ମୁମ୍ବାଇକୁ ମୁସ୍କିଲରେ ପକାଇ ପାରନ୍ତି SRHର ଏହି ୩ ଖେଳାଳି, ଜାଣନ୍ତୁ କିଏ ?
ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଇପିଏଲର ଅଷ୍ଟମ ମ୍ୟାଚ୍ ଖେଳାଯିବ। ଦୁଇ ଦଳ ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳି ପରାଜିତ ହୋଇଛନ୍ତି। ତେଣୁ ଆଜିର ମ୍ୟାଚ୍ ଜିତିବା ଉପରେ ଉଭୟ ଦଳର ନଜର ରହିବ। ହାଇଦ୍ରରାବାଦ ପାଇଁ ଗତ ମ୍ୟାଚ୍ରେ ହେନରିକ କ୍ଲାସେନ, ମୟଙ୍କ ଅଗ୍ରଓ୍ଵାଲ ଓ ଟି ନଟରାଜନ କମାଲ ପ୍ରଦର୍ଶନ କରିଥିଲେ। ଆଜି ଏହି ତିନି ଜଣଙ୍କ ଉପରେ ମଧ୍ୟ ଦଳ ନିର୍ଭର କରିବ। ଯଦି ଆଜିର ମ୍ୟାଚ୍ରେ ଏହି ତିନି ଖେଳାଳି ଗତ ମ୍ୟାଚ୍ର ପ୍ରଦର୍ଶନ ଦୋହରାନ୍ତି ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିବ।ହେନରିକ କ୍ଲାସେନକ୍ଲାସେନ ବର୍ତ୍ତମାନ ଫର୍ମରେ ଅଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଗତ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ। କ୍ଲାସେନ ଧୂଆଁଧାର ବ୍ୟାଟିଂ କରି ୨୯ ବଲରୁ ୬୩ ରନ କରିଥିଲେ। ଏଥିରେ ୮ ଛକା ସାମିଲ। ସେ ଆଇପିଏଲ୍ରେ ଏ ପର୍ଯ୍ୟନ୍ତ ୨୦ଟି ମ୍ୟାଚ୍ ଖେଳି ୫୭୭ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୩ ଅର୍ଦ୍ଧଶତକ ସାମିଲ।ମୟଙ୍କ ଅଗ୍ରଓ୍ଵାଲମୟଙ୍କ ଅଗ୍ରଓ୍ଵାଲ ହାଇଦ୍ରାବାଦର ବଡ଼ ଖେଳାଳିଙ୍କ ମଧ୍ୟରୁ ଜଣେ। ଗତ ମ୍ୟାଚ୍ରେ ସେ ୨୧ ବଲରୁ ୪ ଚୌକା ଓ ୧ ଛକା ସହ ୩୨ ରନ କରିଥିଲେ। ମୟଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖେଳି ପାରି ନ ଥିଲେ ବି ନିଜ ଦମରେ ଦଳକୁ ଜିତାଇବାର ଦକ୍ଷତା ରଖିଛନ୍ତ
ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଇପିଏଲର ଅଷ୍ଟମ ମ୍ୟାଚ୍ ଖେଳାଯିବ। ଦୁଇ ଦଳ ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳି ପରାଜିତ ହୋଇଛନ୍ତି। ତେଣୁ ଆଜିର ମ୍ୟାଚ୍ ଜିତିବା ଉପରେ ଉଭୟ ଦଳର ନଜର ରହିବ। ହାଇଦ୍ରରାବାଦ ପାଇଁ ଗତ ମ୍ୟାଚ୍ରେ ହେନରିକ କ୍ଲାସେନ, ମୟଙ୍କ ଅଗ୍ରଓ୍ଵାଲ ଓ ଟି ନଟରାଜନ କମାଲ ପ୍ରଦର୍ଶନ କରିଥିଲେ। ଆଜି ଏହି ତିନି ଜଣଙ୍କ ଉପରେ ମଧ୍ୟ ଦଳ ନିର୍ଭର କରିବ। ଯଦି ଆଜିର ମ୍ୟାଚ୍ରେ ଏହି ତିନି ଖେଳାଳି ଗତ ମ୍ୟାଚ୍ର ପ୍ରଦର୍ଶନ ଦୋହରାନ୍ତି ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିବ।
ହେନରିକ କ୍ଲାସେନ
କ୍ଲାସେନ ବର୍ତ୍ତମାନ ଫର୍ମରେ ଅଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଗତ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ। କ୍ଲାସେନ ଧୂଆଁଧାର ବ୍ୟାଟିଂ କରି ୨୯ ବଲରୁ ୬୩ ରନ କରିଥିଲେ। ଏଥିରେ ୮ ଛକା ସାମିଲ। ସେ ଆଇପିଏଲ୍ରେ ଏ ପର୍ଯ୍ୟନ୍ତ ୨୦ଟି ମ୍ୟାଚ୍ ଖେଳି ୫୭୭ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୩ ଅର୍ଦ୍ଧଶତକ ସାମିଲ।
ମୟଙ୍କ ଅଗ୍ରଓ୍ଵାଲ
ମୟଙ୍କ ଅଗ୍ରଓ୍ଵାଲ ହାଇଦ୍ରାବାଦର ବଡ଼ ଖେଳାଳିଙ୍କ ମଧ୍ୟରୁ ଜଣେ। ଗତ ମ୍ୟାଚ୍ରେ ସେ ୨୧ ବଲରୁ ୪ ଚୌକା ଓ ୧ ଛକା ସହ ୩୨ ରନ କରିଥିଲେ। ମୟଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖେଳି ପାରି ନ ଥିଲେ ବି ନିଜ ଦମରେ ଦଳକୁ ଜିତାଇବାର ଦକ୍ଷତା ରଖିଛନ୍ତି। ସେ ପର୍ଯ୍ୟନ୍ତ ୧୨୪ଟି ମ୍ୟାଚ୍ ଖେଳି ୨୬୩୩ ରନ କରିଛନ୍ତି।
ଟି ନଟରାଜନ
ହାଇଦ୍ରାବାଦ ଟି ନଟରାଜନଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ବ୍ୟବହାର କରିପାରେ। ସେ କେକେଆର ବିପକ୍ଷରେ ୪ ଓଭରରେ ୩୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ନଟରାଜନ ଭେଙ୍କଟେଶ ଆୟର, ଶ୍ରେୟସ ଆର ଓ ରିଙ୍କୁ ସିଂଙ୍କ ଓ୍ଵିକେଟ୍ ନେଇଥିଲେ। ସେ ଆଇପିଏଲରେ ୪୮ ମ୍ୟାଚ୍ ଖେଳି ୫୧ ଓ୍ଵିକେଟ୍ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୧୦/୩ ରହିଛି। ଆଜି ମ୍ୟାଚ୍ରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ଆଶା ରଖିଛି।