ଆସନ୍ତାକାଲି ସଙ୍ଗଠିତ ହେବ ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ, ୫୪ ବର୍ଷ ପରେ ଦୁର୍ଲଭ ସଂଯୋଗ

ଆସନ୍ତାକାଲି ସଙ୍ଗଠିତ ହେବ ଏକ ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ । ୫୪ ବର୍ଷ ପରେ ଘଟିବାକୁ ଯାଉଛି ଦୁର୍ଲଭ ସଂଯୋଗ। ୫ ଘଣ୍ଟା ୨୫ ମିନିଟ୍ ଧରି ଲମ୍ବା ଚାଲିବ ସୂର୍ଯ୍ୟପରାଗ । ଏହି ମହାଜାଗତିକ ଦୃଶ୍ୟ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହେଇ, […] The post ଆସନ୍ତାକାଲି ସଙ୍ଗଠିତ ହେବ ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ, ୫୪ ବର୍ଷ ପରେ ଦୁର୍ଲଭ ସଂଯୋଗ appeared first on KNews Odisha.

ଆସନ୍ତାକାଲି ସଙ୍ଗଠିତ ହେବ ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ, ୫୪ ବର୍ଷ ପରେ ଦୁର୍ଲଭ ସଂଯୋଗ
solar eclipse

ଆସନ୍ତାକାଲି ସଙ୍ଗଠିତ ହେବ ଏକ ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ । ୫୪ ବର୍ଷ ପରେ ଘଟିବାକୁ ଯାଉଛି ଦୁର୍ଲଭ ସଂଯୋଗ। ୫ ଘଣ୍ଟା ୨୫ ମିନିଟ୍ ଧରି ଲମ୍ବା ଚାଲିବ ସୂର୍ଯ୍ୟପରାଗ । ଏହି ମହାଜାଗତିକ ଦୃଶ୍ୟ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ।

ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହେଇ, ତା ପରଦିନ ଭୋର ୨ଟା ୨୨ ମିନିଟ ସମୟରେ ଶେଷ ହେବ । ସର୍ବାଧିକ ପରାଗ ରାତି ୧୧ ଟା ୪୭ ମିନିଟ ସମୟରେ ଦେଖାଯିବ।

ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଓ ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ଏହା ରାତିର ଭ୍ରମ ସୃଷ୍ଟି କରିଥାଏ। ତେବେ ଅନେକ ବର୍ଷ ପରେ ଏପ୍ରିଲ୍ ୮ ତାରିଖର ସୂର୍ଯ୍ୟପରାଗ ଆମେରିକା, କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ପୂର୍ଣ୍ଣପରାଗ ଦେଖାଯିବ । ଏହି ପୂର୍ଣ୍ଣପରାଗକୁ ଦେଖିବା ପାଇଁ ଏହି ଅଞ୍ଚଳରେ ୪ କୋଟିରୁ ଅଧିକ ଲୋକ ଚାହିଁ ବସିଛନ୍ତି । ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ।

The post ଆସନ୍ତାକାଲି ସଙ୍ଗଠିତ ହେବ ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ, ୫୪ ବର୍ଷ ପରେ ଦୁର୍ଲଭ ସଂଯୋଗ appeared first on KNews Odisha.