ଅବକାରୀ ନୀତି ଘୋଟାଲାରେ ଇଡି ସମନ ବିରୋଧରେ ହାଇକୋର୍ଟ ପହଞ୍ଚିଲେ ଅରବିନ୍ଦ କେଜରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି ଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଇଡି ତରଫରୁ ପଠାଯାଇଥିବା ସବୁ ସମନକୁ ଚାଲେଞ୍ଜ କରିଛନ୍ତି। ସୂଚନାଥାଉକି, ଚର୍ଚ୍ଚିତ ଅବକାରୀ ନୀତି ଘୋଟାଲା ମାମଲାରେ ଇଡି ଏପର୍ଯ୍ୟନ୍ତ ଅରବିନ୍ଦ କେଜରିଓ୍ବାଲଙ୍କୁ ୯ ଥର ସମନ ପଠାଇଛି। ଯାହାକୁ ମୁଖ୍ୟମନ୍ତ୍ରୀ ଚାଲେଞ୍ଜ କରିବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।ତେବେ ଅଦାଲତ ବେଞ୍ଚ ଯାଚିକା ଉପରେ ବୁଧବାର ଶୁଣାଣି କରିବେ। ଏହା ପୂର୍ବରୁ ରବିବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ କେଜରିଓ୍ବାଲଙ୍କୁ ନବମ ସମନ ପଠାଇଥିଲା ଏବଂ ତାଙ୍କୁ ୨୧ ମାର୍ଚ୍ଚରେ ହାଜର ହେବାକୁ କହିଥିଲା।ଉଲ୍ଲେଖଯୋଗ୍ୟ, ଇଡିର ପୂର୍ବରୁ କରିଥିବା ସମନରେ ହାଜର ନହେବା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଦିଲ୍ଲୀର ଏକ ଅଦାଲତରୁ ଜାମିନ୍‌ ମିଳିଥିଲା। ଯାହାକୁ ବିରୋଧ କରି ଇଡି ମାଜିଷ୍ଟ୍ରେଟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଏବଂ କେଜରିଓ୍ବାଲ ସମନର ଅନୁପାଳନ କରୁନଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଅନୁରୋଧ କରିଥିଲେ।ଇଡି ଅବକାରୀ ଘୋଟାଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପଚରାଉଚରା କରିବାକୁ ଯାଉଛି। ହେଲେ ସେ ଏପର୍ଯ୍ୟନ୍ତ ପଠାଯାଇଥିବା ସମନକୁ ଆପ୍‌ ନେତାମାନେ ଅବୈଧାନିକ କହିବା ସହ ଏଥିରେ କୌଣସି ନିୟମ ପାଳନ ହୋଇନଥିବା କଥା କୁହାଯାଇଛି।

ଅବକାରୀ ନୀତି ଘୋଟାଲାରେ ଇଡି ସମନ ବିରୋଧରେ ହାଇକୋର୍ଟ ପହଞ୍ଚିଲେ ଅରବିନ୍ଦ କେଜରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି ଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଇଡି ତରଫରୁ ପଠାଯାଇଥିବା ସବୁ ସମନକୁ ଚାଲେଞ୍ଜ କରିଛନ୍ତି। ସୂଚନାଥାଉକି, ଚର୍ଚ୍ଚିତ ଅବକାରୀ ନୀତି ଘୋଟାଲା ମାମଲାରେ ଇଡି ଏପର୍ଯ୍ୟନ୍ତ ଅରବିନ୍ଦ କେଜରିଓ୍ବାଲଙ୍କୁ ୯ ଥର ସମନ ପଠାଇଛି। ଯାହାକୁ ମୁଖ୍ୟମନ୍ତ୍ରୀ ଚାଲେଞ୍ଜ କରିବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ତେବେ ଅଦାଲତ ବେଞ୍ଚ ଯାଚିକା ଉପରେ ବୁଧବାର ଶୁଣାଣି କରିବେ। ଏହା ପୂର୍ବରୁ ରବିବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ କେଜରିଓ୍ବାଲଙ୍କୁ ନବମ ସମନ ପଠାଇଥିଲା ଏବଂ ତାଙ୍କୁ ୨୧ ମାର୍ଚ୍ଚରେ ହାଜର ହେବାକୁ କହିଥିଲା।

ଉଲ୍ଲେଖଯୋଗ୍ୟ, ଇଡିର ପୂର୍ବରୁ କରିଥିବା ସମନରେ ହାଜର ନହେବା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଦିଲ୍ଲୀର ଏକ ଅଦାଲତରୁ ଜାମିନ୍‌ ମିଳିଥିଲା। ଯାହାକୁ ବିରୋଧ କରି ଇଡି ମାଜିଷ୍ଟ୍ରେଟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଏବଂ କେଜରିଓ୍ବାଲ ସମନର ଅନୁପାଳନ କରୁନଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଅନୁରୋଧ କରିଥିଲେ।

ଇଡି ଅବକାରୀ ଘୋଟାଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପଚରାଉଚରା କରିବାକୁ ଯାଉଛି। ହେଲେ ସେ ଏପର୍ଯ୍ୟନ୍ତ ପଠାଯାଇଥିବା ସମନକୁ ଆପ୍‌ ନେତାମାନେ ଅବୈଧାନିକ କହିବା ସହ ଏଥିରେ କୌଣସି ନିୟମ ପାଳନ ହୋଇନଥିବା କଥା କୁହାଯାଇଛି।