ରାଜା ଚକ୍ରଙ୍କ ଘରେ ପୁଣି ଥରେ ଇଡି ଚଢ଼ାଉ

କେନ୍ଦୁଝର : ବଢିଚାଲିଛି ବିଜେଡି ନେତା ରାଜା ଚକ୍ରଙ୍କ ଅଡୁଆ । ଆଜି ରାଜା ଚକ୍ରଙ୍କ ଟ୍ରାନ୍ସପୋର୍ଟିଂ ଅଫିସକୁ ସିଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଏବଂ ପ୍ରଥମ ଥର ପାଇଁ ରାଜା ଚକ୍ରଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢଉ କରିଛି । ଶୁଆକାଟି ସ୍ଥିତ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସି ର କୋଟି କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ରାଜା ଚକ୍ର ଇଓଡବ୍ଲ୍ୟୁ ଦ୍ଵାରା ଗିରଫ ହୋଇ ବାଲେଶ୍ୱର ଜେଲରେ ଅଛନ୍ତି […]

ରାଜା ଚକ୍ରଙ୍କ ଘରେ ପୁଣି ଥରେ ଇଡି ଚଢ଼ାଉ
ରାଜା ଚକ୍ରଙ୍କ ଘରେ ପୁଣି ଥରେ ଇଡି ଚଢ଼ାଉ

କେନ୍ଦୁଝର : ବଢିଚାଲିଛି ବିଜେଡି ନେତା ରାଜା ଚକ୍ରଙ୍କ ଅଡୁଆ । ଆଜି ରାଜା ଚକ୍ରଙ୍କ ଟ୍ରାନ୍ସପୋର୍ଟିଂ ଅଫିସକୁ ସିଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଏବଂ ପ୍ରଥମ ଥର ପାଇଁ ରାଜା ଚକ୍ରଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢଉ କରିଛି । ଶୁଆକାଟି ସ୍ଥିତ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସି ର କୋଟି କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ରାଜା ଚକ୍ର ଇଓଡବ୍ଲ୍ୟୁ ଦ୍ଵାରା ଗିରଫ ହୋଇ ବାଲେଶ୍ୱର ଜେଲରେ ଅଛନ୍ତି । ଫେବୃଆରୀ ୭ ତାରିଖ ଦିନ ଇଓଡବ୍ଲ୍ୟୁ ପ୍ରଥମେ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସି ର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ପଚରା କରିବା ପରେ ଉଠାଇ ନେବା ସହ ୯ ତାରିଖରେ ଗିରଫ କରିଥିଲେ ।

ଏହା ପରେ ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ନିକଟରେ ହାଜର ହେବାକୁ ନୋଟିସ ଜାରି କରିଥିଲେ । ରାଜା ହାଇକୋର୍ଟରୁ ଆଗୁଆ ଜାମିନରେ କିଛି ଦିନ ରହିବା ସହ ଇଓଡବ୍ଲ୍ୟୁ ନିକଟରେ ତଦନ୍ତ ପାଇଁ ହାଜର ହୋଇଥିଲେ । ଜାମିନ ଅବଧି ଶେଷ ସରିବା ପରେ ମାର୍ଚ୍ଚରେ ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଥିଲା । ଏହାପରେ ଗୋପାଳପୁର ସ୍ଥିତ ତାଙ୍କ ବାସଭବନ ଉପରେ ମଧ୍ୟ ଏକାଧିକ ଥର ଚଢ଼ାଉ ହୋଇଥିଲା ।