ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୩୦ା୧୨(ପ୍ରେମାନନ୍ଦ ଖମାରୀ: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୫ସପ୍ତାହରୁ ଅଧିକ ସମୟ ବିତି ଯାଇଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଯାଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ମଣ୍ଡିରୁ ଧାନ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ଜିଲା ପ୍ରଶାସନକୁ ଜଣାଇବା ସତ୍ତ୍ବେ କିଛି ସୁଫଳ ମିଳି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କଟ୍‌ନିଛଟନିରେ ରାଜି ହେଲେ […] The post ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା appeared first on Dharitri Odia News.

ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୩୦ା୧୨(ପ୍ରେମାନନ୍ଦ ଖମାରୀ: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୫ସପ୍ତାହରୁ ଅଧିକ ସମୟ ବିତି ଯାଇଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଯାଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ମଣ୍ଡିରୁ ଧାନ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ଜିଲା ପ୍ରଶାସନକୁ ଜଣାଇବା ସତ୍ତ୍ବେ କିଛି ସୁଫଳ ମିଳି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କଟ୍‌ନିଛଟନିରେ ରାଜି ହେଲେ ଧାନ ଉଠୁଛି ଏବଂ ମଣ୍ଡିଗୁଡ଼ିକରେ ମିଲର୍ସ ଏବଂ ବେପାରୀଙ୍କ ଦାଦାଗିରି ବଢ଼ିଚାଲିଛି ବୋଲି ଚାଷୀମାନେ କହିଛନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ବଢି ଚାଲିଛି। ଏହି କ୍ରମରେ ସୋମବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ଧାରଣାରେ ପାଣିମୋରା, ସୁଲସୁଲିଆ ଆଦି ଅଞ୍ଚଳର ଚାଷୀମାନେ ସାମିଲ ଅଛନ୍ତି। ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ଧାରଣାରୁ ଚାଷୀମାନେ ଉଠିବେ ନାହିଁ ବୋଲି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ ଚେତାବନୀ ଦେଇଛନ୍ତି।

The post ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା appeared first on Dharitri Odia News.