ଗଞ୍ଜେଇ ଖାଇ ନିଜ ପରିବାର ବଢ଼଼ାଉଛି ମୂଷା, ପୁଲିସ ନାଁରେ ହେଉଛି ମାମଲା….

ଭୁବନେଶ୍ୱର : ଥାନା ମାଲ୍‌‌ଖାନା ପାଇଁ ଚିନ୍ତାରେ ପଡ଼ିଛନ୍ତି କମିସନରେଟ୍‌‌ ପୁଲିସର ଏକାଧିକ ପୁଲିସ ବାବୁ। ଥାନା ହାଜତରେ ଆଉ ଜାଗା ନ ଥିବାରୁ ଜବତ ସାମଗ୍ରୀ ବାହାରେ ରଖାଯାଉଛି। ଯାହାଫଳରେ ଚୋରି ହେଉଥିବାରୁ ମାଲ୍‌‌ଖାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଉଛି। ଯେଉଁଥିପାଇଁ ସେମାନେ ରିସ୍କ ନେବାକୁ ଚାହୁଁନାହାନ୍ତି। ଏହିଭଳି ଗତ ୩ ବର୍ଷରେ ମାଲ୍‌‌ଖାନା ଦାୟିତ୍ୱରେ ଥିବା ୧୬ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ରାଜଧାନୀର ପୁରୁଣା ଥାନାରେ […]

ଗଞ୍ଜେଇ ଖାଇ ନିଜ ପରିବାର ବଢ଼଼ାଉଛି ମୂଷା, ପୁଲିସ ନାଁରେ ହେଉଛି ମାମଲା….
Rats are increasing their family by eating marijuana

ଭୁବନେଶ୍ୱର : ଥାନା ମାଲ୍‌‌ଖାନା ପାଇଁ ଚିନ୍ତାରେ ପଡ଼ିଛନ୍ତି କମିସନରେଟ୍‌‌ ପୁଲିସର ଏକାଧିକ ପୁଲିସ ବାବୁ। ଥାନା ହାଜତରେ ଆଉ ଜାଗା ନ ଥିବାରୁ ଜବତ ସାମଗ୍ରୀ ବାହାରେ ରଖାଯାଉଛି। ଯାହାଫଳରେ ଚୋରି ହେଉଥିବାରୁ ମାଲ୍‌‌ଖାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଉଛି। ଯେଉଁଥିପାଇଁ ସେମାନେ ରିସ୍କ ନେବାକୁ ଚାହୁଁନାହାନ୍ତି। ଏହିଭଳି ଗତ ୩ ବର୍ଷରେ ମାଲ୍‌‌ଖାନା ଦାୟିତ୍ୱରେ ଥିବା ୧୬ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

ରାଜଧାନୀର ପୁରୁଣା ଥାନାରେ ଥିବା ମାଲ୍‌‌ଖାନାରେ ଜାଗାର ଅଭାବ ରହୁଛି। ସେଥିରେ ଗଞ୍ଜେଇଠାରୁ ଆରମ୍ଭ କି ଅନ୍ୟ ଜବତ ସାମଗ୍ରୀ ରଖାଯାଉଥିବାରୁ ଶୀଘ୍ର ଘର ଭର୍ତ୍ତି ହୋଇଯାଉଛି। ଯେଉଁଥିପାଇଁ ବାହାରେ ରଖାଯାଉଥିବାରୁ ଚୋରି ହେଉଛି। ହତ୍ୟା ଏବଂ ଦୁଷ୍କର୍ମ ମାମଲାରେ ଥିବା ପ୍ରମାଣ ମଧ୍ୟ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି। ଯେଉଁଥିପାଇଁ ଅଭିଯୁକ୍ତ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଯିବ। ଅନ୍ୟପଟରେ ମାଲ୍‌‌ଖାନାରେ ଥିବା ଗଞ୍ଜେଇ ଏବଂ ମଦକୁ କୋର୍ଟ ଅନୁମତି ଆଣି ନଷ୍ଟ କରାଯାଉନି। ଯେଉଁଥିପାଇଁ ମୂଷା ମାଲ୍‌‌ଖାନାକୁ ନିଜ ଘର ଭାବିବା ସହ ସେଠାରେ ଥିବା ଗଞ୍ଜେଇ ଖାଇ ନିଜ ପରିବାର ବଢ଼଼ାଉଛି। ଜବତ ସାମଗ୍ରୀ କୋର୍ଟକୁ ଶୁଣାଣିକୁ ଯିବା ପୂର୍ବରୁ ମୂଷା କାଟି ନଷ୍ଟ କରି ଦେଉଛନ୍ତି। ଯେଉଁଥିପାଇଁ ପୁଲିସ କୋର୍ଟରେ ଅଭିଯୁକ୍ତ ବିରୋଧରେ ପ୍ରମାଣ ଦାଖଲ କରିପାରୁନି।

କ’ଣ ରହିଛି ମାଲ୍‌‌ଖାନାର ଗାଇଡ୍‌‌ଲାଇନ୍‌‌

ପୁଲିସ ପ୍ରତିଦିନ ଜବତ କରୁଥିବା ସାମଗ୍ରୀକୁ ଏହି ମାଲ୍‌‌ଖାନାରେ ରଖିଥାଏ। ଦାୟିତ୍ୱରେ ଥାନାର ଜଣେ ଏସ୍‌‌ଆଇ ରହିବା ସହ ତାଙ୍କୁ ଫୋରେନ୍‌‌ସିକ୍‌‌ ଆସିଷ୍ଟାଣ୍ଟ ସହଯୋଗ କରୁଛନ୍ତି। ପ୍ରତିଦିନ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ କ’ଣ ସବୁ ଜବତ ହେଲା ତାହା କୋର୍ଟକୁ ଅବଗତ କରାଯିବା ପରେ ଏକ ଖାତାରେ ଲେଖାହୋଇ ରଖାଯାଉଛି। ସେଥିରୁ କେଉଁ ସାମଗ୍ରୀ ଫୋରେନ୍‌‌ସିକ୍‌‌ ଗଲା ତାହା ଆଉଟ୍‌‌ ସାମଗ୍ରୀ ଏବଂ କେଉଁ ସାମଗ୍ରୀ ମାଲ୍‌‌ଖାନାରେ ରହିଲା ତାହା ଇନ୍‌‌ ବୋଲି ଲେଖାଯାଉଛି। ପ୍ରତି ମାସରେ ଥାନା ଅଧିକାରୀ ଏହାକୁ ନିରୀକ୍ଷଣ କରିବେ। ପ୍ରତି ମାସରେ କେତେ ଗଲା ଆଉ ମାଲ୍‌‌ଖାନାରେ କେତେ ରହିଲା ବର୍ତ୍ତମାନ ମାଲ୍‌‌ଖାନାକୁ ଥାନା ଅଧିକାରୀ ନିରୀକ୍ଷଣ କରୁନାହାନ୍ତି। ଯେଉଁଥିପାଇଁ ଅନେକ ସାମଗ୍ରୀ ଗାଏବ ହୋଇଯାଉଛି।

ମାଲ୍‌‌ଖାନାକୁ ପୁଲିସର ମୁଣ୍ଡିଆ

ବିଗତ ଦିନରେ ମାଲ୍‌‌ଖାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି। କାରଣ ମାଲ୍‌‌ଖାନାରେ କୌଣସି ସାମଗ୍ରୀ ଗାଏବ ହେଲେ ଏଥିପାଇଁ ଅଧିକାରୀ ଦାୟୀ ରହୁଛନ୍ତି। ଗତ ଦୁଇ ବର୍ଷରେ ୧୫ଜଣ ପୁଲିସ ଅଧିକାରୀଙ୍କ ନାମରେ ମାମଲା ହୋଇଛି। ଯେଉଁଥିପାଇଁ ମାଲ୍‌‌ଖାନା ଦାୟିତ୍ୱ ନେବାକୁ ଅନେକ ପୁଲିସ ଅଧିକାରୀ ଅନିଚ୍ଛା ପ୍ରକାଶ କରୁଛନ୍ତି। ମାଲ୍‌‌ଖାନା କଥା କହିଲେ ସେ ମୁଣ୍ଡିଆ ମାରୁଛନ୍ତି। କାରଣ ନିକଟରେ ଚନ୍ଦ୍ରଶେଖରପୁର ମାଲ୍‌‌ଖାନାରୁ ଏକ ପାଣି ମୋଟର ଗାଏବ ହୋଇଗଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦେଖାଇପାରି ନ ଥିଲେ ଦାୟିତ୍ୱରେ ଥିବା ଅଧିକାରୀ। ତେଣୁ ତାଙ୍କ ନାମରେ ମାମଲା ରୁଜୁ କରାଗଲା। ସେହିପରି ବଦଳି ସମୟରେ ଦସ୍ତାବିଜ୍‌‌କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ମାଲ୍‌‌ଖାନାରୁ କୌଣସି ସାମଗ୍ରୀ ଗାଏବ୍‌‌ ହେଲେ ବଦଳି ବାତିଲ୍‌‌ କରାଯାଉଛି।

ଇ-ମାଲ୍‌‌ଖାନାରେ ଯୋଡ଼ି ହୋଇନି ୩ ନୂଆ ଥାନା

ଅନେକ ମାମଲା କୋର୍ଟରେ ଚାଲୁଥିବାବେଳେ ମାଲ୍‌‌ଖାନାରେ ଥିବା ଜବତ ସାମଗ୍ରୀ ଗାଏବ୍‌‌ ହୋଇଯାଉଛି। ଅନେକ କ୍ଷେତ୍ରରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀ ସାମଗ୍ରୀ ଗାଏବ୍‌‌ କରି ଦେଉଛନ୍ତି। ତେଣୁ ମାଲ୍‌‌ଖାନାରେ ଥିବା କୋର୍ଟ ସାମଗ୍ରୀ ଯେପରି ସୁରକ୍ଷିତ ରହିବ, ସେଥିଲାଗି ଇ-ମାଲ୍‌‌ଖାନା କରାଯାଇଛି। ପ୍ରତିଦିନ ମାଲ୍‌‌ଖାନାକୁ କେତେ ଆସିଲା ଏବଂ କେତେ ଫୋରେନ୍‌‌ସିକ୍‌‌ ଲ୍ୟାବ୍‌‌କୁ ଗଲା ତାହା ସିସିଟିଏନ୍‌‌ଏସ୍‌‌ ପୋର୍ଟାଲରେ ଅପ୍‌‌ଲୋଡ୍‌‌ କରାଯାଉଛି। ଏପରିକି ଜବତ ହୋଇଥିବା ସାମଗ୍ରୀର ମଡେଲ୍‌‌ ନମ୍ବର, ସିରିଏଲ୍‌‌ ନମ୍ବର ଦିଆଯାଇ ଅପ୍‌‌ଲୋଡ୍‌‌ କରାଯାଉଛି। ଯାହାକୁ ହେର୍‌‌ଫେର୍‌‌ କରିହେବ ନାହିଁ। କିନ୍ତୁ ବର୍ତ୍ତମାନ ରାଜଧାନୀର ମୈତ୍ରୀବିହାର ଥାନା, ଇନ୍‌‌ଫୋଭ୍ୟାଲି ଏବଂ ପାହାଳ ଥାନା ଇ-ମାଲ୍‌‌ଖାନାରେ ଯୋଡ଼ି ହୋଇନି।