ନବୀନଙ୍କ ଚିଠି, ଗୃହରେ ବୋବାଲ, ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର, ୩୦।୭: ଆଳୁ ପ୍ରସଙ୍ଗରେ ମମତାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିବା ନେଇ ଗୃହ ଉଠୁଛି ପଡୁଛି। ଆଳୁ ପାଇଁ ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ ଏନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଗୃହ ମୁଲତବି ଆଲୋଚନା ବେଳେ ଯୋଗାଣ ମନ୍ତ୍ରୀ ଏନେଇ କଡ଼ା ବିରୋଧ କରିଛନ୍ତି। ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ, କେଉଁ ଆଧାରରେ ଲେଖିଲେ ବୋଲି ସେ ନବୀନଙ୍କୁ ପ୍ରଶ୍ନ […] The post ନବୀନଙ୍କ ଚିଠି, ଗୃହରେ ବୋବାଲ, ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.

ନବୀନଙ୍କ ଚିଠି, ଗୃହରେ ବୋବାଲ, ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର, ୩୦।୭: ଆଳୁ ପ୍ରସଙ୍ଗରେ ମମତାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିବା ନେଇ ଗୃହ ଉଠୁଛି ପଡୁଛି। ଆଳୁ ପାଇଁ ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ ଏନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଗୃହ ମୁଲତବି ଆଲୋଚନା ବେଳେ ଯୋଗାଣ ମନ୍ତ୍ରୀ ଏନେଇ କଡ଼ା ବିରୋଧ କରିଛନ୍ତି। ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ, କେଉଁ ଆଧାରରେ ଲେଖିଲେ ବୋଲି ସେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି. ନବୀନଙ୍କର ଏଯାଏଁ ଚିଠି ଲେଖିବାର ଅଭ୍ୟାସ ଯାଇନି। ଅଭ୍ୟାସ ଅଛି ବୋଲି ଲେଖିଦେଲେ କି? ଶସ୍ତା ରାଜନୀତି ବନ୍ଦ କରନ୍ତୁ, ଆମେ ଚିଠି ଲେଖିବାରେ ବିଶ୍ବାସ କରୁନା। ଚିଠିରେ ସମାଧାନ ହୁଏନି, ମୁଖ୍ୟମନ୍ତ୍ରୀ ସିଧା କଥାହୋଇ ସମାଧାନ କରିଛନ୍ତି। ୨୪ ବର୍ଷ ହେଲା କିଛି କରିନାହାନ୍ତି ବୋଲି ଲୋକ ସେମାନଙ୍କୁ ସେପଟକୁ ପଠାଇଲେ ବୋଲି କୃଷ୍ଣ ପାତ୍ର କଟାକ୍ଷ କରିଛନ୍ତି।

The post ନବୀନଙ୍କ ଚିଠି, ଗୃହରେ ବୋବାଲ, ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.