ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟରେ ୩ଯବାନ ସହିଦ, ୬ଜଣ ମାଓବାଦୀ ନିପାତ
ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟରେ ୩ଯବାନ ସହିଦ। ଛତିଶଗଡ଼ ସୁକମା ଓ ବିଜାପୁର ଜିଲ୍ଲା ସୀମାନ୍ତ ଟେକେଲଗୁଡା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୬ଜଣ ମାଓବାଦୀ ନିପାତ ହୋଇଛନ୍ତି। କୋବ୍ରାର ୨୦୧ ବାଟାଲିଅନ ଓ ସିଆରପିଏଫର ୧୫୦ ବାଟାଲିଅନ ଟେକେଲଗୁଡେମ ଗାଁ ନିକଟରେ ଫରୱାର୍ଡ ଅପରେଟିଂ ବେସ ନିର୍ମାଣ କରୁଥିବା ବେଳେ ମାଓବାଦୀ ମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଯବାନଙ୍କ […] The post ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟରେ ୩ଯବାନ ସହିଦ, ୬ଜଣ ମାଓବାଦୀ ନିପାତ appeared first on KNews Odisha.

ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟରେ ୩ଯବାନ ସହିଦ। ଛତିଶଗଡ଼ ସୁକମା ଓ ବିଜାପୁର ଜିଲ୍ଲା ସୀମାନ୍ତ ଟେକେଲଗୁଡା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୬ଜଣ ମାଓବାଦୀ ନିପାତ ହୋଇଛନ୍ତି। କୋବ୍ରାର ୨୦୧ ବାଟାଲିଅନ ଓ ସିଆରପିଏଫର ୧୫୦ ବାଟାଲିଅନ ଟେକେଲଗୁଡେମ ଗାଁ ନିକଟରେ ଫରୱାର୍ଡ ଅପରେଟିଂ ବେସ ନିର୍ମାଣ କରୁଥିବା ବେଳେ ମାଓବାଦୀ ମାନେ ଅତର୍କିତ ଗୁଳିମାଡ଼ କରିଥିଲେ।
ଯବାନଙ୍କ ପକ୍ଷରୁ ପାଲଟା ଗୁଳିମାଡ କରାଯାଇଥିଲା। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ କରିଥିବା ଜଣାପଡ଼ିଛି। ଆହତମାନଙ୍କୁ ଏୟାରଲିଫଟ କରି ରାୟପୁରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସୁରକ୍ଷା ବାହିନୀ। ଗତବର୍ଷ ସମାନ ସ୍ଥାନରେ ମାଓ ହମଲା ହୋଇଥିଲା । ଏଥିରେ ୨୩ ଯବାନ ସହିଦ ହୋଇଥିଲେ।
The post ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟରେ ୩ଯବାନ ସହିଦ, ୬ଜଣ ମାଓବାଦୀ ନିପାତ appeared first on KNews Odisha.