ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ ହରାଇଛନ୍ତି। ମୃତକ ହେଲେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ୍‌ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ଗ୍ରାମର ଜୟସିଂ କମାରଙ୍କ ଝିଅ ଧନଦେଈ। ଶନିବାର ଧନଦେଈଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ କୁହୁରାକୋଟ ଗଁାରେ ପହଞ୍ଚତ୍ଥିଲା। ମୃତକଙ୍କ ମା’ ନୀଳା କମାରଙ୍କ ଅଭିଯୋଗକ୍ରମେ ଝରିଗାଁ ପୋଲିସ କେସ୍‌ ନଂ.୨୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି […] The post ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ appeared first on Dharitri Odia News.

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ ହରାଇଛନ୍ତି। ମୃତକ ହେଲେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ୍‌ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ଗ୍ରାମର ଜୟସିଂ କମାରଙ୍କ ଝିଅ ଧନଦେଈ। ଶନିବାର ଧନଦେଈଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ କୁହୁରାକୋଟ ଗଁାରେ ପହଞ୍ଚତ୍ଥିଲା। ମୃତକଙ୍କ ମା’ ନୀଳା କମାରଙ୍କ ଅଭିଯୋଗକ୍ରମେ ଝରିଗାଁ ପୋଲିସ କେସ୍‌ ନଂ.୨୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ କରାଇଥିଲା। ଅପରାହ୍ନ ପ୍ରାୟ ୪.୩୦ରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱରର ବାତ୍ୟା ଆଶ୍ରୟସ୍ଥଳରେ ଧନଦେଈଙ୍କ ମୃତ୍ୟୁ ହେଲା, ତେବେ ସ୍ଥାନୀୟ ପ୍ରଶାସନ କାହିଁକି ମୃତଦେହ ବ୍ୟବଚ୍ଛେଦ କରାଇଲେ ନାହିଁ। ତରବରିଆ ଭାବେ କମ୍ପାନୀ କର୍ତ୍ତୃପକ୍ଷ କ’ଣ ପାଇଁ ମୃତଦେହକୁ କୁହୁରାକୋଟ ପଠାଇଦେଲେ ତାହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନାନୁଯାୟୀ ପ୍ରାୟ ଦେଢ଼ ମାସ ତଳେ ଜୟସିଂ ଏବଂ ତାଙ୍କ ସ୍ତ୍ରୀ ୫ ଝିଅପୁଅଙ୍କୁ ଧରି କାମ କରିବାକୁ ଭୁବନେଶ୍ୱରକୁ ଆସିଥିଲେ। ସେ ପୁରୀ କେନାଲ ରୋଡ୍‌ ଅଞ୍ଚଳରେ ରହି ଏକ କମ୍ପାନୀରେ କାମ କରୁଥିଲେ। ତେବେ ବାତ୍ୟା ଦାନା ପାଇଁ ସ୍ଥାନୀୟ ପ୍ରଶାସନ ସେଠାରେ କାମ କରୁଥିବା ପ୍ରାୟ ୩୦୦ ଶ୍ରମିକଙ୍କୁ ଏକ ବାତ୍ୟା ଆଶ୍ରୟସ୍ଥଳକୁ ୨୪ ତାରିଖରେ ସ୍ଥାନାନ୍ତର କରିଥିଲା। ୨୫ ତାରିଖ ସକାଳୁ ଜୟସିଂ ଏବଂ ନୀଳା ଶୌଚହେବା ନେଇ ବାତ୍ୟା ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିଲେ। ଏହି ସମୟରେ ଉପର ମହଲାରେ ସେମାନଙ୍କ ଝିଅପୁଅ ଶୋଇଥିଲେ। ଦୁହେଁ ଶୌଚ କାମ ସାରି ଫେରିବାବେଳକୁ ଝିଅ ଧନଦେଈ ନ ଥିବା ଦେଖି ସେମାନେ ଖୋଜାଖୋଜି କରିଥିଲେ। ତେବେ ଛାତରୁ ପଡ଼ି ଝିଅଙ୍କ ମୃତ୍ୟୁ ହୋଇଥିବା ପରେ ଅନ୍ୟମାନଙ୍କ ଠାରୁ ଜାଣିବାକୁ ପାଇଥିଲେ। ମୃତଦେହ ଆମ୍ବୁଲାନ୍ସରେ ରଖାଯାଇଛି। ଏହାକୁ ନେଇ ଗାଁକୁ ଯିବାକୁ କମ୍ପାନୀ ସଦସ୍ୟ କହିବା ସହ ୪୫ ହଜାର ଟଙ୍କା ଦେଇଥିଲେ ବୋଲି ନୀଳା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଆମ୍ବୁଲାନ୍ସ ଶନିବାର ସକାଳେ ଗାଁରେ ପହଞ୍ଚତ୍ବା ପରେ ଜୟସିଂ ଓ ନୀଳା ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମବାସୀଙ୍କ ସହାୟତାରେ ସେମାନେ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝରିଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ବୋଲି ଏଏସ୍‌ଆଇ ବେଦବ୍ୟାସ ବଞ୍ଜରା କହିଛନ୍ତି।

The post ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ appeared first on Dharitri Odia News.