ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା, ୮ ପୋଲିସଙ୍କ ମୋବାଇଲ ଜବତ

ନୂଆଦିଲ୍ଲୀ ୨୮/୦୩: ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶଓ୍ୱନ୍ତ ବର୍ମାଙ୍କ ଘରୁ ପୋଡ଼ା ଟଙ୍କା ବଣ୍ଡଲ ମିଳିବା ମାମଲାରେ ୮ ଜଣ ପୁଲିସ ଅଧିକାରୀଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଛି । ଦିଲ୍ଲୀ ପୋଲିସ ହିଁ ଏହାକୁ ଜବତ କରିଛି । ଏହି ୮ ଜଣ ଅଧିକାରୀ ହେଲେ ତୋଗଲକ ରୋଡ୍‌ ଥାନାର ଏସ୍‌ଏଚ୍‌ଓ ଉମେଶ ମଲିକ, ତଦନ୍ତକାରୀ ଅଧିକାରୀ, ମୁଖ୍ୟ କନେଷ୍ଟବଳ ରୂପ ଚାନ୍ଦ, ସବ୍‌-ଇନ୍ସପେକ୍ଟର ରଜନୀଶ, ପାଟ୍ରୋଲିଂ ପାଇଁ ଘଟଣାସ୍ଥଳରେ ମୋଟର ସାଇକେଲରେ ପହଞ୍ଚିଥିବା ଦୁଇଜଣ ଏବଂ ଅନ୍ୟ ତିନିଜଣ ପିସିଆର ଅଧିକାରୀ । ମୋବାଇଲ ଫୋନ୍‌କୁ ଜବତ ପରେ ସେଗୁଡ଼ିକୁ ଫୋରେନସିକ୍‌ ଯାଞ୍ଚ ଲାଗି ପଠାଯାଇଛି । ଏହାଦ୍ୱାରା ଜଣାପଡ଼ିବ ଯେ ଅଗ୍ନିକାଣ୍ଡ ବେଳେ ଘଟଣାସ୍ଥଳରେ ପହଞ୍ଚିଥିବା ଏହି ଅଧିକାରୀଙ୍କ ଦ୍ୱାରା ଘଟଣାର କୌଣସି ଭିଡିଓ ରେକର୍ଡ ହୋଇଥିଲା କି ନାହିଁ କିମ୍ବା ଉକ୍ତ ଭିଡିଓଗୁଡ଼ିକୁ ହେରଫେର କରାଯାଇଛି କି ନାହିଁ । ଦିଲ୍ଲୀ ପୋଲିସ ଏହି ୮ ଅଧିକାରୀଙ୍କ ବୟାନ ବି ରେକର୍ଡ କରିଛି । ଡିସିପି (ନୂଆଦିଲ୍ଲୀ) ଦେବେଶ ମହଲାଙ୍କ ନେତୃତ୍ୱାଧୀନ ଟିମ୍‌ ବୁଧବାର ବିଚାରପତି ଯଶବନ୍ତ ବର୍ମାଙ୍କ ୩୦ ରୋଗଲକ ରୋଡ୍‌ସ୍ଥିତ ବାସଭବନରେ ଅପରାହ୍ନ ୧ଟା ୫୦ରେ ପହଞ୍ଚି ତାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କୁ ପଚରାଉଚରା କରିଥିଲା । ଟିମ୍‌ରେ ଏସିପି ଓ ଅନ୍ୟ ଅଧିକାରୀଙ୍କ ସମେତ ୬ ଜଣ ଥିଲେ । ଦୁଇଘଣ୍ଟା ପରେ ସେମାନେ ବାହାରିଥିଲେ । ଅନ୍ୟପକ୍ଷରେ ଜଷ୍ଟିସ ବର୍ମାଙ୍କ

ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା, ୮ ପୋଲିସଙ୍କ ମୋବାଇଲ ଜବତ

ନୂଆଦିଲ୍ଲୀ ୨୮/୦୩: ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶଓ୍ୱନ୍ତ ବର୍ମାଙ୍କ ଘରୁ ପୋଡ଼ା ଟଙ୍କା ବଣ୍ଡଲ ମିଳିବା ମାମଲାରେ ୮ ଜଣ ପୁଲିସ ଅଧିକାରୀଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଛି । ଦିଲ୍ଲୀ ପୋଲିସ ହିଁ ଏହାକୁ ଜବତ କରିଛି । ଏହି ୮ ଜଣ ଅଧିକାରୀ ହେଲେ ତୋଗଲକ ରୋଡ୍‌ ଥାନାର ଏସ୍‌ଏଚ୍‌ଓ ଉମେଶ ମଲିକ, ତଦନ୍ତକାରୀ ଅଧିକାରୀ, ମୁଖ୍ୟ କନେଷ୍ଟବଳ ରୂପ ଚାନ୍ଦ, ସବ୍‌-ଇନ୍ସପେକ୍ଟର ରଜନୀଶ, ପାଟ୍ରୋଲିଂ ପାଇଁ ଘଟଣାସ୍ଥଳରେ ମୋଟର ସାଇକେଲରେ ପହଞ୍ଚିଥିବା ଦୁଇଜଣ ଏବଂ ଅନ୍ୟ ତିନିଜଣ ପିସିଆର ଅଧିକାରୀ । 

ମୋବାଇଲ ଫୋନ୍‌କୁ ଜବତ ପରେ ସେଗୁଡ଼ିକୁ ଫୋରେନସିକ୍‌ ଯାଞ୍ଚ ଲାଗି ପଠାଯାଇଛି । ଏହାଦ୍ୱାରା ଜଣାପଡ଼ିବ ଯେ ଅଗ୍ନିକାଣ୍ଡ ବେଳେ ଘଟଣାସ୍ଥଳରେ ପହଞ୍ଚିଥିବା ଏହି ଅଧିକାରୀଙ୍କ ଦ୍ୱାରା ଘଟଣାର କୌଣସି ଭିଡିଓ ରେକର୍ଡ ହୋଇଥିଲା କି ନାହିଁ କିମ୍ବା ଉକ୍ତ ଭିଡିଓଗୁଡ଼ିକୁ ହେରଫେର କରାଯାଇଛି କି ନାହିଁ । ଦିଲ୍ଲୀ ପୋଲିସ ଏହି ୮ ଅଧିକାରୀଙ୍କ ବୟାନ ବି ରେକର୍ଡ କରିଛି । 

ଡିସିପି (ନୂଆଦିଲ୍ଲୀ) ଦେବେଶ ମହଲାଙ୍କ ନେତୃତ୍ୱାଧୀନ ଟିମ୍‌ ବୁଧବାର ବିଚାରପତି ଯଶବନ୍ତ ବର୍ମାଙ୍କ ୩୦ ରୋଗଲକ ରୋଡ୍‌ସ୍ଥିତ ବାସଭବନରେ ଅପରାହ୍ନ ୧ଟା ୫୦ରେ ପହଞ୍ଚି ତାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କୁ ପଚରାଉଚରା କରିଥିଲା । ଟିମ୍‌ରେ ଏସିପି ଓ ଅନ୍ୟ ଅଧିକାରୀଙ୍କ ସମେତ ୬ ଜଣ ଥିଲେ । ଦୁଇଘଣ୍ଟା ପରେ ସେମାନେ ବାହାରିଥିଲେ । ଅନ୍ୟପକ୍ଷରେ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବାର ନିଷ୍ପତ୍ତିକୁ ପୁନର୍ବିଚାର କରାଯାଇପାରେ । 

ଏହି ପରିପ୍ରେକ୍ଷୀରେ ୬ଟି ହାଇକୋର୍ଟ ବାର୍‌ ଆସୋସିଏସନର ପଦାଧିକାରୀ ଗୁରୁବାର ଦିଲ୍ଲୀରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ସାକ୍ଷାତ କରି ବଦଳି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି । ତାଙ୍କ ବଦଳି ରୋକିବାକୁ ସେମାନେ ଚାହୁଁଛନ୍ତି । ଆହ୍ଲାବାଦ ହାଇକୋର୍ଟ ବାର୍‌ ଆସୋସିଏସନ ଅଧ୍ୟକ୍ଷ ଅନିଲ ତିୱାରୀ କହିଛନ୍ତି, ସିଜେଆଇ ଜଷ୍ଟିସ ଖାନ୍ନାଙ୍କୁ ଆମେ ଭେଟି ନିଜ ଦାବି ରଖିଛୁ । ସିଜେଆଇ ଜଷ୍ଟିସ ବର୍ମାଙ୍କ ବଦଳି ନେଇ କଲେଜିୟମ ସୁପାରିସକୁ ପ୍ରତ୍ୟାହାର ଲାଗି ଆମ ଦାବି ଉପରେ ବିଚାର କରିବେ । 

also read...

ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ତେଜିଲା ପ୍ରତିବାଦ, ଆହ୍ଲାବାଦ ହାଇକୋର୍ଟ ଓକିଲଙ୍କ ବିକ୍ଷୋଭ

ଏହି ପରିପ୍ରେକ୍ଷୀରେ ୬ ଜଣ ପଦାଧିକାରୀ ସିଜେଆଇ ଓ କଲେଜିୟମକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ କୁହାଯାଇଛି ଯେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ରିପୋର୍ଟ ମୁତାବକ, ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗିଥିଲା । ଏହାର ଦିନକ ପରେ ତାଙ୍କ ଘରୁ ସାମଗ୍ରୀଗୁଡ଼ିକୁ ହଟାଇ ଦିଆଯାଇଥିଲା । ଏଭଳି ମାମଲାରେ ଅନ୍ୟ ଲୋକଙ୍କ ସମ୍ପୃକ୍ତି ରହିବା ଏବଂ ଏଫ୍‌ଆଇଆର୍‌ ଦାୟର ନ ହେବା ଦ୍ୱାରା ତଦନ୍ତ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ । 

ସିଜେଆଇ ଆହ୍ଲାବାଦ, ଗୁଜରାଟ, କେରଳ, ଜବଲପୁର, କର୍ଣ୍ଣାଟକ ଓ ଲକ୍ଷେ୍ନø ହାଇକୋର୍ଟ ବାର୍‌ ଆସୋସିଏସନ ପ୍ରତିନିଧିଙ୍କୁ ଅପରାହ୍ନରେ ଭେଟିଥିଲେ । ଏହାପରେ କଲେଜିୟମର ସଦସ୍ୟ ଯଥା ଜଷ୍ଟିସ ବି ଆର ଗଭାଇ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଅଭୟ ଏସ୍‌ ଓକା ଏବଂ ଜଷ୍ଟିସ ବିକ୍ରମ ନାଥଙ୍କୁ ସାକ୍ଷାତ କରିଥିଲେ ।