ମିଶନ ଶକ୍ତି ଜାରି ରହିବ ନା ବନ୍ଦ ହୋଇଯିବ? ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୬: ମିଶନ ଶକ୍ତି ବିଭାଗର ଅଧିକାରୀଙ୍କ ସହ ସୋମବାର ଆଲୋଚନା ପରେ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ସହିତ ଅନୁବନ୍ଧିତ ଏବଂ ୟୁଏନ ଏଜେନ୍ସି ସହିତ ମଧ୍ୟ ଅନୁବନ୍ଧିତ । ବିଶ୍ୱ, ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି । ଓଡିଶାକୁ ଏକ ନମ୍ବର କରିବା ପାଇଁ ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି […] The post ମିଶନ ଶକ୍ତି ଜାରି ରହିବ ନା ବନ୍ଦ ହୋଇଯିବ? ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.

ମିଶନ ଶକ୍ତି ଜାରି ରହିବ ନା ବନ୍ଦ ହୋଇଯିବ? ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୬: ମିଶନ ଶକ୍ତି ବିଭାଗର ଅଧିକାରୀଙ୍କ ସହ ସୋମବାର ଆଲୋଚନା ପରେ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ସହିତ ଅନୁବନ୍ଧିତ ଏବଂ ୟୁଏନ ଏଜେନ୍ସି ସହିତ ମଧ୍ୟ ଅନୁବନ୍ଧିତ । ବିଶ୍ୱ, ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି । ଓଡିଶାକୁ ଏକ ନମ୍ବର କରିବା ପାଇଁ ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ । ମିଶନ ଶକ୍ତି ଯଦି ଠିକ ଜାଗାରେ ପହଞ୍ଚିବ ବିକଶିତ ଓଡ଼ିଶାର ସ୍ବରୂପ ହିଁ ହେବ ।

ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବନ୍ଦ ହେବନି ମିଶନଶକ୍ତି, ବରଂ ଦୌଡିବ। ବଦଳିବ ମିଶନ ଶକ୍ତି କାୟାକଳ୍ପ। ଭୋଟ ବ୍ୟାଙ୍କରେ ଗଣା ହେବେନି ମିଶନ ଶକ୍ତି ମହିଳା। ରାଜନୀତିରେ ମଧ୍ୟ ପଶିବେନି ଏସ୍‌ଏଚ୍‌ଜି ସଦସ୍ୟା। ନୂଆ ସରକାରରେ ମିଶନ ଶକ୍ତିକୁ ଗୁରୁତ୍ୱ ଦିଆଯାଉଛି।

The post ମିଶନ ଶକ୍ତି ଜାରି ରହିବ ନା ବନ୍ଦ ହୋଇଯିବ? ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.