ବଦଳିବ ସରକାରୀ କୋଠାର ରଙ୍ଗ
ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବ। କାର୍ଯ୍ୟକ୍ଷମ କୋଠାଗୁଡ଼ିକର ରଙ୍ଗ ମରାମତି ବା ନବୀକରଣ ବେଳେ ବଦଳିବ।
ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବ। ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ଆଜି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍ଟିଡି ଇଆଇସି ତଥା ଏମ୍ଡିଙ୍କୁ ଏନେଇ ଚିଠି କରାଯାଇଛି। ଏହା ସହିତ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଏନେଇ ଚିଠି କରାଯାଇଛି।
(ଅରେଞ୍ଜ ଶେଡ୍ ଓ ରେଡ୍ ଶେଡ୍)