ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆନୁଷ୍ଠାନିକ ଭାବରେ ପରାକ୍ରମ ଦିବସ ଭାବରେ ଜଣାଶୁଣା। ବିଶିଷ୍ଟ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ନେତାଜୀଙ୍କ ଜନ୍ମଦିନ ପାଳନ ପାଇଁ ଭାରତରେ ପାଳିତ ହେଉଥିବା ଏହା ଏକ ଜାତୀୟ କାର୍ଯ୍ୟକ୍ରମ। ଏହା ପ୍ରତିବର୍ଷ ୨୩ ଜାନୁଆରୀରେ ପାଳନ କରାଯାଇଥାଏ । ସ୍ବାଧୀନତା ଆନ୍ଦୋଳନରେ ସୁଭାଷ ବୋଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଭାରତୀୟ ଜାତୀୟ ସେନା ଆଜାଦ ହିନ୍ଦ୍ ଫୌଜର ମୁଖ୍ୟ ଥିଲେ। ନେତାଜୀ ନିଖୋଜ ହେବାର ପ୍ରାୟ […] The post ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି appeared first on Dharitri Odia News.
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆନୁଷ୍ଠାନିକ ଭାବରେ ପରାକ୍ରମ ଦିବସ ଭାବରେ ଜଣାଶୁଣା। ବିଶିଷ୍ଟ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ନେତାଜୀଙ୍କ ଜନ୍ମଦିନ ପାଳନ ପାଇଁ ଭାରତରେ ପାଳିତ ହେଉଥିବା ଏହା ଏକ ଜାତୀୟ କାର୍ଯ୍ୟକ୍ରମ। ଏହା ପ୍ରତିବର୍ଷ ୨୩ ଜାନୁଆରୀରେ ପାଳନ କରାଯାଇଥାଏ ।
ସ୍ବାଧୀନତା ଆନ୍ଦୋଳନରେ ସୁଭାଷ ବୋଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଭାରତୀୟ ଜାତୀୟ ସେନା ଆଜାଦ ହିନ୍ଦ୍ ଫୌଜର ମୁଖ୍ୟ ଥିଲେ। ନେତାଜୀ ନିଖୋଜ ହେବାର ପ୍ରାୟ ୫ ମାସ ପରେ ରେଙ୍ଗୁନ୍ରେ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା। ଏହିଦିନ ଭାରତ ସରକାର ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି। ନେତାଜୀ ଜୟନ୍ତୀ ତାଙ୍କର ୧୨୪ ତମ ଜନ୍ମବାର୍ଷିକୀରେ ୨୦୨୧ ମସିହାରେ ପ୍ରଥମ ଥର ପାଇଁ ପରାକ୍ରମ ଦିବସ ଭାବରେ ପାଳନ କରାଯାଇଥିଲା।
ଫର୍ୱାର୍ଡ ବ୍ଲକ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟ ନେତାଜୀ ଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ଘୋଷଣା କରିବାକୁ ଭାରତ ସରକାରଙ୍କୁ ଦାବି କରିଥିଲେ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଦେଶନାୟକ ଦିବସ ଭାବରେ ଘୋଷଣା କରିବାକୁ ଦାବି କରିଥିଲେ। କିନ୍ତୁ ୧୯ ଜାନୁୟାରୀ ୨୦୨୧ରେ ସରକାର ଏହାକୁ ପ୍ରତିବର୍ଷ ପରାକ୍ରମ ଦିବସ ଭାବରେ ପାଳନ କରାଯିବାକୁ ଘୋଷଣା କରିଥିଲେ। ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆହ୍ବାନ ଦେଇ କହିଥିଲେ, ”ମତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି।“ ୧୮୯୭ ମସିହା ଜାନୁଆରୀ ୨୩ରେ ସେ ଓଡ଼ିଶାର କଟକଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୪୫ ଅଗଷ୍ଟ ୧୮ରେ ତାଇଓ୍ବାନ୍ର ତାଇପେଇର ତାଇପେଇ ସିଟିରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ରହସ୍ୟମୟ ମୃତ୍ୟୁ ଘଟିଥିଲା।
The post ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି appeared first on Dharitri Odia News.