ପ୍ରେମିକାକୁ ପାଇବା ପାଇଁ ଧର୍ମ ବଦଳାଇଲେ, ପ୍ରତାରିତ ପ୍ରେମିକ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ

ଅନୁଗୁଳ: ଅଦଭୁତ ଏ ପ୍ରେମ ଆଉ ଅଦଭୁତ ଏ ପ୍ରତାରଣା । ଏଥର ପ୍ରତାରିତ ପ୍ରେମିକା ହୋଇ ନାହାନ୍ତି ବରଂ ପ୍ରେମିକ ଜଣକ ଧୋକା ଖାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପ୍ରେମିକର କହିବା କଥା ତାଙ୍କର ଦୀର୍ଘ ଆଠ ବର୍ଷର ପ୍ରେମ । ପ୍ରେମିକାକୁ ପାଇବା ପାଇଁ ଧର୍ମ ବଦଳାଇଲେ । ଖ୍ରୀଷ୍ଟିଆନ୍ ଧର୍ମ ପରିତ୍ୟାଗ କରି ମୁସଲିମ୍ ଧର୍ମ ଗ୍ରହଣ କଲେ । ଏହାସତ୍ତ୍ବେ ତାଙ୍କୁ ଠକି ଦେଲେ ପ୍ରେମିକାଙ୍କ ଘର ଲୋକେ । […] The post ପ୍ରେମିକାକୁ ପାଇବା ପାଇଁ ଧର୍ମ ବଦଳାଇଲେ, ପ୍ରତାରିତ ପ୍ରେମିକ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ appeared first on KNews Odisha.

ପ୍ରେମିକାକୁ ପାଇବା ପାଇଁ ଧର୍ମ ବଦଳାଇଲେ, ପ୍ରତାରିତ ପ୍ରେମିକ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ

ଅନୁଗୁଳ: ଅଦଭୁତ ଏ ପ୍ରେମ ଆଉ ଅଦଭୁତ ଏ ପ୍ରତାରଣା । ଏଥର ପ୍ରତାରିତ ପ୍ରେମିକା ହୋଇ ନାହାନ୍ତି ବରଂ ପ୍ରେମିକ ଜଣକ ଧୋକା ଖାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପ୍ରେମିକର କହିବା କଥା ତାଙ୍କର ଦୀର୍ଘ ଆଠ ବର୍ଷର ପ୍ରେମ । ପ୍ରେମିକାକୁ ପାଇବା ପାଇଁ ଧର୍ମ ବଦଳାଇଲେ । ଖ୍ରୀଷ୍ଟିଆନ୍ ଧର୍ମ ପରିତ୍ୟାଗ କରି ମୁସଲିମ୍ ଧର୍ମ ଗ୍ରହଣ କଲେ । ଏହାସତ୍ତ୍ବେ ତାଙ୍କୁ ଠକି ଦେଲେ ପ୍ରେମିକାଙ୍କ ଘର ଲୋକେ । ଯୁବତୀଙ୍କ ବିବାହ ଅନ୍ୟ ଜାଗାରେ ଠିକ୍ କରିଛନ୍ତି । ଏଇ ମାସରେ ବାହାଘର ମଧ୍ୟ ହେବ । ଏବେ ପ୍ରତାରଣାର ଶିକାର ହୋଇଥିବା ଯୁବକ ନ୍ୟାୟ ପାଇଁ ଅନୁଗୁଳ ଟାଉନ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ବର୍ତ୍ତମାନ ଏହି ଘଟଣା ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ପ୍ରତାରଣାର ଶିକାର ହୋଇଥିବା ଯୁବକ ହେଲେ କଟକ ଜିଲ୍ଲାର ଜଗତାନନ୍ଦ ନାଏକ । ସେ ୨୦୧୭ରେ ଅନୁଗୁଳ ସହରର ଜଣେ ମୁସଲିମ୍ ଯୁବତୀଙ୍କ ପ୍ରେମରେ ପଡିଥିଲେ । ଉଭୟଙ୍କର ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନରେ ପରିଚୟ ହୋଇଥିଲା। ପରେ ସମ୍ପର୍କ ନିବିଡ଼ ହେବାରୁ ଉଭୟ ସ୍ଵାମୀ-ସ୍ତ୍ରୀ ଭଳି ଗୋଟିଏ ଘରେ ରହିଥିଲେ । ଯୁବତୀ ଜଣକ ୨୦୨୩ରେ ବିବାହ ପାଇଁ ରାଜି ହୋଇଥିଲେ । ତେବେ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ଯୁବକଙ୍କୁ ଚର୍ଚ ଏମିତିକି ନିଜ ଘରକୁ ଯିବାକୁ ବାରଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ମାତ୍ର ବିବାହ କରିବାକୁ ହେଲେ ତାଙ୍କୁ ମୁସଲିମ୍ ଧର୍ମ ଗ୍ରହଣ କରିବାକୁ ହେବ ବୋଲି ସର୍ତ୍ତ ରଖିଥିଲେ । ୨୦୨୫ ମସିହାରେ ଯୁବତୀଙ୍କ ଘର ଲୋକଙ୍କ ଉପସ୍ଥିତିରେ ସେ ମୁସଲିମ୍ ଧର୍ମ ଗ୍ରହଣ କରିଥିଲେ । ଏହାପରେ ପ୍ରତିଶ୍ରୁତି ଅନୁସାରେ ବିବାହ କରାଇବା ପରିବର୍ତ୍ତେ ତାଙ୍କ ଭାବାବେଗ ସହିତ ଖେଳିଥିଲେ ଯୁବତୀଙ୍କ ପରିବାର ଲୋକେ। ସେ କହିଛନ୍ତି ଯେ ପ୍ରେମ ପାଇଁ ମୁଁ ମୋର ପରିବାର, ଆତ୍ମୀୟ, ଧର୍ମ, ବ୍ୟବସାୟ ଆଦି ସବୁ କିଛି ଛାଡିଥିବା ବେଳେ ଏବେ ଝିଅ ଘର ଲୋକେ ତାଙ୍କୁ ଛାଡ଼ି ଦେଇଛନ୍ତି । ତେଣୁ ସେ ନ୍ୟାୟ ପାଇଁ ଦାବି କରିଛନ୍ତି ।

ତେବେ ଯୁବକଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଝିଅର ବାପା । ସେ କହିଛନ୍ତି ଯେ ଯୁବକଙ୍କ ଧର୍ମ ପରିବର୍ତ୍ତନ ନେଇ ସେ କୌଣସି କଥା କହି ନାହାନ୍ତି । ଏମିତିକି ଏ ଯୁବକ ସହ ଝିଅର କିଛି ବି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Also Read:ଅଧାରେ ଅଟକିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ

The post ପ୍ରେମିକାକୁ ପାଇବା ପାଇଁ ଧର୍ମ ବଦଳାଇଲେ, ପ୍ରତାରିତ ପ୍ରେମିକ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ appeared first on KNews Odisha.