ଶିକ୍ଷୟତ୍ରୀଶିକ୍ଷକ ପ୍ରସ୍ତୁତ କଲେ ଶିକ୍ଷଣ ସାମଗ୍ରୀ: ପୁରସ୍କୃତ କଲେ …
ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମଶାନକୁଣ୍ଡା କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ବରିହାଙ୍କ ଅଧ୍ୟକ୍ଷତାରେ ପରିବେଶ ପ୍ରେମୀ ମନୋଜ ଡାଗା ମୁଖ୍ୟଅତିଥି, ହୀରାଲାଲ ପଟେଲ, ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା, ସେତୁରାମ ଦଣ୍ଡସେନା, ମୋହନ ଦୋରା, ବାବୁଲାଲ ନାୟକ, ପ୍ରଫୁଲ୍ଲ ବାରିକ, ହେମଲାଲ ଦୀପ, ଡଙ୍ଗର ସିଂ ଶବର, ରୋହିତ ବେହେରା […] The post ଶିକ୍ଷୟତ୍ରୀଶିକ୍ଷକ ପ୍ରସ୍ତୁତ କଲେ ଶିକ୍ଷଣ ସାମଗ୍ରୀ: ପୁରସ୍କୃତ କଲେ … appeared first on Dharitri Odia News.
ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମଶାନକୁଣ୍ଡା କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ବରିହାଙ୍କ ଅଧ୍ୟକ୍ଷତାରେ ପରିବେଶ ପ୍ରେମୀ ମନୋଜ ଡାଗା ମୁଖ୍ୟଅତିଥି, ହୀରାଲାଲ ପଟେଲ, ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା, ସେତୁରାମ ଦଣ୍ଡସେନା, ମୋହନ ଦୋରା, ବାବୁଲାଲ ନାୟକ, ପ୍ରଫୁଲ୍ଲ ବାରିକ, ହେମଲାଲ ଦୀପ, ଡଙ୍ଗର ସିଂ ଶବର, ରୋହିତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଆବଶ୍ୟକତା ଓ ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଦକ୍ଷତା ବିକାଶ ପାଇଁ ଏହାର ଉପେଯାଗିତା ଉପରେ ମତ ରଖିଥିଲେ। ସାଧନ କର୍ମୀ ଗୁଣସାଗର ଭୋଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିର ସହଜ କୌଶଳ ଉପରେ ମାର୍ଗଦର୍ଶନ କରିଥିଲେ। ଶିକ୍ଷୟତ୍ରୀଶିକ୍ଷକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିକ୍ଷୟିତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ବରିଷ୍ଠ ଶିକ୍ଷକ କିଶୋର କୁମାର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
The post ଶିକ୍ଷୟତ୍ରୀଶିକ୍ଷକ ପ୍ରସ୍ତୁତ କଲେ ଶିକ୍ଷଣ ସାମଗ୍ରୀ: ପୁରସ୍କୃତ କଲେ … appeared first on Dharitri Odia News.