ମୁଖ୍ୟମନ୍ତ୍ରୀ ଚୌକିକୁ ଫେରିବେ ପଡନବୀସ! ସିନ୍ଦେ-ଅଜିତ ହେବେ ଡେପୁଟି ସିଏମ୍

ମୁମ୍ୱାଇ ୦୪/୧୨: ମହାରାଷ୍ଟ୍ରର ଆଗାମୀ ‘ମହାୟୁତି ସରକାର’ରେ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହେବେ । ଆସନ୍ତା ଗୁରୁବାର ଏନ୍‌ସିପି ନେତା ଅଜିତ ପାୱାରଙ୍କ ସହ ସେ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ । ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ ପୁଣି ମୁଖ୍ୟମନ୍ତ୍ରୀ ଚୌକିକୁ ଫେରିବେ । ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବ । ୩ ପ୍ରମୁଖ ମହାୟୁତି ଦଳ ମଧ୍ୟରେ ଏ ନେଇ ସହମତି ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ଫଡ଼ନବିସ ମଙ୍ଗଳବାର ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଭେଟିଥିଲେ । ନୂଆ ସରକାର ଗଠନକୁ ନେଇ ରହିଥିବା ବିବାଦର ସମାଧାନ ଲାଗି ଉଭୟ ଆଲୋଚନା କରିଥିଲେ । ଏହାପରେ ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ସିନ୍ଦେ ରାଜି ହୋଇଥିବା କୁହାଯାଉଛି । ଅନ୍ୟପକ୍ଷରେ କ୍ୟାବିନେଟ ପଦ ଆବଣ୍ଟନ ନେଇ ସହମତି ହୋଇନାହିଁ । ଶପଥ ସମାରୋହ ପରେ ଏହା ଚୂଡ଼ାନ୍ତ କରାଯିବ । ଡିସେମ୍ବର ୫ରେ ହେବାକୁ ଥିବା ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ଏନ୍‌ଡିଏ ନେତାମାନେ ଯୋଗଦେବେ । କ୍ୟାବିନେଟରେ ବିଜେପିର ୨୧-୨୨ ବିଧାୟକଙ୍କୁ ସାମିଲ କରାଯାଇପାରେ । ଏନ୍‌ସିପି ଅଜିତ ଗୋଷ୍ଠୀରୁ ୯-୧୦ ଜଣଙ୍କୁ କ୍ୟାବିନେଟ୍‌ ପଦ ମିଳିପାରେ । ଶିବସେନା ସିନ୍ଦେ ଗୋଷ୍ଠୀ ୧୬ଟି କ୍ୟାବିନେଟ୍‌ ମନ୍ତ୍ରୀ ପଦ ମାଗିଥିବା ବେଳେ ଦଳକୁ ୧୨ଟି ମିଳିପାରେ । ବିଜେପି ନି

ମୁଖ୍ୟମନ୍ତ୍ରୀ ଚୌକିକୁ ଫେରିବେ ପଡନବୀସ! ସିନ୍ଦେ-ଅଜିତ ହେବେ ଡେପୁଟି ସିଏମ୍

ମୁମ୍ୱାଇ ୦୪/୧୨: ମହାରାଷ୍ଟ୍ରର ଆଗାମୀ ‘ମହାୟୁତି ସରକାର’ରେ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହେବେ । ଆସନ୍ତା ଗୁରୁବାର ଏନ୍‌ସିପି ନେତା ଅଜିତ ପାୱାରଙ୍କ ସହ ସେ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ । ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ ପୁଣି ମୁଖ୍ୟମନ୍ତ୍ରୀ ଚୌକିକୁ ଫେରିବେ । ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବ । 

୩ ପ୍ରମୁଖ ମହାୟୁତି ଦଳ ମଧ୍ୟରେ ଏ ନେଇ ସହମତି ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ଫଡ଼ନବିସ ମଙ୍ଗଳବାର ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଭେଟିଥିଲେ । ନୂଆ ସରକାର ଗଠନକୁ ନେଇ ରହିଥିବା ବିବାଦର ସମାଧାନ ଲାଗି ଉଭୟ ଆଲୋଚନା କରିଥିଲେ । ଏହାପରେ ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ସିନ୍ଦେ ରାଜି ହୋଇଥିବା କୁହାଯାଉଛି । ଅନ୍ୟପକ୍ଷରେ କ୍ୟାବିନେଟ ପଦ ଆବଣ୍ଟନ ନେଇ ସହମତି ହୋଇନାହିଁ । 

ଶପଥ ସମାରୋହ ପରେ ଏହା ଚୂଡ଼ାନ୍ତ କରାଯିବ । ଡିସେମ୍ବର ୫ରେ ହେବାକୁ ଥିବା ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ଏନ୍‌ଡିଏ ନେତାମାନେ ଯୋଗଦେବେ । କ୍ୟାବିନେଟରେ ବିଜେପିର ୨୧-୨୨ ବିଧାୟକଙ୍କୁ ସାମିଲ କରାଯାଇପାରେ । ଏନ୍‌ସିପି ଅଜିତ ଗୋଷ୍ଠୀରୁ ୯-୧୦ ଜଣଙ୍କୁ କ୍ୟାବିନେଟ୍‌ ପଦ ମିଳିପାରେ । ଶିବସେନା ସିନ୍ଦେ ଗୋଷ୍ଠୀ ୧୬ଟି କ୍ୟାବିନେଟ୍‌ ମନ୍ତ୍ରୀ ପଦ ମାଗିଥିବା ବେଳେ ଦଳକୁ ୧୨ଟି ମିଳିପାରେ । ବିଜେପି ନିଜ ପାଖରେ ଗୃହ ଓ ରାଜସ୍ୱ ବିଭାଗ ରଖିବ । 

ବାଚସ୍ପତି ଓ ବିଧାନ ପରିଷଦ ଅଧ୍ୟକ୍ଷ ପଦକୁ ବି ରଖିବ । ଏନ୍‌ସିପି ଅଜିତ ଗୋଷ୍ଠୀକୁ ଅର୍ଥ ବିଭାଗ ମିଳିପାରେ । ମନ୍ତ୍ରଣାଳୟ ଆବଣ୍ଟନ ସଂକ୍ରାନ୍ତ ବୈଠକରେ ସିନ୍ଦେ ଅଧ୍ୟକ୍ଷତା କରିବେ । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଜ୍ୱର ଓ ଗଳା ଦରଜ ଯୋଗୁ ଥାନେର ଜୁପିଟର ହସ୍ପିଟାଲରେ ସିନ୍ଦେଙ୍କର ଚିକିତ୍ସା ହୋଇଥିଲା । ଏହାପରେ ସେ ମୁମ୍ବାଇ ଫେରିଆସିଛନ୍ତି । ବୁଧବାର ସେ ବିଧାୟକ ଦଳ ବୈଠକରେ ଯୋଗଦେବେ ।