରଦର୍ଶିତା ହୋଇ ଠିଆ ହେବାକୁ ପଡ଼ିବ। ଏହା ପରେ ପରିବାରର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ହାତରେ ରହିଛି। ଗାଁ ର ପରିମଳ ସ୍ବଚ୍ଛ ରଖିବା ସହିତ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଆମ ସରକାର ମହିଳା ମାନଙ୍କ ପାଇଁ ବହୁତ ଯୋଜନା କରୁଛନ୍ତି ତାହା ଆମେ ଜାଣିବା ଓ ଜଗତକୁ ଜିଣିବା। ଆମେ ସମସ୍ତେ ଏକ ହେବା ଓ କେଉଁ କାରଣ ଆମ ମହିଳା ସମାଜ ପାଇଁ କ୍ଷତିକାରକ ତାହା ଆମେ ଚିହ୍ନଟ କରି ସମସ୍ତେ ମିଶି ଲଢେଇ କରିବା ବୋଲି କହିଛନ୍ତି। ସେହିପରି ବିପିଏମ୍ ପ୍ରଧାନ ମହିଳା ମାନଙ୍କ ପାଇଁ ସରକାର କେଉଁ ସବୁ ଯୋଜନା କରିଛନ୍ତି ତାହା ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଇଥିଲେ। ଯନ୍ତ୍ରୀ ପ୍ରଧାନ ବିଭାଗ ତରଫରୁ କିପରି ସ୍ବଚ୍ଛତା ରହିବା ସେ ଉପରେ କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ ର ସିଆରପିସିଏମ୍, ଅଙ୍ଗନଓ୍ବାଡ଼ି କର୍ମୀ ଓ ତୁମୁଡିବନ୍ଧ ଅଞ୍ଚଳର ପ୍ରାୟ ଦୁଇ ଶହରୁ ଅଧିକ ମହିଳା ଉପସ୍ଥିତ ଥିଲେ।
The post ‘ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରତିବାଦ କର’ appeared first on Dharitri Odia News.