ଶିକ୍ଷୟିତ୍ରୀଙ୍କୁ ମାରିଦେଲେ ଶାଶୁଘର ଲୋକେ, ସ୍ବାମୀ ଅଟକ

ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ଚମ୍ପତିପୁରରେ ଜଣେ ଶିକ୍ଷୟିତ୍ରୀ ପଦ୍ମିନୀ ସ୍ବାଇଁ(୩୨)ଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ସ୍ବାମୀ ତପନ କୁମାର ସ୍ବାଇଁ(୩୫)କୁ ଅଟକ ରଖି ପଚରାଉଚରା କରିଛି। ଅଧିକ ଯୌତୁକ ନ ଦେବାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଓଡ଼ଗାଁ ଥାନା ସାକେରି ଗାଁର ରାଜୀବ ପ୍ରଧାନଙ୍କ ଝିଅ ପଦ୍ମିନୀ ୧୧ ବର୍ଷ ତଳେ ଚମ୍ପତିପୁର ଗାଁର ତପନ କୁମାର ସ୍ବାଇଁଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷର ଦାବି ମୁତାବକ […] The post ଶିକ୍ଷୟିତ୍ରୀଙ୍କୁ ମାରିଦେଲେ ଶାଶୁଘର ଲୋକେ, ସ୍ବାମୀ ଅଟକ appeared first on Dharitri Odia News.

ଶିକ୍ଷୟିତ୍ରୀଙ୍କୁ ମାରିଦେଲେ ଶାଶୁଘର ଲୋକେ, ସ୍ବାମୀ ଅଟକ

ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ଚମ୍ପତିପୁରରେ ଜଣେ ଶିକ୍ଷୟିତ୍ରୀ ପଦ୍ମିନୀ ସ୍ବାଇଁ(୩୨)ଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ସ୍ବାମୀ ତପନ କୁମାର ସ୍ବାଇଁ(୩୫)କୁ ଅଟକ ରଖି ପଚରାଉଚରା କରିଛି। ଅଧିକ ଯୌତୁକ ନ ଦେବାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଓଡ଼ଗାଁ ଥାନା ସାକେରି ଗାଁର ରାଜୀବ ପ୍ରଧାନଙ୍କ ଝିଅ ପଦ୍ମିନୀ ୧୧ ବର୍ଷ ତଳେ ଚମ୍ପତିପୁର ଗାଁର ତପନ କୁମାର ସ୍ବାଇଁଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ଯୌତୁକ କନ୍ୟାଘର ପକ୍ଷରୁ ଦିଆଯାଇଥିଲା। କିଛି ମାସ ପରେ ପଦ୍ମିନୀ ଶିକ୍ଷୟିତ୍ରୀ ଭାବେ ଚାକିରି କରିଥିଲେ। ଏହା ପରେ ବି ଶାଶୁଘର ଲୋକ ଅଧିକ ଯୌତୁକ ପାଇଁ ପଦ୍ମିନୀଙ୍କ ଉପରେ ଚାପ ପକାଇଥିଲେ। ଅଧିକ ଯୌତୁକ ଦେଇପାରିବେନି ବୋଲି ବାପଘର ମନା କରୁଥିବା ପଦ୍ମିନୀ କହିବା ପରେ ଶାରୀରିକ ଓ ମାନସିକ ନିର୍ଯାତନା ଆରମ୍ଭ ହୋଇଥିଲା। ଭଦ୍ରଲୋକଙ୍କ ଉପସ୍ଥିତିରେ ବିଭିନ୍ନ ସମୟରେ ସମାଧାନ ହୋଇଥିଲେ ମଧ୍ୟ ଶାଶୁଘର ଲୋକେ ମିଳିମିଶି ପଦ୍ମିନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

The post ଶିକ୍ଷୟିତ୍ରୀଙ୍କୁ ମାରିଦେଲେ ଶାଶୁଘର ଲୋକେ, ସ୍ବାମୀ ଅଟକ appeared first on Dharitri Odia News.