ଜାଗର ଯାତ୍ରା ଦେଖି ଫେରୁଥିଲେ, ଅନ୍ଧାରିଘାଟି ତଳକୁ ଖସିପଡିଲା ବାଇକ

ଲମତାପୁଟ ୨୭/୦୨: ଶିବରାତ୍ରି ଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ । ଭାରସାମ୍ୟ ହରାଇ ୨୦ ଫୁଟ ବ୍ରିଜ ତଳକୁ ଖସି ପଡିଲେ ବାଇକ ଆରୋହୀ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପୁର୍ଣ୍ଣଚନ୍ଦ୍ର ଖରା ଏବଂ ଗଙ୍ଗାଧର ଗେମେଲଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତରଙ୍କୁ ପାଡୁଆ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି ।  ମୃତକଙ୍କ ଘର ପଟାଙ୍ଗି ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣା ଘଟିଛି କୋରାପୁଟ ଚାଟୁଆ ନିକଟସ୍ତ ଆନ୍ଧରିଘାଟ ବ୍ରିଜ ନିକଟରେ। ତିନି ଜଣ ଗୋଟିଏ ବାଇକ୍ ରେ ଚାଟୁଆ ଗାଁକୁ ଶିବରାତ୍ରି ଦେଖିବାକୁ ଆସିଥିଲେ। ଶିବରାତ୍ରି ଦେଖି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ତିନି ଜଣ ବ୍ରିଜ ତଳକୁ ଖସି ପଡ଼ିଥିଲେ। ଘଟଣା ସ୍ଥଳରେ ପାଡୁଆ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l

ଜାଗର ଯାତ୍ରା ଦେଖି ଫେରୁଥିଲେ, ଅନ୍ଧାରିଘାଟି ତଳକୁ ଖସିପଡିଲା ବାଇକ

ଲମତାପୁଟ ୨୭/୦୨: ଶିବରାତ୍ରି ଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ । ଭାରସାମ୍ୟ ହରାଇ ୨୦ ଫୁଟ ବ୍ରିଜ ତଳକୁ ଖସି ପଡିଲେ ବାଇକ ଆରୋହୀ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପୁର୍ଣ୍ଣଚନ୍ଦ୍ର ଖରା ଏବଂ ଗଙ୍ଗାଧର ଗେମେଲଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତରଙ୍କୁ ପାଡୁଆ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି ।  

ମୃତକଙ୍କ ଘର ପଟାଙ୍ଗି ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣା ଘଟିଛି କୋରାପୁଟ ଚାଟୁଆ ନିକଟସ୍ତ ଆନ୍ଧରିଘାଟ ବ୍ରିଜ ନିକଟରେ। ତିନି ଜଣ ଗୋଟିଏ ବାଇକ୍ ରେ ଚାଟୁଆ ଗାଁକୁ ଶିବରାତ୍ରି ଦେଖିବାକୁ ଆସିଥିଲେ। ଶିବରାତ୍ରି ଦେଖି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ତିନି ଜଣ ବ୍ରିଜ ତଳକୁ ଖସି ପଡ଼ିଥିଲେ। ଘଟଣା ସ୍ଥଳରେ ପାଡୁଆ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l