ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଯାଜପୁର : ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ୱାର୍ଲଡ ମେଣ୍ଟ୍ରାଲ ହେଲଥ ଡେ’ ବା ‘ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ‘  ଯାଜପୁର ରୋଡ଼ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କନଫରେନ୍ସ ହଲରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ  ‘କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ’  ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମିସନ ଚାରିଟିର ନିର୍ଦେଶକ ଅନୁରଞ୍ଜନ ଡୁଙ୍ଗଡୁଙ୍ଗ୍ , ସମ୍ମାନିତ ଅତିଥି ଭାବେ ରାଜେଶ କୁମାର ରାଉତ ଏବଂ ମୁଖ୍ୟବକ୍ତା […] The post ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ appeared first on KNews Odisha.

ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
jajpur

ଯାଜପୁର : ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ୱାର୍ଲଡ ମେଣ୍ଟ୍ରାଲ ହେଲଥ ଡେ’ ବା ‘ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ‘  ଯାଜପୁର ରୋଡ଼ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କନଫରେନ୍ସ ହଲରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ  ‘କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ’  ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ମିସନ ଚାରିଟିର ନିର୍ଦେଶକ ଅନୁରଞ୍ଜନ ଡୁଙ୍ଗଡୁଙ୍ଗ୍ , ସମ୍ମାନିତ ଅତିଥି ଭାବେ ରାଜେଶ କୁମାର ରାଉତ ଏବଂ ମୁଖ୍ୟବକ୍ତା ଭାବେ ନର୍ସ ବିନ୍ଦୁଲତା ପଲେଇ ଯୋଗ ଦେଇ କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ବ ବିଷୟରେ ଆଲୋଚନା କରିଥିଲେ । ଆଜିକାଲି କେବଳ ଯୁବପିଢୀ ନୁହନ୍ତି ପ୍ରତ୍ୟେକ ବର୍ଗର ଲୋକଙ୍କ ଠାରେ ମାନସିକ ରୋଗ ଚିହ୍ନଟ ହେଉଛି ।

ଆଉ ଏହି ମାନସିକ ରୋଗ ବିଷୟରେ ଅନେକ ଅଜଣା ଥିବାବେଳେ , ଜାଣିଥିବା କିଛି ଲୋକ ଏହାକୁ ନେଇ ଆଲୋଚନା କରିବାକୁ ଡରୁଛନ୍ତି ତଥା ଆଲୋଚନା କରିବାକୁ ଚାହୁଁ ନାହାନ୍ତି । ତା ଛଡା ବର୍ତ୍ତମାନ ପରିସ୍ଥିତିରେ ନିଜର କର୍ମକ୍ଷେତ୍ରରେ ଲୋକମାନେ କିପରି ବିଭିନ୍ନ ମାନସିକ ଚାପରେ ପ୍ରଭାବିତ ହେଉଛନ୍ତି ଏବଂ ଏହାର ନିରାକରଣ ବିଷୟରେ ଆଲୋଚନା ହୋଇଛି । କେବଳ ଯୁବଗୋଷ୍ଠୀଙ୍କ ଠାରେ ନୁହେଁ ଆଜିକାଲି ଛୋଟ ପିଲାଙ୍କ ଠାରେ ମଧ୍ୟ ମାନସିକ ରୋଗର ଅନେକ ଲକ୍ଷଣ ଦେଖିବାକୁ ମିଳୁଛି ।

ତେବେ ପ୍ରତ୍ୟେକ ପରିସ୍ଥିତିରେ ମାନସିକ ଭାରସାମ୍ୟରେ କିପରି ସନ୍ତୁଳନ ବଜାୟ ରଖିବା ଏ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ସଭାରେ ମତ ରଖିଯାଇଛି । ଏହା ସହ ମାନସିକ ସ୍ଵାସ୍ଥ୍ୟ ସମସ୍ୟା, ଲକ୍ଷଣ ଓ ନିରାକରଣ ବିଷୟରେ ଉପସ୍ଥିତ ଥିବା ସଦସ୍ୟମାନଙ୍କର ଯାହା ଦ୍ବନ୍ଦ୍ବ ଥିଲା ସେମାନେ ମୁଖ୍ୟବକ୍ତାଙ୍କ ଠାରୁ ପଚାରି ବୁଝିଥିଲେ ।

ଏହି ସଭାରେ ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରତାପ କେଶରୀ ମହାପାତ୍ର, ଗଣେଶ ତରାଇ,ଶ୍ରୀରାମ ଚନ୍ଦ୍ର ସାହୁ, ତନ୍ମୟ କୁମାର ଦାସ୍, ରାଜେନ୍ଦ୍ର ତରାଇ, ବାସନ୍ତୀ ଲତା ଯେନା, ଦିପ୍ତିମୟୀ ଦାସ୍, ସରୋଜ ପ୍ରଧାନ, ସାଇଶ୍ଵରୀ ଦାସ, ପ୍ରଣତୀ ଦାସ୍, ଅରବିନ୍ଦ ସାହୁ, ଚିନ୍ମୟ କୁମାର ଦାସ୍, ଭରତ ଚନ୍ଦ୍ର ସାହୁ,ସ୍ମୃତିମୟୀ ବେହେରା, ଶଶିକାନ୍ତ,ବାସୁଦେବ ଆଦି ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ । କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ ପ୍ରଦୀପ କୁମାର ଦାସ ପରିଚାଳନା କରିଥିବା ବେଳେ ଫାଉଣ୍ଡେସନର ସଭାପତି ମନୋଜ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

The post ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ appeared first on KNews Odisha.