ଫେଲ୍‌ ମାରିଲା ରଣନୀତି, ଏନ୍‌ଡିଏ ସହ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ଚର୍ଚ୍ଚାରେ ଥିବା ଶଙ୍କର ସିଂ କିଏ?

ପାଟନା,୧୩।୭: ଶନିବାର ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଫଳାଫଳ ଆସିଛି। ଏଥିରେ ବିହାରର ରୁପୌଲି ଆସନର ଫଳାଫଳ ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି। କାରଣ ଏଥିରେ ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂହ ଏନ୍‌ଡିଏ ଏବଂ ଇଣ୍ଡିଆ ପ୍ରାର୍ଥୀଙ୍କୁ ବଡ଼ ବ୍ୟବଧାନରେ ପରାଜିତ କରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଜେଡିୟୁ ଟିକେଟରେ ଜିତିଥିବା ବୀମା ଭାରତୀଙ୍କ ଇସ୍ତଫା ପରେ ରୁପୌଲି ଆସନ ଖାଲି ପଡ଼ିଥିଲା। ସେ ଆର୍‌ଜେଡିରେ ସାମିଲ ହୋଇ ପୁର୍ନିଆ ଲୋକ ସଭା ଆସନରୁ […] The post ଫେଲ୍‌ ମାରିଲା ରଣନୀତି, ଏନ୍‌ଡିଏ ସହ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ଚର୍ଚ୍ଚାରେ ଥିବା ଶଙ୍କର ସିଂ କିଏ? appeared first on Dharitri Odia News.

ଫେଲ୍‌ ମାରିଲା ରଣନୀତି, ଏନ୍‌ଡିଏ ସହ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ଚର୍ଚ୍ଚାରେ ଥିବା ଶଙ୍କର ସିଂ କିଏ?

ପାଟନା,୧୩।୭: ଶନିବାର ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଫଳାଫଳ ଆସିଛି। ଏଥିରେ ବିହାରର ରୁପୌଲି ଆସନର ଫଳାଫଳ ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି। କାରଣ ଏଥିରେ ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂହ ଏନ୍‌ଡିଏ ଏବଂ ଇଣ୍ଡିଆ ପ୍ରାର୍ଥୀଙ୍କୁ ବଡ଼ ବ୍ୟବଧାନରେ ପରାଜିତ କରିଛନ୍ତି।

ଗତ ବିଧାନସଭା ନିର୍ବାଚନରେ ଜେଡିୟୁ ଟିକେଟରେ ଜିତିଥିବା ବୀମା ଭାରତୀଙ୍କ ଇସ୍ତଫା ପରେ ରୁପୌଲି ଆସନ ଖାଲି ପଡ଼ିଥିଲା। ସେ ଆର୍‌ଜେଡିରେ ସାମିଲ ହୋଇ ପୁର୍ନିଆ ଲୋକ ସଭା ଆସନରୁ ଲଢ଼ିଥିଲେ। ହେଲେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ଏହି ବିଧାନସଭା ଉପନିର୍ବାଚନରେ ମଧ୍ୟ ତାଙ୍କୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ପୁଣି ଥରେ ନିର୍ବାଚନ ଲଢ଼ିଥିବା ବୀମା ଭାରତୀଙ୍କୁ ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଛି। ଚକିତ କଲା ଭଳି ଖବର ଏହା ଯେ ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ଜୋର ଲଗାଇବା ପରେ ମଧ୍ୟ ତାଙ୍କ ପ୍ରାର୍ଥୀ ଶଙ୍କର ସିଂଙ୍କୁ ପରାଜିତ କରିପାରି ନ ଥିଲେ।

ଶଙ୍କର ସିଂ ୨୦୦୫ ବିଧାନସଭା ନିର୍ବାଚନରେ ଲୋକ ଜନଶକ୍ତି ପାର୍ଟି ଟିକେଟରେ ରୂପୌଲି ଆସନରୁ ବିଜେତା ହୋଇଥିଲେ। ସେ ବିହାର ଲିବରେଶନ ଆର୍ମିର କମାଣ୍ଡର ଥିଲେ। ୨୦୦୦ରେ ଦକ୍ଷିଣ ବିହାର ଲିବରେଶନ ଆର୍ମିର ସଂସ୍ଥାପକ ବୁଟନ ସିଂଙ୍କୁ ହତ୍ୟା କରିବା ପରେ ଶଙ୍କର ତାଙ୍କ ଦାୟିତ୍ୱ ନିଜ ହାତକୁ ନେଇଥିଲେ। ଏହି ସଂଗଠନକୁ ରାଜପୁତ ମିଲିସିଆ ମଧ୍ୟ କୁହାଯାଇଥାଏ। ଶଙ୍କରଙ୍କ କାର୍ଯ୍ୟକାଳ ସମୟରେ ଏହି ସଂଗଠନ ଉପରେ ଲୋକଙ୍କୁ ଡରାଇବା-ଧମକାଇବା ଏବଂ ବୁଥ ରେଗିଂ ଭଳି ଅଭିଯୋଗ ଲାଗିଥିଲା।

The post ଫେଲ୍‌ ମାରିଲା ରଣନୀତି, ଏନ୍‌ଡିଏ ସହ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ଚର୍ଚ୍ଚାରେ ଥିବା ଶଙ୍କର ସିଂ କିଏ? appeared first on Dharitri Odia News.