ଗଞ୍ଜାମରେ ବଡ଼ ଅଘଟଣ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ଶିଶୁ ଗୁରୁତର

ଗଞ୍ଜାମ: ଦିଗପହଣ୍ଡି ଥାନା ଫାଶୀଗୁଡ଼ା ଗାଁରେ ବଡ଼ ଅଘଟଣ। ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଥିବା ଖବର ଆସିଛି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଏହି ଅଘଟଣ ଘଟିଛି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି। ତେବେ ଘଟଣାରେ ୮ ଶିଶୁଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ ଜଣ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ଅଛନ୍ତି। ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ […]

ଗଞ୍ଜାମରେ ବଡ଼ ଅଘଟଣ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ଶିଶୁ ଗୁରୁତର
electrocuted

ଗଞ୍ଜାମ: ଦିଗପହଣ୍ଡି ଥାନା ଫାଶୀଗୁଡ଼ା ଗାଁରେ ବଡ଼ ଅଘଟଣ। ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଥିବା ଖବର ଆସିଛି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଏହି ଅଘଟଣ ଘଟିଛି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି। ତେବେ ଘଟଣାରେ ୮ ଶିଶୁଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ ଜଣ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ଅଛନ୍ତି।

ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିଲା। ଯାତ୍ରା ସମୟରେ ରାମାୟଣ ନାଟକ ପରିବେଷଣ ହେଉଥିଲା। ଷ୍ଟେଜରେ ନାଟକ ପରିବେଷଣ ସମୟରେ ବିଦ୍ୟୁତ ତାର ଲାଗିଯିବା ଫଳରେ ପିଲାମାନେ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଶିଶୁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ଥିବା କୁହାଯାଉଛି।

ଅସୁସ୍ଥ ପିଲାମାନଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଥିବା ୮ ପିଲାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।