ଶହୀଦଙ୍କ ବଳିଦାନକୁ ସର୍ବଦା ମନେ ରଖିବ ଦେଶ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୨।୧୨: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ସୈନିକ ଶହୀଦ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତ ସୈନିକମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଶହୀଦ ସୈନିକମାନଙ୍କୁ ମୋର ନମ୍ର ଶ୍ରଦ୍ଧାଞ୍ଜଳି, ଏହି ଦେଶ ତୁମର ବଳିଦାନକୁ ସର୍ବଦା ମନେ ରଖିବ। ଆହତ ସୈନିକମାନଙ୍କର ଶୀଘ୍ର ଆରୋଗ୍ୟ ଏବଂ ଶହୀଦ ସୈନିକମାନଙ୍କ ଆତ୍ମାର ସଦଗତି କାମନା କରୁଛି। ଶୋକସନ୍ତପ୍ତ […] The post ଶହୀଦଙ୍କ ବଳିଦାନକୁ ସର୍ବଦା ମନେ ରଖିବ ଦେଶ: ରାହୁଲ ଗାନ୍ଧୀ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୨: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ସୈନିକ ଶହୀଦ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତ ସୈନିକମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଶହୀଦ ସୈନିକମାନଙ୍କୁ ମୋର ନମ୍ର ଶ୍ରଦ୍ଧାଞ୍ଜଳି, ଏହି ଦେଶ ତୁମର ବଳିଦାନକୁ ସର୍ବଦା ମନେ ରଖିବ। ଆହତ ସୈନିକମାନଙ୍କର ଶୀଘ୍ର ଆରୋଗ୍ୟ ଏବଂ ଶହୀଦ ସୈନିକମାନଙ୍କ ଆତ୍ମାର ସଦଗତି କାମନା କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।
ଗୁରୁବାର ସକାଳେ ଦୁଇ ଆତଙ୍କବାଦୀ ଜମ୍ମୁ କଶ୍ମୀରର ରାଜୌରୀ ଜିଲାର ଏକ ସେନା ଶିବିରରେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ସୈନିକ ଶହୀଦ ହୋଇଥିଲେ। ଦୁଇ ଜଣ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଚାରି ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ଉଭୟ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।
The post ଶହୀଦଙ୍କ ବଳିଦାନକୁ ସର୍ବଦା ମନେ ରଖିବ ଦେଶ: ରାହୁଲ ଗାନ୍ଧୀ appeared first on Dharitri Odia News.