କାର୍ଯ୍ୟରତ ଥିବା ବେଳେ ଚାଲିଗଲା ପୋଲିସ ଏଏସ୍‌ଆଇଙ୍କ ଜୀବନ

ସମ୍ବଲପୁର,୧୦।୬: ସମ୍ବଲପୁର ଜିଲା ବରେଇପାଲି ଥାନାରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। କାର୍ଯ୍ୟରତ ଏଏସ୍‌ଆଇ ପଞ୍ଚୁ ବାଗଙ୍କ ଆକଷ୍ମିକ ମତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଡ୍ୟୁଟିରେ ଥିବା ବେଳେ ପୋଲିସ ଏଏସ୍‌ଆଇ ପଞ୍ଚୁ ବାଗ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି। ହୃଦଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଥାନା କର୍ମଚାରୀଙ୍କ ମଧ୍ୟରେ ଶୋକର […] The post କାର୍ଯ୍ୟରତ ଥିବା ବେଳେ ଚାଲିଗଲା ପୋଲିସ ଏଏସ୍‌ଆଇଙ୍କ ଜୀବନ appeared first on Dharitri Odia News.

କାର୍ଯ୍ୟରତ ଥିବା ବେଳେ ଚାଲିଗଲା ପୋଲିସ ଏଏସ୍‌ଆଇଙ୍କ ଜୀବନ

ସମ୍ବଲପୁର,୧୦।୬: ସମ୍ବଲପୁର ଜିଲା ବରେଇପାଲି ଥାନାରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। କାର୍ଯ୍ୟରତ ଏଏସ୍‌ଆଇ ପଞ୍ଚୁ ବାଗଙ୍କ ଆକଷ୍ମିକ ମତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଡ୍ୟୁଟିରେ ଥିବା ବେଳେ ପୋଲିସ ଏଏସ୍‌ଆଇ ପଞ୍ଚୁ ବାଗ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି। ହୃଦଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଥାନା କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

The post କାର୍ଯ୍ୟରତ ଥିବା ବେଳେ ଚାଲିଗଲା ପୋଲିସ ଏଏସ୍‌ଆଇଙ୍କ ଜୀବନ appeared first on Dharitri Odia News.