ପରିବର୍ତ୍ତିତ ଜୀବନଶୈଳୀ ପାଲଟିଛି ବ୍ରେନ୍ ଷ୍ଟ୍ରୋକର କାରଣ

ଭୁବନେଶ୍ୱର : ବ୍ରେନ୍‌ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି ।  ସେହିପରି ଷ୍ଟ୍ରୋକ ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଅକ୍ଷମତା ରୋଗୀଙ୍କ ବାକି ଜୀବନକୁ ଜଟିଳ କରିଦେଉଛି। ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ବ୍ୟାପକ ସଚେତନତା ଲାଗି  ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ଏହା ଅକ୍ଟୋବର ୨୯ରୁ ନଭେମ୍ବର ୭ […] The post ପରିବର୍ତ୍ତିତ ଜୀବନଶୈଳୀ ପାଲଟିଛି ବ୍ରେନ୍ ଷ୍ଟ୍ରୋକର କାରଣ appeared first on KNews Odisha.

ପରିବର୍ତ୍ତିତ ଜୀବନଶୈଳୀ ପାଲଟିଛି ବ୍ରେନ୍ ଷ୍ଟ୍ରୋକର କାରଣ
world stroke day

ଭୁବନେଶ୍ୱର : ବ୍ରେନ୍‌ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି ।  ସେହିପରି ଷ୍ଟ୍ରୋକ ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଅକ୍ଷମତା ରୋଗୀଙ୍କ ବାକି ଜୀବନକୁ ଜଟିଳ କରିଦେଉଛି। ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ବ୍ୟାପକ ସଚେତନତା ଲାଗି  ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ଏହା ଅକ୍ଟୋବର ୨୯ରୁ ନଭେମ୍ବର ୭ ତାରିଖ ଯାଏଁ, ୧୦ ଦିନ ଧରି ଚାଲିବ।

ଏହି ଅବସରରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ସଚେତନତା କର୍ମଶାଳାର ମଧ୍ୟ ଆୟୋଜନ କରାଯାଉଛି। ସେହିପରି ଷ୍ଟ୍ରୋକ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ଏକ ସୂଚନା ପୁସ୍ତିକାର ପ୍ରକାଶନ କରାଯାଉଛି। ଆଇଏଫଆଇ ଫାଉଣ୍ଡେସନ ‘ୱାର୍ଲ୍ଡ ଷ୍ଟ୍ରୋକ ଅର୍ଗାନାଇଜେସନ’ର ସଦସ୍ୟ ରହିଛି। ଫାଉଣ୍ଡେସନ ପକ୍ଷରୁ ଗତ ଦୁଇବର୍ଷ ଧରି ବ୍ୟାପକ ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ନିୟୁତ ଲୋକ ଷ୍ଟ୍ରୋକରେ ଆକାନ୍ତ ହେଉଛନ୍ତି। ତା’ ଭିତରୁ ପ୍ରାୟ ୫ ନିୟୁତ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଆଉ ୫ ନିୟୁତ ଲୋକ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତାର ଶିକାର ହେଉଛନ୍ତି। ଏପରିକି ୪୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷେତ୍ରରେ ଏବେ ଷ୍ଟ୍ରୋକ ଦେଖାଯଉଛି, ଯାହାର ମୁଖ୍ୟ କାରଣ ଉଚ୍ଚ ରକ୍ତଚାପ।

 

The post ପରିବର୍ତ୍ତିତ ଜୀବନଶୈଳୀ ପାଲଟିଛି ବ୍ରେନ୍ ଷ୍ଟ୍ରୋକର କାରଣ appeared first on KNews Odisha.