ଦେବଗଡ଼ରେ ଚାଞ୍ଚଲ୍ୟ, ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ଦେବଗଡ଼: ଯୁବତୀଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା। ବୁଧବାର ସନ୍ଧ୍ୟା ସମୟରେ ଦେବଗଡ ଜିଲ୍ଲା ରିଆମାଳ ଥାନା ଦୁଧିଆନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଳିନାଳି ଗ୍ରାମରେ ଘଟିଛି ହତ୍ୟାକାଣ୍ଡ। ମୃତ ଯୁବତୀ ହେଲେ ସେହି ଗ୍ରାମର ୧୯ ବର୍ଷ ବର୍ଷୀୟା ସୁଇଟି ବେହେରା। ସନ୍ଧ୍ୟା ସମୟରେ ମୃତା ସୁଇଟି ନିଜ ଘର ବାଡି ପଟେ ଥିବା ସମୟରେ ସେହି ଗ୍ରାମର ଜଣେ ଯୁବକ ଆସି ତାଙ୍କୁ ଟାଙ୍ଗିଆ ସାହାଯ୍ଯ ରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସୁଇଟି ଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଓମପ୍ରକାଶ ବେହେରାକୁ ଅଟକ ରଖିଛନ୍ତି। ମୃତଦେହ ଘଟଣାସ୍ଥଳରେ ପଡିଥିବା ବେଳେ ଆସନ୍ତାକାଲି ଫୋରେନସିକ ଟିମ ଆସିବା ପରେ ଶବ ବ୍ଯବଚ୍ଛେଦ ପାଇଁ ପଠାଯିବ। ଅଟକ ଯୁବକ ବିବାହିତ ଓ ତାଙ୍କର ସ୍ତ୍ରୀ ସହ ଚାରି ବର୍ଷର ଏକ ସନ୍ତାନ ରହିଥିବା ଜଣାପଡିଛି। କେଉଁ କାରଣ ପାଇଁ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ସେ ନେଇ ରିଆମାଳ ଥାନା ପୋଲିସ ତଦନ୍ତ କରୁଛନ୍ତି।
ଦେବଗଡ଼: ଯୁବତୀଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା। ବୁଧବାର ସନ୍ଧ୍ୟା ସମୟରେ ଦେବଗଡ ଜିଲ୍ଲା ରିଆମାଳ ଥାନା ଦୁଧିଆନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଳିନାଳି ଗ୍ରାମରେ ଘଟିଛି ହତ୍ୟାକାଣ୍ଡ। ମୃତ ଯୁବତୀ ହେଲେ ସେହି ଗ୍ରାମର ୧୯ ବର୍ଷ ବର୍ଷୀୟା ସୁଇଟି ବେହେରା।
ସନ୍ଧ୍ୟା ସମୟରେ ମୃତା ସୁଇଟି ନିଜ ଘର ବାଡି ପଟେ ଥିବା ସମୟରେ ସେହି ଗ୍ରାମର ଜଣେ ଯୁବକ ଆସି ତାଙ୍କୁ ଟାଙ୍ଗିଆ ସାହାଯ୍ଯ ରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସୁଇଟି ଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଓମପ୍ରକାଶ ବେହେରାକୁ ଅଟକ ରଖିଛନ୍ତି।
ମୃତଦେହ ଘଟଣାସ୍ଥଳରେ ପଡିଥିବା ବେଳେ ଆସନ୍ତାକାଲି ଫୋରେନସିକ ଟିମ ଆସିବା ପରେ ଶବ ବ୍ଯବଚ୍ଛେଦ ପାଇଁ ପଠାଯିବ। ଅଟକ ଯୁବକ ବିବାହିତ ଓ ତାଙ୍କର ସ୍ତ୍ରୀ ସହ ଚାରି ବର୍ଷର ଏକ ସନ୍ତାନ ରହିଥିବା ଜଣାପଡିଛି। କେଉଁ କାରଣ ପାଇଁ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ସେ ନେଇ ରିଆମାଳ ଥାନା ପୋଲିସ ତଦନ୍ତ କରୁଛନ୍ତି।