କମାପଲ୍ଲୀ ଓଭରବ୍ରିଜ ତଳୁ ତିନୋଟି ଜୀବନ୍ତ ବୋମା ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ
ବ୍ରହ୍ମପୁର : ବ୍ରହ୍ମପୁର ସହରର କମାପଲ୍ଲୀ ଓଭରବ୍ରିଜ ତଳୁ ତିନୋଟି ଜୀବନ୍ତ ବୋମା ଉଦ୍ଧାର କରିଛି ପୋଲିସ । ଜୀବନ୍ତ ବୋମା ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବୈଦ୍ୟନାଥପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସହ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତିନୋଟି ବୋମାକୁ ନିଷ୍କ୍ରିୟ କରିଛି । ବୋମାକୁ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଥିବା ବେଳେ […] The post କମାପଲ୍ଲୀ ଓଭରବ୍ରିଜ ତଳୁ ତିନୋଟି ଜୀବନ୍ତ ବୋମା ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ appeared first on KNews Odisha.

ବ୍ରହ୍ମପୁର : ବ୍ରହ୍ମପୁର ସହରର କମାପଲ୍ଲୀ ଓଭରବ୍ରିଜ ତଳୁ ତିନୋଟି ଜୀବନ୍ତ ବୋମା ଉଦ୍ଧାର କରିଛି ପୋଲିସ । ଜୀବନ୍ତ ବୋମା ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବୈଦ୍ୟନାଥପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସହ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତିନୋଟି ବୋମାକୁ ନିଷ୍କ୍ରିୟ କରିଛି ।
ବୋମାକୁ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଥିବା ବେଳେ ବୋମା ନିକଟରୁ ଚାରୋଟି ଖଣ୍ଡା ମଧ୍ୟ ଜବତ କରିଛି ପୋଲିସ । କିଏ ଓ କାହିଁକି ଏଭଳି ତିନୋଟି ବୋମା ଗୋଟିଏ ସ୍ଥାନରେ ରଖିଥିଲା ସେନେଇ କାରଣ ଜଣାପଡିନାହିଁ । ସେପଟେ ଓଭର ବ୍ରିଜର ବିଭିନ୍ନ ସ୍ଥାନରେ ମଧ୍ୟ ପୋଲିସ ତନାଘନା କରିଛି । ଏହା ସହ ଆଉ ଗୋଟିଏ ଦିନ ପରେ ଲାଞ୍ଜିପଲ୍ଲୀ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ବୋମା ମିଳିବା ପରେ ଲୋକେ ଅଧିକା ଭୟଭୀତ ଥିବା ଜଣାପଡିଛି ।
The post କମାପଲ୍ଲୀ ଓଭରବ୍ରିଜ ତଳୁ ତିନୋଟି ଜୀବନ୍ତ ବୋମା ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ appeared first on KNews Odisha.