ମଦ ପିଇଥିବାରୁ ବରଯାତ୍ରୀଙ୍କୁ ଚିହ୍ନି ପାରିଲେନି, ଖୁଣ୍ଟିରେ ବାନ୍ଧି ପ୍ରବଳ ପିଟିଲେ ଗାଁ ଲୋକ
ବରଯାତ୍ରୀରେ ମଦପିଇ ଯିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ବରଯାତ୍ରୀରେ ମଦପିଇ ଯିବା ଜଣେ ଯୁବକଙ୍କୁ ଭାରି ପଡ଼ିଛି। ଏତେ ମଦ ପିଇ ଯାଇଥିଲେ ଯେ ଗାଁ ଲୋକେ ବରଯାତ୍ରୀ ବୋଲି ଜାଣି ନ ପାରି ପ୍ରବଳ ପିଟିଥିଲେ। ଏକ ଇଲେକ୍ଟ୍ରିକ୍ ଖୁଣ୍ଟିରେ ବାନ୍ଧି ପିଟିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଇଛି।
ସୂଚନା ଅନୁସରେ, ଏହି ଘଟଣା ଉତ୍ତରପ୍ରଦେଶ ଦେଓରିଆ ଜିଲ୍ଲାରେ ଘଟିଛି। ସ୍ଥାନୀୟ ଅଞ୍ଚଳରେ ଏକ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀଙ୍କ ସହ ଜଣେ ଯୁବକ ମଧ୍ୟ ଆସିଥିଲେ। କିନ୍ତୁ ପ୍ରବଳ ମଦ ପିଇ ଆସିବା ତାଙ୍କ ଉପରେ ଭାରି ପଡ଼ିଛି।
କାରଣ ସେ ଏତେ ମଦ ପିଇଥିଲେ ଯେ ଅନ୍ୟ ବରଯାତ୍ରୀମାନେ କୁଆଡ଼େ ଗଲେ ବର ଗାଡ଼ି କୁଆଡ଼େ ଗଲା କିଛି ଜାଣିପାରି ନଥିଲେ। ଫଳରେ ଗାଁର ଅନ୍ୟ ଜଣଙ୍କ ଘରକୁ ଯାଇ ତାଙ୍କ କବାଟ ବାଡ଼େଇଥିଲେ। ନିକଟରେ ଏକ ଚୋରି ଘଟଣା ଘଟିଥିବାରୁ ଗାଁ ଲୋକେ ତାଙ୍କୁ ଚୋର ବୋଲି ଭାବି ନେଇଥିଲେ।
ଫଳରେ ସମସ୍ତେ ଏକତ୍ରିତ ହୋଇ ତାଙ୍କୁ ଏକ ଇଲେକ୍ଟ୍ରିକ ଖୁଣ୍ଟିରେ ବାନ୍ଧି ପ୍ରବଳ ବାଡେଇଥିଲେ। ସେ ଲୋକଙ୍କୁ ଚୋର ନୁହଁନ୍ତି ବୋଲି ମନା କରିଥିଲେ ମଧ୍ୟ କେହି ଶୁଣି ନଥିଲେ, ମନ ଇଚ୍ଛା ପିଟି ଚାଲିଥିଲେ। କିଛି ଲୋକ ଛିଡ଼ା ହୋଇ ଦୃଶ୍ୟ ଦେଖିବା ସହ ମୋବାଇଲରେ ମଧ୍ୟ ରେକର୍ଡ କରିଥିଲେ।
ପରେ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଭିଡିଓ ଭାଇରାଲ୍ ହେବା ସହ ଖବର ସାମ୍ନାକୁ ଆସିଛି।
ଅନ୍ୟପଟେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି। ଚିକିତ୍ସା କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।\
Video | UP Wedding Gone Wrong: Man Tied To Pole, Beaten Over Mistaken Identity
Read: https://t.co/zP1GTq33tq pic.twitter.com/cTSpUHBGrI— NDTV (@ndtv) November 30, 2024