ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ
ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ ବୋକାରୋର ବୋଲି ଜଣାପଡ଼ିଛି। ଗତ କିଛି ଦିନ ହେବ ଉଭୟ ବଲାଙ୍ଗୀର ସହର ମହାଲକ୍ଷ୍ମୀନଗର ପଡ଼ାରେ ଭଡ଼ା ଘରେ ରହୁଥିବା ନେଇ ଆଲୋଚନା ହେଉଛି। ମୃତ ଯୁବକଙ୍କ ନାଁ ଜାଭେଦ ଅଲ୍ଲୀ ଏବଂ ଝିଅର ନାଁ ପଲକ ମିଶ୍ର ବୋଲି ଜଣାପଡ଼ିଛି। ହତ୍ୟା ପଛର କାରଣ ଜଣାପଡ଼ିନାହିଁ। ଆଜି ପରିବାର […] The post ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ appeared first on Dharitri Odia News.
ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ ବୋକାରୋର ବୋଲି ଜଣାପଡ଼ିଛି। ଗତ କିଛି ଦିନ ହେବ ଉଭୟ ବଲାଙ୍ଗୀର ସହର ମହାଲକ୍ଷ୍ମୀନଗର ପଡ଼ାରେ ଭଡ଼ା ଘରେ ରହୁଥିବା ନେଇ ଆଲୋଚନା ହେଉଛି। ମୃତ ଯୁବକଙ୍କ ନାଁ ଜାଭେଦ ଅଲ୍ଲୀ ଏବଂ ଝିଅର ନାଁ ପଲକ ମିଶ୍ର ବୋଲି ଜଣାପଡ଼ିଛି। ହତ୍ୟା ପଛର କାରଣ ଜଣାପଡ଼ିନାହିଁ। ଆଜି ପରିବାର ଲୋକଙ୍କୁ ଯୁବତୀ-ଯୁବକଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ଅଧିକ ତଦନ୍ତ ପାଇଁ ପୋଲିସ ଖୋଳତାଡ଼ ଜାରି ରଖିଛି।
ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ନିକଟ ପତ୍ରା ଜଙ୍ଗଲରେ ଗୁରୁବାର ସକାଳୁ ଯୁବତୀ-ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ଗଳାରେ କଟା ଚିହ୍ନ ରହିଥିଲା। ସେହିଭଳି ଯୁବକଙ୍କ ମୁହଁ ତଳକୁ ରହିଥିବା ବେଳେ ତାଙ୍କ ପ୍ୟାଣ୍ଟ ଖୋଲା ଅବସ୍ଥାରେ ରହିଥିଲା । ପାରିପାର୍ଶ୍ୱିକ ସ୍ଥିତିରୁ ଉଭୟଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ଅନୁମାନ କରାଯାଇଛି।
The post ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ appeared first on Dharitri Odia News.