ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବ ବିଜେଡି
ଗଜପତି,୧୨।୩ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି ବିଜେଡି । ଏହି ସମ୍ପର୍କରେ ବୁଧବାର ସ୍ଥାନୀୟ ହାଇଟେକ୍ ପ୍ଲାଜାଠାରେ ବରିଷ୍ଠ ନେତା ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପାରଳାଖେମୁଣ୍ଡି ବରିଷ୍ଠ ନେତା ବସନ୍ତ ଦାଶ, ପ୍ରଦୀପ ନାୟକ , ଜି. ତିରୁପତି ରାଓ, ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ , ଗବରା […] The post ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବ ବିଜେଡି appeared first on Dharitri Odia News.
ଗଜପତି,୧୨।୩ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି ବିଜେଡି । ଏହି ସମ୍ପର୍କରେ ବୁଧବାର ସ୍ଥାନୀୟ ହାଇଟେକ୍ ପ୍ଲାଜାଠାରେ ବରିଷ୍ଠ ନେତା ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପାରଳାଖେମୁଣ୍ଡି ବରିଷ୍ଠ ନେତା ବସନ୍ତ ଦାଶ, ପ୍ରଦୀପ ନାୟକ , ଜି. ତିରୁପତି ରାଓ, ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ , ଗବରା ତିରୁପତି ରାଓଙ୍କ ସମେତ ପାରଳାଖେମୁଣ୍ଡି ପୌରପାଳିକାର ସମସ୍ତ ବିଜେଡି କାଉନ୍ସିଲର ମାନେ ଉପସ୍ଥିତ ରହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ନିସ୍ବାର୍ଥ ଭାବେ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ମନ୍ଦିର ନିର୍ମାଣ ପାଇଁ ବିଧାୟକ ଇଂ. ରୂପେଶ ପାଣିଗ୍ରାହୀଙ୍କୁ ମୋଟା ଅଙ୍କର ଆର୍ଥିକ ସହଯୋଗ ଲାଗି ନିବେଦନ କରାଯିବ ବୋଲି ଉପସ୍ଥିତ ନେତା କର୍ମୀ ପ୍ରକାଶ କରିଥିଲେ। ଏହା ବ୍ୟତୀତ ଭବିଷ୍ୟତରେ ଯଦି ଅଧିକ ଅର୍ଥର ଆବଶ୍ୟକ ପଡ଼େ ତେବେ ତିରୁପତି ପାଣିଗ୍ରାହୀ ନିଜେ ଆର୍ଥିକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସହରବାସୀ ମଧ୍ୟ ନିର୍ମାଣରେ ସହଯୋଗ ଜାରି ରଖନ୍ତୁ ବୋଲି କହିଥିଲେ। ଗତ କିଛିଦିନ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିମନ୍ତେ ସହଯୋଗ କରି ପର୍ଯ୍ୟଟନ ବିଭାଗ ପକ୍ଷରୁ ୬୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ତେବେ ମନ୍ଦିର କାର୍ଯ୍ୟ ସମ୍ପୂଣ୍ଣର୍ର୍ ହେବାଯାଏ ସହଯୋଗର ହାତ ବଢ଼ାଇବାକୁ ସାଧାରଣ ଜନତା, ନେତା, କର୍ମୀମାନଙ୍କୁ ତିରୁପତି ଆହ୍ବାନ କରିଛନ୍ତି।
The post ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବ ବିଜେଡି appeared first on Dharitri Odia News.